ପୂର୍ବତନ ଅଧିନାୟକ କପିଳ ଦେବ ଙ୍କୁ କଡା ଜବାବ ଦେଲେ ରବିଶାସ୍ତ୍ରୀ । କହିଦେଲେ ଏମିତି କଥା….

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏ କଥା ଜାଣିଛନ୍ତି ଯେ ଚଳିତ ବର୍ଷ ଟି -୨୦ ବିଶ୍ୱକପ୍ ରେ ଭାରତ ର ପ୍ରଦର୍ଶନ ଭଲ ରହି ନାହିଁ । ଯେଉଁଠି ପାଇଁ ବର୍ତ୍ତମାନ ଭାରତୀୟ ଦଳ କୁ ସବୁ ମହଲ ରୁ ଅସନ୍ତୋଷ ର ପାତ୍ର ହେବାକୁ ପଡୁଛି । ତେବେ ବିରାଟ କୋହଲି ଙ୍କ ନେତୃତ୍ୱ ରେ ଦଳ ସୁପର୍ ୧୨ ଷ୍ଟେଜ ରୁ ଆଗକୁ ବାଢ଼ି ପାରି ନଥିଲା । ଭାରତ ର ପ୍ରଦର୍ଶନ ରେ ଦେଶ ର କ୍ରିକେଟ ପ୍ରେମୀ ମାନଙ୍କ ମନ ରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଟି ୨୦ ବିଶ୍ୱକପ୍ ରେ ଭାରତ ର ଏଭଳି ଖରାପ ପ୍ରଦର୍ଶନ କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଜୋରରେ ଚାଲିଛି ।

ତେବେ ଅନେକ କ୍ରିକେଟ ପ୍ରେମୀ ମାନେ ଏଥିପାଇଁ ଆଇପିଏଲ କୁ ଦାୟୀ କରିଥିଲେ । ତେବେ ଏହାକୁ ନେଇ ଭାରତୀୟ ପୂର୍ବତନ ଅଧିନାୟକ କପିଲ୍ ଦେବ୍ BCCI ଏବଂ ଭାରତୀୟ କ୍ରିକେଟ ଟିମ୍ ଉପରେ ବର୍ଷି ଥିଲେ । ତେବେ କପିଲ୍ ଦେବ ଏହା କହିଛନ୍ତି ଯେ “ଆମ ଦେଶ ର ଖେଳାଳି ମାନେ ଯଦି ଦେଶ ପାଇଁ ଖେଳିବା ଅପେଷା ଆଇପିଏଲ ରେ ଖେଳିବା କୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ତେବେ ଏଭଳି ପରିସ୍ଥିତି ତ ନିଶ୍ଚିନ୍ତ ଭାବରେ ଉପୁଜିବ ।

ତେବେ କପିଲ୍ ଙ୍କ ର ଏହି କଥା ରେ ଜବାବ ରଖିଛନ୍ତି ଭାରତୀୟ ଟିମ୍ ର ପୂର୍ବତନ କୋଚ ରବି ଶାସ୍ତ୍ରୀ  । ରବି ଶାସ୍ତ୍ରୀ କହିଛନ୍ତି ଯେ ” ଏହାକୁ ନେଇ ଏପରି କିଛି ପ୍ରଶ୍ନ ଉଠିବା ଉଚିତ୍ ନୁହେଁ । ଏହା ପରେ କହିଛନ୍ତି ଯେ ଯଦି ସେପରି କିଛି କାରଣ ରହିଥାଆନ୍ତା ତାହେଲେ ଗତ ୫ ବର୍ଷ ଧରି ଟିମ୍ ଇଣ୍ଡିଆ ଏତେ ଭଲ ପ୍ରଦର୍ଶନ କରି ପାରି ନଥାନ୍ତା । ଏହା ପରେ କହିଛନ୍ତୀ ଯେ ଆମ ଦେଶ ରେ ଖେଳାଳି ମାନେ ଏତେ ବି ବୋକା ନୁହନ୍ତି ଯେ ଦେଶ ଅପେକ୍ଷା ଆଇପିଏଲ ର ଟିମ୍ କୁ ଅଧିକ ପ୍ରାଧାନ୍ୟ ଦେବେ ।

 ବିରାଟ ଙ୍କୁ ନେଇ ରାନୀ ଶାସ୍ତ୍ରୀ ଏହା କହିଛନ୍ତି ଯେ ସେ ଜଣେ ସଫଳ ଖେଳାଳି ହୋଇଥିବା ବେଳେ ସେ ବର୍ତ୍ତମାନ ସମୟ ରେ ନିଜର ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ପାଇଁ ଅଧିନାୟକ ପଦ କୁ ଛାଡିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ଏଭଳି ଯେଉଁମାନେ କରିଥାନ୍ତି ସେହି ଖେଳାଳି ମାନଙ୍କର ମ୍ୟାଚ୍ ରେ ଅଧିକ ରନ କରିବାର ଭୋକ ରହିଥାଏ । ଶେଷ ରେ ରବି ଶାସ୍ତ୍ରୀ କହିଛନ୍ତି କି ବର୍ତ୍ତମାନ ଇଣ୍ଡିଆ ଟିମ୍ ର ଜଣେ ଦକ୍ଷ ଏବଂ ଫିଟ୍ ଖେଳାଳି ହେଉଛନ୍ତି ବିରାଟ କୋହଲି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *