ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ଏବେ ବନ୍ଧ ହେଲା Non Veg ଫାଷ୍ଟ ଫୁଡ଼। ନହେଲେ ଭୋଗିବାକୁ ପଡ଼ିବ ଦ-ଣ୍ଡ । ତେବେ କେଉଁଥିପାଇଁ ଏପରି ନିଷ୍ପତି ନେଲା ପ୍ରଶାସନ ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଗୁଜରାଟର ଅହମଦାବାଦ ପ୍ରଶାସନ ରାସ୍ତା କଡ଼ରେ ନନଭେଜ ଖାଦ୍ୟ ବିକ୍ରି ଉପରେ ରୋକ ଲଗାଇ ଦେଇଛି । ଗୁଜରାଟର ଅହମଦାବାଦ ପ୍ରଶାସନ ରାସ୍ତା କଡ଼ରେ ଆମିଷ ଖାଦ୍ୟ ବିକ୍ରି ଉପରେ ରୋକ ଲଗାଇଛି । ଖାଲି ସେତିକି ନୁହେଁ, ସମସ୍ତ ସ୍କୁଲ, କଲେଜ ଓ ଧର୍ମାନୁଷ୍ଠାନର ୧୦୦ ମିଟର ପରିଧି ମଧ୍ୟରେ ବି କେହି ଆମିଷ ଖାଦ୍ୟ ବିକ୍ରି କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।ଏହାକୁ ନେଇ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଲୋକମାନେ ଚିନ୍ତାରେ ପଡ଼ିଛନ୍ତି । ପ୍ରଶାସନ ପକ୍ଷରୁ ଏପରି ଘୋଷଣା ପରେ ରାସ୍ତାକଡ଼ରେ ଥିବା ଷ୍ଟଲ ଗୁଡ଼ିକୁ ମଧ୍ୟ ଉଠାଇ ନିଆଯାଇଛି ।
ଜୀବିକା ହରାଇ ଶହଶହ ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି । ଏହା ପଛର କାରଣ କ’ଣ ବୋଲି ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି । ଏପରି ନନଭେଜ ଉପରେ ବ୍ୟାନକୁ ନେଇ ବିବାଦ ଚାଲିଥିବା ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, “କିଛି ଲୋକ ଭେଜ ଖାଉଥିବା ବେଳେ ଆଉ କିଛି ଲୋକ ନନଭେଜ ଖାଦ୍ୟ ଖାଉଛନ୍ତି । ଏଥିରେ ସରକାରଙ୍କର କୌଣସି ଅ-ସୁ-ବି-ଧା ନାହିଁ । ରାସ୍ତାରୁ ଠେଲା ଗାଡ଼ିଗୁଡ଼ିକ ହଟାଇବାକୁ ଦୀର୍ଘ ଦିନକୁ ଦାବି ହେଉଥିଲା । ଠେଲା ଗାଡ଼ି ଯୋଗୁ ଟ୍ରାଫିକ ସମସ୍ୟା ବି ସୃଷ୍ଟି ହେଉଥିଲା । ଆମର ଗୋଟିଏ ଲକ୍ଷ୍ୟ ଯେ ଟ୍ରାଫିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ।
ସେହିପରି ଠେଲା ଗାଡ଼ିରେ ଯେମିତି ଅସ୍ୱାସ୍ଥ୍ୟକର ଖାଦ୍ୟ ନ ମିଳିବ, ତା’ ଉପରେ ନଜର ରଖାଯାଉଛି । ଯଦି କୌଣସି ରାସ୍ତା କଡ଼ ଦୋକାନୀଙ୍କ ଯୋଗୁ ଟ୍ରାଫିକ ସ-ମ-ସ୍ୟା ସୃଷ୍ଟି ହେଉଛି, ତା’ହେଲେ ତାହାକୁ ହାଟେଇବାକୁ ବ୍ୟବସ୍ଥା ନିଶ୍ଚିତ ଭାବରେ କରାଯିବ ।” ଗୁଜୁରାଟର ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ମଙ୍ଗଳବାର ଠାରୁ ସର୍ବସାଧାରଣ ରାସ୍ତା କଡ଼ରେ ଥିବା ଷ୍ଟଲରେ ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି । ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଷ୍ଟଲଗୁଡିକ ସାଧାରଣ ଲୋକ ଯାତାୟାତ କରୁଥିବା ରାସ୍ତା କଡରେ ଏବଂ ବିଦ୍ୟାଳୟ, କଲେଜ ଏବଂ ଧାର୍ମିକ ସ୍ଥାନଗୁଡିକର ୧୦୦ ମିଟର ବ୍ୟାସାର୍ଦ୍ଧରେ ଅନୁମତି ଦିଆଯିବ ନାହିଁ ବୋଲି ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ର ଟାଉନ୍ ପ୍ଲାନିଂ କମିଟି ନିଷ୍ପତ୍ତି ନେଇଛି ବୋଲି ଏମ୍ସି ଟାଉନ୍ ଯୋଜନା କମିଟିର ସଭାପତି କହିଛନ୍ତି ।
ଏହାର ପ୍ରତିକ୍ରିୟା ରେ ଜଣେ ଦୋକାନୀ କହିଛନ୍ତି, “ଆମ ଉପରେ ରୋକ ଲଗାଯାଇଥିବା ବେଳେ ହୋଟେଲଗୁଡ଼ିକ ଉପରେ କୌଣସି କ-ଟ-କ-ଣା ଲଗା ଯାଇନି । କ’ଣ ହୋଟେଲ ଭିତରୁ ଆମିଷର ସ୍ମେଲ ଆସୁନି? ପ୍ରଶାସନ ଆମ ଉପରେ କାହିଁକି କେବଳ କ-ଟ-କ-ଣା ଲଗାଇଛନ୍ତି?” ସୁନ୍ଦର ନାମକ ଆଉ ଜଣେ ବ୍ୟବସାୟୀ କହିଛନ୍ତି, “ମୁଁ ଜାଣିବାକୁ ପାଇଛି ଯେ ପ୍ରଶାସନ ଅଣ୍ଡା ବିକ୍ରି ହେଉଥିବା ଠେଲା ଗାଡ଼ିକୁ ବନ୍ଦ କରିଛି । ହେଲେ ମୁଁ ସାଣ୍ଡୱିଚ୍ ବିକ୍ରି କରୁଥିଲି । ତଥାପି ସେମାନେ ମୋ ଠେଲା ଗାଡ଼ିକୁ ଉଠାଇ ନେଇଛନ୍ତି ।” ଏଭଳି ନିଷ୍ପତିରେ ବିଭିନ୍ନ ମହଲରେ ଅ-ସ-ନ୍ତୋ-ଷ ଦେଖା ଦେଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।