ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପେଟ୍ରୋଲ ଏବଂ ଡିଜେଲ ଦର ଆଗକୁ ଆହୁରି କମିବା ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମନ । ତେବେ ଚାଲନ୍ତୁ ଜାଣିବା ବର୍ତମାନ ସମ୍ପୂର୍ଣ ଖବର ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହ୍ରାସ କରିବାକୁ ଘୋଷଣା କରିଥିଲେ । ଯାହା ନଭେମ୍ବର ୫ ତାରିଖ ମଧ୍ୟରାତ୍ରିରୁ ଲାଗୁ ହୋଇଛି । ଭାରତ ସରକାରଙ୍କ ଦ୍ୱାରା ଏକ୍ସାଇଜ୍ ଡ୍ୟୁଟି ହ୍ରାସକୁ ଘୋଷଣା କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତି ନେଇଥିଲେ । ତେବେ ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏଁ କମିଲା ଭାଟ୍ । ତୈଳ ଦର ହ୍ରାସ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ ହୋଇଥିଲା । ପେଟ୍ରୋଲରୁ ୨୮%, ଡିଜେଲରୁ ୨୪% ଭାଟ୍ ନେବେ ରାଜ୍ୟ ସରକାର ।
ଏହା ଫଳରେ ରାଜ୍ୟର ଭ୍ୟାଟ୍ ରାଜସ୍ୱର କ୍ଷତି ବାର୍ଷିକ ୧୪୦୦ କୋଟି ହେବ । ଏହା ସହିତ ପେଟ୍ରୋଲ ଉପରେ ୧.୬ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ଉପରେ ୨.୮ ପ୍ରତି ଲିଟର କମ ହେବ । ଅପର ପକ୍ଷରେ ରାଜ୍ୟର ଏକ୍ସାଇଜ୍ ଡ୍ୟୁଟିର ଭାବ ମଧ୍ୟ କମ୍ ହେବ । ଏଥିରେ ପ୍ରାୟ ୭୦୦ କୋଟି ଟଙ୍କାର କ୍ଷ-ତି ହେବ । ଏହା ସମେତ ରାଜ୍ୟର ମୋଟ ବାର୍ଷିକ କ୍ଷତି ୨୦୦୦ କୋଟି ହେବାର ସମ୍ଭାବନା ରହିଛି । ଅପର ପକ୍ଷରେ ଏହି କ୍ଷ-ତି ସହିତ ଓଡ଼ିଶାରେ ତୈଳ ଦର ଦେଶର ସର୍ବନିମ୍ନ ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି । ତେବେ ଦୀପାବଳି ପୂର୍ବ ସନ୍ଧ୍ୟାରେ ଭାରତ ସରକାର ସାଧାରଣ ଉପଭୋକ୍ତାଙ୍କୁ ଏକ ବଡ଼ ଉପହାର ଦେଇ ଥିଲେ ।
ସେଦିନ ଠାରୁ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୫ ଏବଂ ୧୦ ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ ହୋଇଛି । ଉତ୍ପାଦ ଶୁଳ୍କ ଦରରେ ହ୍ରାସ ଅନୁଯାୟୀ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଅର୍ଥବ୍ୟବସ୍ଥାକୁ ଆହୁରି ପ୍ରୋତ୍ସାହନ ଦେବା ଲାଗି ଭାରତ ସରକାର ଡିଜେଲ ଏବଂ ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କରେ ଜରୁରି ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଦେଶର ସାମଗ୍ରିକ ଆର୍ଥିକ ଚକ୍ରକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି । ଉପଭୋକ୍ତାମାନଙ୍କୁ ଆଶ୍ବସ୍ତି ପ୍ରଦାନ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ନିବେଦନ କରାଯାଇଥିଲା ।
ଏହା ସତ୍ବେ ଗରିବ ଏବଂ ମଧ୍ୟବିତ୍ତ ପରିବାର ଲୋକେ ମଧ୍ୟ ପେଟ୍ରୋଲ ପକାଇବାକୁ ସାହସ କରୁ ନାହାଁନ୍ତି । କାହିଁକି ନା ଏବେ ମଧ୍ୟ ପେଟ୍ରୋଲ ଡିଜେଲ୍ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି । କିନ୍ତୁ ଦୈନନ୍ଦିନ କାର୍ଯ୍ୟ ପାଇଁ ଗାଡ଼ି ନିହାତି ଜରୁରୀ । ତେବେ ବର୍ତମାନ ସମୟରେ ସେମାନଙ୍କ ପାଇଁ ଆସିଛି ଆଉ ଏକ ଆଶ୍ଵସ୍ତିକର ଖବର । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଆଗକୁ ନୂଆବର୍ଷ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ୍ ଦର ଆହୁରି କମିବ ବୋଲି ସୂଚନା ଦେଇଛନ୍ତି । ତେବେ ଏହା କେତେ କାର୍ଯ୍ୟକାରୀ ହେବ ତାହା ଆଗକୁ ଜଣା ପଡ଼ିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।