ଓଡ଼ିଆ ସିଙ୍ଗର କୂଳଦୀପ ଓ ଇପ୍ସିତା ଙ୍କ ମୁଁହରୁ ଶୁଣନ୍ତୁ କେମିତି ହୋଇଥିଲା Love Story ର ଆରମ୍ଭ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କିପରି ଭାବରେ ଓଲିଉଡ ସିଙ୍ଗର କୁଲଦୀପ ଏବଂ ଇପ୍ସିତା ଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ କୁଲଦୀପ ଏବଂ ଇପ୍ସିତା ଙ୍କ ମଝିରେ ସୃଷ୍ଟି ହୋଇଥିବା ପ୍ରେମ ର କାରଣ ପଚରା ଯିବାରୁ ଇପ୍ସିତା ଏହା କହିଥିଲେ ଯେ , ଆମେ ଦୁଇ ଜଣ ଏତେ ମାତ୍ରାରେ ଦୁହିଁ ଙ୍କ ପାଇଁ ଛାଇଗଲୁ ଯେ ଲୋକ ମାନେ ଆମକୁ ବିବାହ କରିବା ପାଇଁ ବାଧ୍ୟ କଲେ । ତେବେ ନିଜର ପ୍ରେମ କିପରି ଭାବରେ ଆରମ୍ଭ ହୋଇଥିଲା ଏହି ବିଷୟରେ ପଚରା ଯିବାରୁ କୁଲଦୀପ କହିଛନ୍ତି ଏହି ସବୁ କଥା ।

ତେବେ କୁଲଦୀପ ଏହା କହିଛନ୍ତି ଯେ ,ଗତ ୧୦ ବର୍ଷ ତଳେ ଏକ ଭଜନ ସମାରୋହ ହେଉଥିଲା , ସେଠାରେ ସେ ପ୍ରଥମ ଥର ପାଇଁ ଇପ୍ସିତା ଙ୍କୁ ଦେଖିଥିଲେ । ଏହାପରେ ହସି ହସି କହିଲେ ଯେ ସେତେବେଳେ ଇପ୍ସିତା ତାଙ୍କୁ ଭାଇ ଡାକୁଥିଲେ ।ତେବେ ସେ ସମୟ ରେ କୁଲଦୀପ ନିଜର ସାଙ୍ଗ ମାନଙ୍କୁ ସେହି ଦିନ କହିଥିଲେ କି ମୁଁ ବାହା ହେବି ତ ଏହି ଝିଅ କୁ ହିଁ ବାହା ହେବି । କିନ୍ତୁ ସେ ସମୟ ରେ  ତାହା ସମ୍ଭବ ହୋଇ ପାରି ନଥିଲା ।

 କହିଲେ କି ତାହା ପରେ ସେ ବମ୍ବେ ପଳେଇଲେ ଏହାପରେ ସେ ଯେତେବେଳେ ଫେରିକି ଆସିଲେ ସେତେବେଳେ ଏକ ଷ୍ଟୁଡିଓ ରେ ତାଙ୍କର ଇପ୍ସିତା ଙ୍କ ସହିତ ଦେଖା ହୋଇଗଲା । ଏମିତିକି ସେ ଦୁହେଁ ମଧ୍ୟ ଏହା ଭାବି ନଥିଲେ ଯେ ତାଙ୍କର କେବେ ଦେଖା ହେବ ବୋଲି । ସେ କହିଛନ୍ତି କି ଏହା ପରେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା ଏବଂ ଏମିତିକି ଆଜ କୁ ପ୍ରାୟ 8 ବର୍ଷ ହୋଇଗଲାଣି ସେମାନେ ସମ୍ପର୍କ ରେ ରହିଛନ୍ତି । ଆଉ ବର୍ତ୍ତମାନ ସମୟ ରେ ସେମାନଙ୍କ ନିର୍ବନ୍ଧ ମଧ୍ୟ ସରି ଯାଇଛି , ଆଉ ସେ ଦୁହେଁ ମଧ୍ୟ ବହୁତ୍ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି । 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *