ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାଣିପାଗ କୁ ନେଇ ଆସିଛି ବଡ ଖବର । ମାଡ଼ିଆସୁଛି ଏକ ବା-ତ୍ୟା ଯାହାର ନାମ ରହିଛି ‘ଜୱାତ୍’ ।ଆଣ୍ଡାମାନ ସାଗର ଏବଂ ଥାଇଲାଣ୍ଡ ଉପକୂଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ଟି ଗତ ଶନିବାର ଦିନ ଲଘୁଚାପ ର ରୂପ ନେଇଥିଲା ଯାହାକି ବର୍ତ୍ତମାନ ସେଠାରେ ସକ୍ରିୟ ରହିଛି । ତେବେ ଏହି ଲଘୁଚାପ ଟି ଆସନ୍ତା ୪୮ ଘଣ୍ଟା ଅର୍ଥାତ ୧୭ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତ ର ରୂପ ନେବ ଏବଂ ୧୯ ତାରିଖ ସୁଦ୍ଧା ବା-ତ୍ୟାରେ ପରିବର୍ତ୍ତିତ ହେବ ।
ଯାହା ପୂର୍ବାନୁମାନ କରାଯାଉଛି ଏହି ବା-ତ୍ୟା ଟି ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି । ଏହି ବା-ତ୍ୟା ଟି ପ୍ରଭାବ ମଧ୍ୟ ଓଡ଼ିଶା ରେ ପଡ଼ିବ ଏବଂ ସେହି ସମୟ ରେ ଦକ୍ଷିଣ ଓଡ଼ିଶାରେ ପ୍ର-ବ-ଳ ବର୍ଷା ହେବେ ଏବଂ ଓଡିଶା ର ଉପକୂଳ ଅଞ୍ଚଳ ରେ ଆଂଶିକ ତଥା ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହା କହିଛନ୍ତି ଯେ ଏହି ଅବପାତ ଟି ବା-ତ୍ୟା ର ରୂପ ନେବାର ଅଧିକ ସମ୍ଭାବନା ଦେଖା ଯାଉଛି। କାହିଁକି ନା ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସରଫେସ୍ ଟେମ୍ପରେଚର ୨୯ରୁ ୩୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ରହୁଥିବା ବେଳେ ଇଣ୍ଡିଆନ ଓସେନ୍ ଡାଏପୋଲ୍ (ଆଇଓଡି), ମେଡନ୍ ଜୁଲିଅନ୍ ଓସିଲେସନ୍ ଏବଂ ଲାନିନାର ପ୍ରଭାବ ରହୁଛି।
ବର୍ତ୍ତମାନ ସମୟ ରେ ଆକ୍ୟୁୱେଦର ର ମଡେଲ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ,” ଏହି ବା-ତ୍ୟା ଟି ଉତ୍ତର ତାମିଲନାଡୁ ଏବଂ ଓଡ଼ିଶା ଭିତରେ ସ୍ଥଳଭାଗ ଛୁଇଁବ। ଅନ୍ୟ ପକ୍ଷରେ ଏହି ବା-ତ୍ୟା ଟି ଆସନ୍ତା ୧୮ ତାରିଖ ବେଳକୁ ଆନ୍ଧ୍ର ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।