ଜିଓ ଆଣିଛି ଦମଦାର ଅଫର୍ । ଜିଓର ନୂଆ ପ୍ଲାନରେ ଗୋଟେ ମାସ ପାଇଁ ସଂପୂର୍ଣ୍ଣ ମାଗଣା । ଏହି କାମ କରିଦିଅନ୍ତୁ ୧ମାସ ପୁରା ମାଗଣା ଚାଲିବ । 

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜିଓ ଆଣିଛି ଦମଦାର ଅଫର୍ । ଜିଓର ନୂଆ ପ୍ଲାନରେ ଗୋଟେ ମାସ ପାଇଁ ସଂପୂର୍ଣ୍ଣ ମାଗଣା । ଏହି କାମ କରିଦିଅନ୍ତୁ ୧ମାସ ପୁରା ମାଗଣା ଚାଲିବ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିର ଦୁନିଆରେ ସମସ୍ତେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି । ଆଉ ସ୍ମାର୍ଟଫୋନ୍‌ ପାଇଁ ଡାଟାର ବହୁତ ଆବଶ୍ୟକ ପଡିଥାଏ । ବର୍ତ୍ତମାନ ସମୟରେ ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀମାନେ ମଧ୍ୟ ନୂଆ ନୂଆ ପ୍ଲାନ୍ ଆଣିବାରେ ବ୍ୟସ୍ତ । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ୟୁଜର୍ସଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ୟୁଜର୍ସଙ୍କୁ ବହୁତ ଶସ୍ତା ପ୍ଲାନ ଅଫର କରିଥାଏ । ୟୁଜର୍ସ ବି କମ୍‌ ଦାମରେ ଅଧିକ ବେନିଫିଟ୍ସ ଥିବା ପ୍ଲାନ୍‌ ସନ୍ଧାନରେ ଥାଆନ୍ତି। 

 

ବର୍ତ୍ତମାନ ଜିଓ ଏକ ଶସ୍ତା ପ୍ଲାନ ଲଞ୍ଚ କରିଛି । ଆଜ୍ଞା ହଁ ଗୋଟିଏ ମାସ ମାଗଣା ଟ୍ରାଏଲ୍ ସୁବିଧା ସହ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ ର ଶୁଭାରମ୍ଭ କରାଯାଇଛି । ଜିଓ ପ୍ଲସ୍ ପ୍ଲାନ୍‌ର ନୂତନ ସଂଯୋଗ ନେବା ଲାଗି ଗ୍ରାହକଙ୍କୁ ୩୯୯ ଟଙ୍କା ଦେବାକୁ ହେବ । ସେହି ପ୍ଲାନ୍‌ରେ ତିନିଟି ଅତିରିକ୍ତ କନେକ୍ସନ ଯୋଡ଼ା ଯାଇପାରିବ । ପ୍ରତି ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ଜିଓ ପ୍ଲସ୍ ପ୍ଲାନ୍‌ରେ ଗୋଟିଏ ପରିବାରର ୪ଟି କନେକ୍ସନ ପାଇଁ ପ୍ରତି ମାସରେ ୬୯୬ ଟଙ୍କା (୩୯୯+୯୯+୯୯+୯୯) ଦେବାକୁ ହେବ । ଏହି ପ୍ଲାନ୍ ସହିତ ମାସିକ ୭୫ ଜିବି ଡାଟା ମିଳିବ, ଯାହା ବିନା କୌଣସି ଦୈନିକ ଲିମିଟ୍‌ରେ ଆଦାନ ପ୍ରଦାନ କରା ଯାଇପାରିବ । 

 

ଚାରିଟି କନେକ୍ସନ ବିଶିଷ୍ଟ ଫାମିଲି ପ୍ଲାନ୍‌ରେ ପ୍ରତି ମାସରେ ସିମ୍ ପିଛା ହାରାହାରି ଖର୍ଚ୍ଚ ୧୭୪ ଟଙ୍କା ରହିବ । ଯେଉଁ ଗ୍ରାହକମାନେ ଅଧିକ ଡାଟା ବ୍ୟବହାର କରୁଛନ୍ତି ସେମାନେ ପ୍ରତି ମାସରେ ୧୦୦ ଜିବି ଡାଟା ପ୍ଲାନ୍ ମଧ୍ୟ ନେଇ ପାରିବେ । ଏହି ପ୍ଲାନ୍‌ରେ ପ୍ରଥମ କନେକ୍ସନ ଲାଗି ୬୯୯ ଟଙ୍କା ଦେବାକୁ ପଡ଼ିବ ଏବଂ ଅନ୍ୟ ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ମୋଟ ୩ଟି ଅତିରିକ୍ତ କନେକ୍ସନ ନିଆ ଯାଇପାରିବ । ଏହି ଅବସରରେ ଜିଓ ପକ୍ଷରୁ କିଛି ବ୍ୟକ୍ତିଗତ ପ୍ଲାନ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି । 

 

ଏଥି ମଧ୍ୟରେ ରହିଛି ୨୯୯ ଟଙ୍କିଆ ୩୦ ଜିବି ପ୍ଲାନ୍ ଏବଂ ଅସୀମିତ ଡାଟା ପ୍ଲାନ୍ ଯେଉଁଥିପାଇଁ ଗ୍ରାହକଙ୍କୁ ମାସିକ ୫୯୯ ଟଙ୍କା ଦେବାକୁ ପଡ଼ିବ । ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ ସହିତ କଂପାନି ପକ୍ଷରୁ ଜିଓ ଟ୍ରୁ ୫ଜି ୱେଲ୍‌କମ୍ ଅଫରରେ ଅସୀମିତ ୫ଜି ଡାଟା ପ୍ରଦାନ କରାଯାଉଛି ଯାହାକୁ ସାରା ପରିବାର ବ୍ୟବହାର କରିପାରିବେ । ଏଥିରେ ଡାଟାର କୌଣସି ଦୈନିକ ସୀମା ନିର୍ଦ୍ଧାରଣ କରାଯାଇନାହିଁ । ଏହାର ଅର୍ଥ ହେଉଛି ଯେତେ ଚାହିଁବେ ସେତେ ଡାଟା ବ୍ୟବହାର କରିପାରିବେ । ଏକକ ବିଲିଂ, ଡାଟା ସେୟାରିଂ ଏବଂ ନେଟ୍‌ଫ୍ଲିକ୍ସ, ଆମାଜନ, ଜିଓ ଟିଭି ଓ ଜିଓ ସିନେମା ଭଳି ମନୋରଞ୍ଜନକାରୀ ପ୍ରିମିୟମ୍ କଣ୍ଟେଣ୍ଟ୍ ଆପ୍ ବି ମିଳିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *