ଖୁସି ଖବର ଶସ୍ତା ହେଲା LPG ଗ୍ୟାସ । ଶୀଘ୍ର କରିଦିଅନ୍ତୁ ଏହି କାମ । SHARE କରି ଲୋକମାନଙ୍କୁ ଜଣେଇ ଦିଅ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପେଟ୍ରୋଲ, ଡିଜେଲ ପରେ ଏବେ ଏଲ୍ପିଜି ଗ୍ୟାସକୁ ନେଇ ସରକାର ଆଣିଲେ ବଡ ଆଶ୍ୱସ୍ତି, ଏପରି କାମ କରିଲେ କମ୍ ଟଙ୍କାରେ ମିଳିବ ଗ୍ୟାସ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କରୋନା ପରଠାରୁ ପେଟ୍ରୋଲ, ଡିଜେଲ୍ ଦର ବହୁତ ଅଧିକା ହୋଇଯାଇଛି, ସରକାର ପେଟ୍ରୋଲ-ଡିଜେଲର ବିକଳ୍ପ ଉପରେ ବିଚାର କରୁଛନ୍ତି ଏବଂ ଏହାର ରାସ୍ତା ବାହାର ମଧ୍ୟ କରିସାରିଛନ୍ତି । ପ୍ରତିଦିନ ବଢୁଥିବା ପେଟ୍ରୋଲ-ଡିଜେଲର ଦାମ୍ ଥମିବାର ନାଁ ନେଉନି । ଏହାର ଦାମ୍ ଆଉ କେତେ ବଢିବ ତାହା କହିବା କାଠିକର ପାଠ । ପେଟ୍ରୋଲ-ଡିଜେଲ୍ ଦାମ୍ ୧୦୦ ଟପିସାରିଛି । ଅନେକ ରାଜ୍ୟରେ ପେଟ୍ରୋଲ ୧୨୦ ଟଙ୍କାରୁ ମଧ୍ୟ ମହଙ୍ଗା ହୋଇସାରିଛି ।

 

କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ପେଟ୍ରୋଲ ଦାମ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନେଇ ପ୍ରାୟ ପ୍ରତ୍ୟକ ଲୋକ ବ୍ୟସ୍ତ ଅଛନ୍ତି । ତେବେ କେବଳ ପେଟ୍ରୋଲ ଡିଜେଲ ନୁହେଁ ଏବେ ଏହାପରେ ଏଲ୍ପିଜି ଦର ମଧ୍ୟ ବହୁତ ଅଧିକ ବଢି ଯାଇଛି। ତୈଳ ଦର ଏବଂ ଏଲପିଜି ଗ୍ୟାସ ଦାମ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ନିକଟରେ ପେଟ୍ରୋଲ ଏବଂ ଡିଜେଲ୍‌ ଦାମ ହ୍ରାସ ଯୋଗୁଁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ରୋଷେଇ ଗ୍ୟାସ୍‌ ଦାମ ବୃଦ୍ଧିକୁ ନେଇ ଚର୍ଚ୍ଚା ଏବେ ବି ଜାରି ରହିଛି । ଏହାରି ଭିତରେ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ମିଳିଛି। 

 

ଗ୍ୟାସ୍‌ ସିଲିଣ୍ଡର ଉପରେ ମିଳୁଥିବା ସବସିଡି ପୁଣି ଥରେ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛି।ସବସିଡିରେ ଗ୍ୟାସ ନେଉଥିବା ଲୋକେ ଏବେ ୩୦୦ ଟଙ୍କା ବଞ୍ଚାଇପାରିବେ । କିଛି ଦିନ ପୂର୍ବରୁ ସିଲିଣ୍ଡର ପ୍ରତି ୫୯୪ ଟଙ୍କା ଦେବାକୁ ପଡ଼ୁଥିବା ବେଳେ କିଛି ଦିନ ମଧ୍ୟରେ ଏହି ଦାମ ବଢ଼ି ୮୮୪ ଟଙ୍କା ହୋଇଯାଇଛି। ଏବେ ପୁଣି ଥରେ ସବସିଡି ବୃଦ୍ଧି ହେବାକୁ ଯାଉଥିବାରୁ ଉପଭୋକ୍ତାଙ୍କୁ ଆଶ୍ବସ୍ତି ମିଳିବ ନିଶ୍ଚିତ। କିନ୍ତୁ ଏଥିପାଇଁ ଆପଣଙ୍କୁ ନିଜର ସବସିଡି ମିଳୁଥିବା ବ୍ୟାଙ୍କ ଖାତା ସହ ଆଧାର କାର୍ଡ ସଂଯୋଗ କରିବାକୁ ହେବ।ସାଧାରଣ ଲୋକଙ୍କ ଅ-ସୁ-ବି-ଧାକୁ ନଜରରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। 

 

କିଛି ଦିନ ହେଲା ସିଲିଣ୍ଡର କ୍ରୟ ଉପରେ କେବଳ ୨୦-୩୦ ଟଙ୍କା ସବସିଡି ମିଳୁଥିଲା। ଏବେ ପୁଣି ଏହି ରାଶିକୁ ବଢ଼ାଇ ୩୦୦ ଟଙ୍କା କରାଯାଇଛି ବୋଲି ଜଣାପଡ଼ିଛି।ଯେଉଁମାନେ ଉଜ୍ଜ୍ବଳା ଯୋଜନାରେ ସିଲିଣ୍ଡର ନେଉଛନ୍ତି ସେମାନଙ୍କୁ ୧୭୪.୮୬ ଟଙ୍କା ସବସିଡି ମିଳୁଥିଲା ଏବେ ଏହାକୁ ବଢ଼ାଇ ୩୧୨.୪୮ ଟଙ୍କା କରି ଦିଆଯାଇଛି। ଘରୋଇ ରୋଷେଇ ଗ୍ୟାସ୍‌ କ୍ରୟ ଉପରେ ମିଳୁଥିବା ସବସିଡି ରାଶି ୧୫୩.୮୬ ଟଙ୍କାରୁ ବଢ଼ାଇ ୨୯୧.୪୮ ଟଙ୍କା କରିଦିଆଯାଇଛି । ଯଦି ଆପଣମାନେ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ସବସିଡି ମିଳୁଥିବା ବ୍ୟାଙ୍କ ଖାତା ସହ ନିଜର ଆଧାର କାର୍ଡ ଲିଙ୍କ କରାଇନିଅନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *