ରୋହିତ ଶର୍ମା ଅଧିନାୟକ ହେବା ପରେ ମୁଁହ ଖୋଲିଲେ ଉପ ଅଦିନୟକ Kl Rahul କହିଲେ ଏମିତି…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରୋହିତ ଙ୍କୁ ନେଇ ଅନେକ ପ୍ରକାରର ମନ୍ତବ୍ୟ ଦେଲେ କେଏଲ୍ ରାହୁଲ୍, କହିଲେ ରୋହିତ ଅଧିନାୟକ ହେବା ପରେ ଦଳ ର ପରିସ୍ଥିତି କଣ ରହିବ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଟି-୨୦ ବିଶ୍ୱକପ୍ ରେ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ଆଗକୁ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ରେ ଅଧିନାୟକ କୋହଲି ଖେଳିବେ ନାହିଁ। ଶୁଣିବାକୁ ମିଳୁଥିଲା କି କୋହଲି କିଛି ଦିନ ପାଇଁ ସେ ବିଶ୍ରାମ ନେବେ ଏବଂ ଖେଳ ଠାରୁ ଦୂରେଇ ରହିବେ। ତେବେ ତାଙ୍କ ବଦଳରେ ରୋହିତ ଶର୍ମା ଟିମ୍ ର ଅଧିନାୟକ ହୋଇ ଥାଆନ୍ତେ ଓ କେଏଲ୍ ରହୁଲ୍ ଉପ ଅଧିନାୟକ। ହେଲେ ଏକ ଆଉ ଏକ କଥା ଶୁଣିବାକୁ ମିଳୁଛି, ଏହି ମ୍ୟାଚ୍ ରୁ ବାଦ୍ ପଡି ପାରନ୍ତି ହିଟମ୍ୟାନ୍ ରୋହିତ ଶର୍ମା। ଆଗକୁ ହେବାକୁ ଯାଉଥିବା ଦୁଇଟି ଯାକ ମ୍ୟାଚ୍ ରେ ରୋହିତ ଶର୍ମା ନ ଖେଳିବା ନେଇ ସ-ନ୍ଦେ-ହ ଉପୁଜିଛି। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଲମ୍ବା ଛୁଟିରେ ଯାଇଛନ୍ତି । 

 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ ଏବଂ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇସାରିଛି । କିନ୍ତୁ ଏବେ ଦ୍ୱିତୀୟ ଟେଷ୍ଟରେ ମଇଦାନକୁ ଓହ୍ଲାଇବେ ବୋଲି କୁହାଯାଉଥିବା ବେଳେ ସେନେଇ ମଧ୍ୟ ସନ୍ଦେହ ଉପୁଜିଛି । ରୋହିତ ଶର୍ମା ଟେଷ୍ଟ ସିରିଜ୍ ନଖେଳିବା କଥା ଶୁଣିବାକୁ ମିଳୁଥିଲା, ଏବେ କିନ୍ତୁ ସୂଚନା ଆସୁଛି ରୋହିତ ଶର୍ମା ଖେଳିବେ ଏବଂ ଟିମ୍ ର ଅଧିନାୟକ ମଧ୍ୟ ହେବେ। ରୋହିତଙ୍କୁ ନେଇ ରାହୁଲ କିଛି କଥା କହିଛନ୍ତି, ତେବେ ସେ କହିଛନ୍ତି, ଟି-୨୦ ଦଳର ଅଧିନାୟକ ଭାବେ ରୋହିତ ଶର୍ମାଙ୍କ କାର୍ଯ୍ୟକାଳ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରୁ ଆରମ୍ଭ ହେବ। 

 

ଏହି ସିରିଜ୍ ପାଇଁ ଭାରତୀୟ ଦଳ ପ୍ରସ୍ତୁତିରେ ଜୁଟି ଯାଇଛି। ଏହି କ୍ରମରେ ଟି-୨୦ ଦଳର ଉପ ଅଧିନାୟକ କେଏଲ ରାହୁଲ କହିଛନ୍ତି, ଖେଳାଳି ରାହୁଲ ଦ୍ରାବିଡ ଓ ରୋହିତ ଶର୍ମାଙ୍କ ସହିତ କାମ କରିବା ପାଇଁ ଉତ୍ସାହିତ।ନୂତନ ଅଧିନାୟକ ବିଷୟରେ ରାହୁଲ କହିଛନ୍ତି, ଆମେ ରୋହିତଙ୍କୁ ଆଇପିଏଲରେ ଦେଖିଛୁ। ଲିଗ୍ରେ ତାଙ୍କ ରେକର୍ଡ ସବୁ କିଛି ଦର୍ଶାଇଥାଏ। ସେ ଖେଳକୁ ବେଶ୍ ଭଲ ଭାବେ ବୁଝି ପାରନ୍ତି ଏବଂ ଦମଦାର ରଣନୀତି ପ୍ରସ୍ତୁତ କରନ୍ତି। ଏହି କାରଣରୁ ସେ ଅଧିନାୟକ ଭାବେ ଏତେ ସବୁ ହାସଲ କରି ପାରିଛନ୍ତି। ରୋହିତ ଡ୍ରେସିଂ ରୁମରେ ସ୍ଥିରତା ଆଣିବେ ଏବଂ ଏଥିରେ ଡ୍ରେସିଂ ରୁମର ମାହୋଲ ବହୁତ ଭଲ ରହିବ ବୋଲି ରାହୁଲ କହିଛନ୍ତି।ଆଗାମୀ କିଛି ସପ୍ତାହରେ ଜଣା ପଡିବ ଯେ, ଦଳର ଲକ୍ଷ୍ୟ ଏବଂ ଆଭିମୁଖ୍ୟ କଣ। 

 

ଦଳଗତ ଖେଳରେ ନିଷ୍ପତ୍ତି ସାମୂହିକ ଭାବେ ନିଆଯାଏ ଏବଂ ନେତୃତ୍ଵକର୍ତ୍ତାଙ୍କୁ ଏହା ଉପରେ ଧ୍ୟାନ ରଖିବାର ଆବଶ୍ୟକତା ରହିଥାଏ। ସେ ଏହା ସୁନିଶ୍ଚିତ କରିବେ ଯେ, ପ୍ରତିଟି ଖେଳାଳି ନିଜର ଭୂମିକା ବିଷୟରେ ଜାଣନ୍ତୁ ଏବଂ ନିଜ ସ୍ଥାନକୁ ନେଇ ଦଳରେ ସୁରକ୍ଷିତ ଅନୁଭବ କରନ୍ତୁ।ରାହୁଲ ଦ୍ରାବିଡଙ୍କ ବିଷୟରେ ରାହୁଲ କହିଛନ୍ତି, ତାଙ୍କ ଆଗମନରେ ଦଳରେ ଖେଳାଳିଙ୍କ ମନୋବଳ ଆହୁରି ବୃଦ୍ଧି ଘଟିବ। କାରଣ ଦ୍ରାବିଡ ଯୁବ ଖେଳାଳିଙ୍କୁ ବହୁତ ଭଲ ମାର୍ଗଦର୍ଶନ କରି ପାରନ୍ତି। ମୁଁ ଯେତେବେଳେ କର୍ଣ୍ଣାଟକ ପକ୍ଷରୁ ଖେଳୁଥିଲି ଦ୍ରାବିଡଙ୍କ ମାର୍ଗଦର୍ଶନ ଖୁବ୍ ପାଇଛି। ଦ୍ରାବିଡ ନିଜର କୋଚିଂର ଦକ୍ଷତା ୧୯ ବର୍ଷରୁ କମ ଦଳ ସହ ଦେଖାଇ ସାରିଛନ୍ତି। ଦ୍ରାବିଡ ବହୁତ ବଡ ନାମ ଏବଂ ଆମକୁ ତାଙ୍କଠୁ ବହୁତ କିଛି କ୍ରିକେଟ୍ ଶିଖିବାକୁ ପଡିବ ବୋଲି କେଏଲ ରାହୁଲ କହିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *