ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଇସିସି ପୁଣି ଦେଲା ଏକ ଖୁସି ଖବର। ଭାରତରେ ଖେଳାଯିବ ଟି-୨୦ ବିଶ୍ୱକପ୍, ଚାମ୍ପିୟନ୍ସ ଟ୍ରଫି ଓ ଦିନିକିଆ ବିଶ୍ୱକପ। ଦେଖନ୍ତୁ ଏହି ସମ୍ପର୍କରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏହି କିଛି ମାସ ହେବ ଆମ ଦେଶ ତଥା ସାରା ବିଶ୍ୱରେ କ୍ରିକେଟକୁ ନେଇ ଏକ ପ୍ରକାରର ଜୋସ୍ ଲାଗି ରହିଛି। ପ୍ରଥମେ ଆମ ଦେଶରେ ଆଇପିଏଲ୍ ମ୍ୟାଚ୍ ହେଲା, ସେଥିରେ ଆମ ଦେଶର ପାଗଳ ହୋଇଯାଇଥିଲେ, ଏପରି ଖାଇବା ପିଇବା ଛାଡି ପରସ୍ପରର ଟିମ୍ କୁ ସପୋର୍ଟ କରୁଥିଲେ। ଏହା ସରିବା ପରର ଏହାର ମାହୋଲ୍ ଯାଇନଥିବା ବେଳେ ହିଁ ବିଶ୍ୱକପ୍ ଆରମ୍ଭ ହୋଇ ଯାଇଥିଲା। ଏହା ପାଇଁ ସାରା ବିଶ୍ୱ ଏକ ପ୍ରକାରର ଆଗ୍ରହୀ ହୋଇ ଯାଇଥିଲା, ଏହା ଜାଣିବା ପାଇଁ କି କିଏ ହେବ ବିଜେତା। ତେବେ ବହୁତ ହିଁ ଟ-କ୍କ-ର ମ୍ୟାଚ୍ ଥିଲା ବିଶ୍ୱକପ୍ ରେ, ଆମ ଦେଶର ଟିକେ ଖ-ରା-ପ ପ୍ରଦର୍ଶନ ରହି ଯାଇଥିଲା।
ଶେଷରେ ଅଷ୍ଟ୍ରେଲିଆ ହିଁ ବିଜେତା ହୋଇଥିଲା। ଏବେ ଏହିସବୁ ପରେ ଆଇସିସି ଗୋଟିଏ ପରେ ଗୋଟିଏ ଖବର ଦେବାରେ ଲାଗିଛି। ଏବେ ମଧ୍ୟ ଆଉ ନୂଆ ଖବର ଦେଇଛି ଆଇସିସି, ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ। ଟି-୨୦ ବିଶ୍ୱକପ ସରିବାର ଦୁଇ ଦିନ ବିତିନାହିଁ ଆଇସିସି ଗୋଟିଏ ପରେ ଗୋଟିଏ ଖୁସି ଖବର ଦେଉଛି । ପୁଣିଥରେ କ୍ରିକେଟପ୍ରେମୀ ଦେଖିବାକୁ ଚାମ୍ପିୟନ୍ସ ଟ୍ରଫିର ଜଲୱା । ଏନେଇ ସ୍ପଷ୍ଟ କରିଛି ଅର୍ନ୍ତଜାତୀୟ କ୍ରିକେଟ ପରିଷଦ ବା ଆଇସିସି । ଆସନ୍ତା ୨୦୨୪ରୁ ୨୦୩୧ ମଧ୍ୟରେ ଧଳା ବଲ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଜାରି କରିଛି ଆଇସିସି । ଏହି ସମୟ ଅବଧିରେ ୮ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।
ଆଇସିସି ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟସୂଚୀରେ ୮ଟି ବଡ ଟୁର୍ଣ୍ଣାମେଣ୍ଟର ଘୋଷଣା କରାଯାଇଛି । ଆଉ ଏହି ୮ଟି ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ ୧୪ଟି ଦେଶ ମଧ୍ୟରେ ବଣ୍ଟାଯାଇଛି । ଆଉ ଏହି ୮ଟି ଇଭେଣ୍ଟ ମଧ୍ୟରୁ ଭାରତ ୩ଟି ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିବ । ୨୦୨୪ ପୂର୍ବରୁ ୨୦୨୩ରେ ଭାରତରେ ଦିନିକିଆ ବିଶ୍ୱକପ ମଧ୍ୟ ଖେଳାଯିବ । ତେବେ ଆଇସିସି ପକ୍ଷରୁ ଯେଉଁ ଘୋଷଣା ହୋଇଛି ତାହା ପାକିସ୍ତାନକୁ କିଛି ମାତ୍ରାରେ ଆଶ୍ୱସ୍ତ କରିଛି । କାରଣ ଦୀର୍ଘ ବର୍ଷ ପରେ ପାକିସ୍ତାନକୁ ଫେରିଛି ଆଇସିସି ଟୁର୍ଣ୍ଣାମେଣ୍ଟ । ୨୦୨୫ରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ଦାୟିତ୍ୱ ପାକିସ୍ତାନକୁ ମିଳିଛି ।ଆଇସିସି ମଙ୍ଗଳବାର ଟ୍ୱିଟ୍ କରି ୨୦୨୪ରୁ ୨୦୩୧ ମଧ୍ୟରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ବିଭିନ୍ନ ଭେନ୍ୟୁ ଘୋଷଣା କରିଛି ।
୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକାକୁ ମିଳିତ ଭାବେ ଟି-୨୦ ବିଶ୍ୱକପ ଆୟୋଜନର ଦାୟିତ୍ୱ ମିଳିଛି । ୨୦୨୮ରେ ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଆମେରିକାକୁ ଆୟୋଜନର ଦାୟିତ୍ୱ ମିଳିଛି । କାରଣ ୨୦୨୮ରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ କସରତ ଚାଲିଛି । ସେହିଭଳି ଦୀର୍ଘ ବର୍ଷ ପରେ ପାକିସ୍ତାନକୁ ଆଇସିସି ଟୁର୍ଣ୍ଣାମେଣ୍ଟ ଫେରିଛି । ୨୦୨୫ରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିର ଦାୟିତ୍ୱ ପାକିସ୍ତାନକୁ ମିଳିଛି । ସେହିଭଳି ୨୦୨୬ରେ ହେବାକୁ ଥିବା ଟି-୨୦ ବିଶ୍ୱକପର ଫିଭର ପୁଣିଥରେ ଭାରତରେ ଦେଖିବାକୁ ମିଳିବ । ଉଭୟ ଭାରତ ଓ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟକୁ ମିଳିତ ଭାବେ ଆୟୋଜନ କରିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।