ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବୋର୍ଡ ପରୀକ୍ଷା ରେ ଟପ୍ପର ହେଲେ ଅଟୋ ଚାଳକ ଙ୍କ ଝିଅ।ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ସମ୍ପର୍କରେ। ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଏବେ ସବୁ ରାଜ୍ୟରେ ପରୀକ୍ଷା ଚାଲିଛି।ମାର୍ଚ୍ଚ ମାସ ହେଉଛି ପରୀକ୍ଷା ର ମାସ।ଏହି ମାସ ସବୁ ରାଜ୍ୟ ରେ ପରୀକ୍ଷା ଚାଲିଥାଏ।ତେବେ ଆଜି ଆମେ ଆପଣଙ୍କୁ ବିହାର ର ଏକ ଝିଅ ବିଷୟରେ କହିବାକୁ ଯାଉଛୁ ଯାହାର ବାପା ଅଟୋ ଚଳାଇ ପରିବାର କୁ ପ୍ରତିପୋଷଣ କରନ୍ତି। କିନ୍ତୁ ଝିଅର ପାଠ ପଢା ପ୍ରତି ମୋହ ଯୋଗୁଁ ଝିଅ ଆଜି ବାପାକୁ ତାଙ୍କ କଷ୍ଟର ଫଳ ଦେଇପାରିଛି।
ହଁ ଆଜ୍ଞା ବନ୍ଧୁଗଣ ଜଣେ ଅଟୋ ଚାଳକ ର ଝିଅ ଆଜି ବୋର୍ଡ ପରୀକ୍ଷା ରେ ଟପ୍ପର ହୋଇପାରିଛି।ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ସମ୍ପର୍କରେ।ବନ୍ଧୁଗଣ ପାଠ ପଢ଼ିବାକୁ ଇଚ୍ଛା ଥିଲେ ଯେଉଁ କୌଣସି ପରିବେଶରେ ବି ପାଠ ପଢ଼ି ସଫଳତା ହାସଲ କରିହେବ,ଏହି କଥାକୁ ଆଜି ସତ କରିଦେଇଛନ୍ତି ବିହାରର ଜଣେ ଅଟୋ ଚାଳକଙ୍କ ଝିଅ।ସେହି ଝିଅ ଜଣକ ହେଉଛନ୍ତି ଭୂମି କୁମାରୀ ଯିଏ ବିହାର ର ବୋର୍ଡ଼ ପରୀକ୍ଷା ରେ ବାଣିଜ୍ୟ ବିଭାଗ ରେ ଦ୍ଵିତୀୟ ସ୍ଥାନ ହାସଲ କରି ଟପ୍ପର ହୋଇଛନ୍ତି।
ଭୂମି କୁମାରୀ ଅଟୋ ଚାଳକ ମନୋଜ ଶାହା ଏବଂ ସବିତା କୁମାରୀ ଙ୍କ ଝିଅ।ଏହି ଖବର ଦ୍ବାରା ତାଙ୍କ ଗାଁ ସମେତ ବିହାର ର ସୀତାମାଢ଼ି ଜିଲ୍ଲା ରେ ଉତ୍ସାହ ର ବାତାବରଣ ରହିଛି।ଏହା ସହ ଭୂମି ଆର ସାରା ବିହାର ପାଇଁ ଗର୍ବ ପାଲଟିଛନ୍ତି।ସେ କହିଛନ୍ତି ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ସ୍ବପ୍ନ ରଖିଛନ୍ତି ଆଉ ତା ପାଇଁ ଅଧ୍ୟୟନ ଆରମ୍ଭ କରିସାରିଲେଣି।ସେ କହିଛନ୍ତି ତାଙ୍କର ପାଠ ପଢ଼ା ଏତେ ସହଜ ନଥିଲା।
ବାପା ଅଟୋ ଚଳାଇ ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କର ଦୁଇ ଭାଇ ଅନିକେତ କୁମାର ଓ ଅଭିନାଶ କୁମାର ଙ୍କ ପାଠ ପଢ଼ା ମଧ୍ୟ ଚାଲିଛି।ତେବେ ଭୂମି ବୋର୍ଡ଼ ପରୀକ୍ଷା ରେ ୪୭୪ ମାର୍କ ରଖିଛନ୍ତି।ସେ ତାଙ୍କର ସଫଳତା ର ଶ୍ରେୟ ତାଙ୍କର ପରିବାର ସଦସ୍ୟ ଙ୍କ ସହ ଶୁଭେଚ୍ଛୁ ମାନଙ୍କୁ ମଧ୍ୟ ଦେଇଛନ୍ତି।ଏହି ଖବର ପ୍ରସାରଣ ପରେ ତାଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।