ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ICC ଦେଲା ଭାରତ କ୍ରିକେଟ କୁ ଧୋକା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
କ୍ରିକେଟକୁ ନେଇ ସାରା ବିଶ୍ଵରେ ଏକ ଅଲଗା ହିଁ ମହତ୍ତ୍ୱ ରହିଛି, ବିଶ୍ୱରେ ସମସ୍ତେ କ୍ରିକେଟକୁ ଦେଖିବା ପାଇଁ ଆଗ୍ରହୀ ଥାଆନ୍ତି।ଯେତେ ବି ଖେଳ ରହିଛି, ସେହି ସବୁ ମଧ୍ୟରୁ କ୍ରିକେଟ ନାମ ଶୁଣିଲା ମାତ୍ରେ ହିଁ ଲୋକମାନେ ଆଗ୍ରହୀ ହୋଇଯାଆନ୍ତି। ତେବେ ଏହି କିଛିଦିନ ହେବ ବିଶ୍ୱକପ୍ ଖେଳ ଚାଲିଥିଲା ଆଉ ଏହାକୁ ନେଇ ବିଶ୍ୱବାସୀ ଆଗ୍ରହୀ ଥିଲେ ମଧ୍ୟ ଯେ କିଏ ବିଶ୍ୱ ବିଜେତା ହେବ। ହେଲେ ଏବେ କିନ୍ତୁ ସରିଛି ଟି୨୦ ବିଶ୍ୱକପ୍ । ମହା ମୁକାବିଲାରେ ବିଜୟଲାଭ କରିଛି ଅଷ୍ଟ୍ରେଲିଆ । ଦଳ ପ୍ରଥମ ଥର ପାଇଁ ଟି୨୦ ଚାମ୍ପିଅନ ହୋଇଛି ।
ପୁରା ଟୁର୍ଣ୍ଣାମେଣ୍ଟରେ କଙ୍ଗାରୁ ଖେଳାଳି ଜବରଦସ୍ତ ଫର୍ମ ଦେଖାଇଥିଲେ । ଏବେ ଆଇସିସି ଟି୨୦ ବିଶ୍ୱକପର ଶ୍ରେଷ୍ଠ ପ୍ଲେଇଂ ୧୧ ବାଛିଛି । ଏଥିରେ ପାକିସ୍ତାନୀ ଖେଳାଳି ବାବର ଆଜମଙ୍କୁ ଅଧିନାୟକ କରାଯାଇଛି ।ପ୍ଲେଇଂ ଏକାଦଶ ବ୍ୟତୀତ ଦ୍ୱାଦଶ ଖେଳାଳି ମଧ୍ୟ ଚୟନ କରାଯାଇଛି । ଏଥିରେ ଜମେ ହେଲେ ଭାରତୀୟ ଖେଳାଳିଙ୍କ ନାଁ ନାହିଁ । ଆଇସିସିର ଶ୍ରେଷ୍ଠ ଖେଳାଳି କିଏକିଏ ଆସନ୍ତୁ ନଜର ପକାଇବା ।
ଡେଭିଡ୍ ଓ୍ୱାର୍ଣ୍ଣର-ଅଷ୍ଟ୍ରେଲିଆ-୨୮୯ ରନ୍, ଜସ୍ ବଟଲର- ଇଂଲଣ୍ଡ-୨୬୯ ରନ୍, ବାବର ଆଜମ -ପାକିସ୍ତାନ (ଅଧିନାୟକ), ଚରିଥ ଅସାଲଙ୍କା-ଶ୍ରୀଲଙ୍କା-୨୩୧ ରନ୍, ଆଡନ ମର୍କରମ-ଦକ୍ଷିଣ ଆଫ୍ରିକା-୧୬୨ ରନ୍, ମୋଇନ ଅଲ୍ଲୀ- ଇଂଲଣ୍ଡ- ୯୨ ରନ୍-୭ ଓ୍ୱିକେଟ୍, ବି ହାସରଙ୍ଗା-ଶ୍ରୀଲଙ୍କା-୧୬ ଓ୍ୱିକେଟ୍, ଆଡମ ଜାମ୍ପା-ଅଷ୍ଟ୍ରେଲିଆ-୧୩ ଓ୍ୱିକେଟ୍, ଟ୍ରେଣ୍ଟ୍ ବୋଲ୍ଟ-ନ୍ୟୁଜିଲାଣ୍ଡ-୧୩ ଓିୱକେଟ୍, ଆନରିକ୍ ନର୍କିୟା-ଦକ୍ଷିଣ ଆଫ୍ରିକା-୯ ଓ୍ୱିକେଟ୍, ସାହିନ ଆଫ୍ରିଦି-ପାକିସ୍ତାନ-୭ ଓ୍ୱିକେଟ୍ସୂ, ଆଇସିସିର ଏକ ଚୟନ କମିଟି ଏହି ତାଲିକା ପ୍ରସ୍ତୁତ କରିଛି । ଏଥିରେ ଇୟାନ ବିସପ, ଏ ଜର୍ମାନାନ୍ସ, ସେନ ଓ୍ୱାଟସନ, ଏଲ ବୁଥ, ସାହିଦ ହାସମୀ ସମେତ ଅନ୍ୟ ବିଶେଷଜ୍ଞ ସାମିଲ ଥିଲେ ।
କେହି ଭାରତୀୟ ନାହାଁନ୍ତି :-
ମେଚ୍ ଆରମ୍ଭରୁ ହିଁ ଭାରତର ପ୍ରଦର୍ଶନ ବହୁତ ନୈରାଶ୍ୟଜନକ ଥିଲା। ପ୍ରଥମ ଦୁଇଟି ମ୍ୟାଚ୍ ରେ ଭାରତ ହାରି, ସେମିଫାଇନାଲ ପାଇଁ ନିଜର ସ୍ଥାନ ହରାଇ ସାରିଥିଲା। ବିଶ୍ୱକପରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଭାରତ ତରଫରୁ କେ ଏଲ ରାହୁଲ ସର୍ବାଧିକ ରନ୍ କରିଥିବା ବେଳେ ବୁମରାହ ସର୍ବାଧିକ ଓ୍ୱିକେଟ୍ ନେଇଥିଲେ । କିନ୍ତୁ ଅନ୍ୟ ଖେଳାଳିଙ୍କ ତୁଳନାରେ କମ୍ ରେଟିଂ କାରଣରୁ ତାଙ୍କୁ ସ୍ଥାନ ମିଳିନାହିଁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।