ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସରକାରଙ୍କ ନୂଆ ଘୋଷଣା । ଜଣେ ଶିଶୁ ପିଛା ସରକାର ଖର୍ଚ୍ଚ କରିବେ ୧୮ ହଜାର ଟଙ୍କା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଶିଶୁଙ୍କ ଭବିଷ୍ୟତ ଚିନ୍ତାରେ ସରକାର । ଶିଶୁମାନଙ୍କ ବୌଦ୍ଧିକ, ମାନସିକ ଓ ସାମଜିକ ସ୍ତରରେ ବିକାଶ ପାଇଁ ସରକାର ଆଣିବାକୁ ଯାଉଛନ୍ତି ନୂଆ ଶିଶୁ ବିକାଶ ନୀତି । ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତ ହେଉଛି ଡ୍ରାପ୍ଟ ପଲିସି । ତେବେ ବିରୋଧୀଙ୍କ ଅଭିଯୋଗ ସରକାରଙ୍କ ଯୋଜନା କେବଳ ଘୋଷଣାରେ, କିନ୍ତୁ କ୍ରିୟାନ୍ୱୟନ କରିବାରେ ସରକାର ବିଫଳ । ସରକାରଙ୍କୁ ଘାରିଛି ଶିଶୁଙ୍କ ଭବିଷ୍ୟତ ଚିନ୍ତା ।
ଯେଉଁଥିପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବେ ଆଣିବାକୁ ଯାଉଛି ନୂଆ ଶିଶୁ ବିକାଶ ନୀତି । ଶିଶୁ ମାନଙ୍କ ବୌଦ୍ଧିକ, ମାନସିକ ଓ ସମାଜିକ ସ୍ତରର ବିକାଶ ସହ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସୁରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେବାକୁ ପ୍ରସ୍ତୁତ କରାଯାଉଛି ପଲିସି । ତେବେ ସୂଚନା ଅନୁସାରେ ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।
ଆଉ ଚଳିତ ବଜେଟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା, ବିଦ୍ୟାଳୟର ଉନ୍ନତିକରଣ, ଜୀବନ ଓ ଜୀବିକାର ବିକାଶ, ମହିଳା ସଶକ୍ତିକରଣ ସହିତ ଭତ୍ତିଭୂମି ବିକାଶକୁ ଗୁୁରୁତ୍ୱ ଦିଆଯାଇଥିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ବଜେଟ ଲାଗୁ ହେବା ପରେ ପୁଞ୍ଜିଖର୍ଚ୍ଚ ୫୬ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ ଯାହା କି, ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ । ତେବେ ମୋଟ ଖର୍ଚ୍ଚର ୧୩.୧୯ ପ୍ରତିଶତ ଶିଶୁଙ୍କ ପାଇଁ ଖର୍ଚ୍ଚ କରିବାକୁ ଚଳିତ ଅଧିବେଶନରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ବିଶେଷ କରି ସରକାର ଚଳିତ ବଜେଟରେ ଶିଶୁ ବିକାଶ ଓ କଲ୍ୟାଣ ଉପରେ ଧ୍ୟାନ ଦେଉଛନ୍ତି । ସେଥିପାଇଁ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷର ଅଧିବେଶନରେ ରାଜ୍ୟ ସରକାର ପ୍ରତି ଶିଶୁ ପିଛା ୧୮ ହଜାର ୭୨୯ ଟଙ୍କା ୪୦ ପଇସା ଖର୍ଚ୍ଚ କରିବାକୁ ନିଷ୍ପତି ନେଇଛନ୍ତି । ସୂଚନା ଅନୁସାରେ ଗତ ୨୦୨୦-୨୧ରେ ଜଣେ ଶିଶୁ ପିଛା ୧୩ ହଜାର ୯୨୫ ଟଙ୍କା ୩୮ ପଇସା ଖର୍ଚ୍ଚ କରାଯାଉଥିବା ବେଳେ ୨୦୨୧-୨୨ରେ ଏହା ୧୭ ହଜାର ୭ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଥିଲା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।