ମୁସଲମାନ ଯୁବକ ନିଜକୁ ହିନ୍ଦୁ ପରିଚୟ ଦେଇ ଜଣେ ହିନ୍ଦୁ ଝିଅକୁ ପ୍ରେମରେ ଫଶାଇ ନେଇ ଆସିଥିଲେ ଯାଜପୁର, ଏବେ ଧରାପଡିଗଲେ । 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୁସଲମାନ ଯୁବକ ନିଜକୁ ହିନ୍ଦୁ ପରିଚୟ ଦେଇ ଜଣେ ହିନ୍ଦୁ ଝିଅକୁ ପ୍ରେମରେ ଫଶାଇ ନେଇ ଆସିଥିଲେ ଯାଜପୁର, ଏବେ ଧରାପଡିଗଲେ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଲଭ୍ ଜିହାଦ ଏକ ଅଭାବନୀୟ ଘଟଣା l ତ୍ରିପୁରା ରାଜ୍ୟ ପଶ୍ଚିମ ଅଗରତାଲା ଅଞ୍ଚଳର ଜଣେ ହିନ୍ଦୁ ସମ୍ପ୍ରଦାୟର ଯୁବତୀଙ୍କୁ ସ୍ଥାନୀୟ ବ୍ୟାସନଗର ଅଞ୍ଚଳର ଅହମ୍ମଦ ନଗରର ଜଣେ ଅଣ ହିନ୍ଦୁ ସମ୍ପ୍ରଦାୟର ଯୁବକ ପ୍ରେମ ଜାଲରେ ଫସାଇବା ଘଟଣା ଏବେ ଚର୍ଚ୍ଚାକୁ ଆସିଛି l ଯୁବକଙ୍କ ପ୍ରେମରେ ଫସିଥିବା ଏହି ଯୁବତୀ ଜଣକ ଗତ ପ୍ରାଏ ଦୁଇ ସପ୍ତାହ ହେବ ଏଠାକାର ଅହମ୍ମଦନଗରରେ ଆସି ରହିଥିବା ଘଟଣା ଜଣାପଡିଛି l 

 

ଏପରିକି ଯୁବକ ଜଣକ ସ୍ଥାନୀୟ ମୌଲାନା ମହମ୍ମଦ୍ ଜମାଲଉଦ୍ଦିନଙ୍କ ପୁଅ ମୋହିଉଦ୍ଦିନ୍ ବୋଲି ଜଣାପଡିଛି । ସୂଚନା ମୁତାବକ ଯୁବକ ଜଣକ ଜଣେ ସାଧାରଣ ମେକାନିକ ଭାବରେ କାର୍ଯ୍ୟ କରୁଥିବା ବେଳେ ଫେସବୁକ୍ ଓ ଅନ୍ୟ କୌଣସି ସୋସିଆଲ ମିଡିଆ ସହାୟତାରେ ନିଜକୁ ହିନ୍ଦୁ ସମ୍ପ୍ରଦାୟର ଏବଂ ନିଜକୁ ଜଣେ ଇଞ୍ଜିନିୟର ଭାବେ ମିଥ୍ୟ ପରିଚୟ ଦେଇ ତ୍ରିପୁରାରେ ଡାକ୍ତରୀ ପଢୁଥିବା ଜଣେ ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିବା ଅଭିଯୋଗରେ ଦର୍ଶାଯାଇଛି l 

 

ତେବେ ସମ୍ପୃକ୍ତ ମୌଲାନାଙ୍କୁ ପଚାରିବାକୁ ଯୁବତୀ ନିଜ ଇଚ୍ଛାରେ ଏରୋପ୍ଲେନରେ ଏଠାକୁ ଆସିଥିବା କହିଛନ୍ତି । ଯୁବତୀଙ୍କୁ ଘରକୁ ଫେରିଯିବାକୁ ସେ ବୁଝାସୁଝା କରିଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଆଜି ଯୁବତୀଙ୍କ ବାପା ଓ ପରିବାର ଲୋକେ ତ୍ରିପୁରାରୁ ଆସି ଯାଜପୁର ରୋଡ଼ ଥାନାରେ ପହଞ୍ଚିବା ପରେ ସମ୍ପୃକ୍ତ ଯୁବକଙ୍କ ପରିବାର ଓ ଅହମ୍ମଦନଗର ବାସିନ୍ଦାମାନେ ଯୁବତୀଙ୍କୁ ଯାଜପୁର ରୋଡ଼ ଥାନାକୁ ହସ୍ତାନ୍ତର କରିଛନ୍ତି । ଯୁବତୀଙ୍କୁ ଥା-ନାରେ ରଖାଯାଇ ପଚରା ଉଚରା କରାଯାଉଛି l 

 

ତେବେ ଆରକ୍ଷୀ ଅଧିକାରୀ ପକ୍ଷରୁ ଯୁବକଙ୍କୁ ଏଯାଏ ଠାବ କରା ଯାଇନାହିଁ । ସେପଟେ ଯୁବତୀଙ୍କ ପରିବାର ପକ୍ଷରୁ ତ୍ରିପୁରା ଆରକ୍ଷୀ ଅଧିକାରୀ ନିକଟରେ ଲଭ୍ ଜେହାଦ, ଅପହରଣ ଏବଂ ସୁନା ଅଳଙ୍କାର, ଟଙ୍କା ଆଦି ଚୋରିର ଅଭିଯୋଗ ଆସିବା ପରେ ତ୍ରିପୁରା ଆରକ୍ଷୀ ଅଧିକାରୀ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସୋମବାର ରାତିରେ ତ୍ରିପୁରା ଆରକ୍ଷୀ ଅଧିକାରୀ ପହଞ୍ଚିବା ପରେ ଯାଜପୁର ରୋଡ ଆରକ୍ଷୀ ଅଧିକାରୀ ଯୁବତୀଙ୍କୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି । ଏହାପରେ ତ୍ରିପୁରା ଆରକ୍ଷୀ ଅଧିକାରୀ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛିl

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

 

Leave a Reply

Your email address will not be published. Required fields are marked *