ରାଜ୍ୟରେ କମିଲା ତେଲ ଦର, ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ୍‌ ହ୍ରାସକଲେ ସରକାର – ଜାଣନ୍ତୁ ସଂପୂର୍ଣ୍ଣ ଖବର । 

 

ଦର୍ଶକ ବନ୍ଧୁ ଦେଶ ର ଅନେକ ସ୍ଥାନ ରେ ବର୍ତ୍ତମାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦାମ କୁ କମ କରିଥିବା ବେଳେ ରାଜସ୍ଥାନ ରେ ତେଲ ଦର ରେ କୌଣସି ମଧ୍ୟ ପରିବର୍ତ୍ତନ ହୋଇନଥିଲା । ତେବେ ବର୍ତ୍ତମାନ ଶେଷ ରେ ରାଜସ୍ଥାନ ର ଅଶୋକ ଗେହଲଟ ସରକାର  କମାଇଛନ୍ତି ପେଟ୍ରୋଲ ଏବଂ ଡିଜେଲ ଦାମ । ଦେଶ ର ସମସ୍ତ ସ୍ଥାନ ରେ ତେଲ ଦାମ କମୁଥିବା ବେଳେ ଅପର ପକ୍ଷ ରେ ରାଜସ୍ଥାନ ରେ ଓଲଟା ବଢୁଥିଲା ତେଲ ଦାମ ।

ତେବେ ଗତ ମଙ୍ଗଳବାର ଦିନ ଗେହଲଟ ସରକାର ହଠାତ୍‌ ପେଟ୍ରୋଲ ଲିଟର ପିଛା ୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୫ ଟଙ୍କା ଭ୍ୟାଟ୍‌ ହ୍ରାସ କରିଛନ୍ତି । ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ବିଟ୍‌ କରି ଏହା କହିଛନ୍ତି ଯେ ,” ଅନୁଷ୍ଠିତ ହୋଇଥିବା ମନ୍ତ୍ରୀ ମଣ୍ଡଳ ର ବୈଠକ ରେ ପେଟ୍ରୋଲ-ଡିଜେଲ ଉପରୁ ଭ୍ୟାଟ୍‌ କମାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ପରେ ସେ କହିଛନ୍ତି ରାଜସ୍ଥାନ ରେ ଡିଜେଲ ୫ ଟଙ୍କା ଓ ପେଟ୍ରୋଲ ୪ ଟଙ୍କା ହ୍ରାସ କରାଯିବ । ଏହା ସହିତ ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଏଥି ପାଇଁ ବାର୍ଷିକ ୩୫୦୦ କୋଟି ଟଙ୍କାର ରାଜସ୍ବ ହାନି ବହନ କରିବେ ।

 

ସୂଚନା ଯୋଗ୍ୟ କଥା ଏହା ଯେ , କେନ୍ଦ୍ର ସରକାର ଗତ କିଛି ଦିନ ପୂର୍ବରୁ ତେଲ ଦର ଉପରୁ ଭ୍ୟାଟ୍‌ ହ୍ରାସ କରିଥିଲେ । ତେବେ ଡିଜେଲ ଉପରୁ ଲିଟର ପିଛା ୧୦ ଟଙ୍କା ଏବଂ ପେଟ୍ରୋଲ ଉପରୁ ଲିଟର ପିଛା ୫ ଟଙ୍କା ଭ୍ୟାଟ୍‌ ହ୍ରାସ କରିଥିଲେ କେନ୍ଦ୍ର ସରକାର । ତେବେ କେନ୍ଦ୍ର ରୁ ଏହା ହୋଇଯିବା ପରେ ଅନେକ ରାଜ୍ୟ ସରକାର ମାନେ ନିଜ ରାଜ୍ୟ ରେ ତେଲ ଦର ହ୍ରାସ କରିଥିଲେ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ତୈଳ ଦର ରେ ହ୍ରାସ ହେବା ଯୋଗୁଁ ଲୋକ ମାନଙ୍କୁ ବଡ ଆଶ୍ବସ୍ତୀ ମିଳିଥିଲା । ତେବେ ଅନେକ ରାଜ୍ୟ ରେ ତୈଳ ଉପରୁ ଭ୍ୟାଟ ହ୍ରାସ ପାଇବା ପରେ ରାଜସ୍ଥାନ ରେ ହ୍ରାସ ନ ହେବା କାରଣ ରୁ କଂଗ୍ରେସ ଶାସିତ ରାଜ୍ୟ ତୈଳ ରେ ଭ୍ୟାଟ୍ ହ୍ରାସ କରିବା ପାଇଁ ତୀବ୍ର ଦାବି କରିଥିଲେ । ତେବେ ଏହି ମଙ୍ଗଳ ବାର ଦିନ ରାଜସ୍ଥାନର ଅଶୋକ ଗେହଲଟ ସରକାର ତୈଳ ଦର ହ୍ରାସ କରିବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଥିଲେ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *