ଏକା ବେଳେ ଦୁଇଟି ଲଘୁଚାପ । ଓଡିଶା କୁ ବାତ୍ୟା ଆଶଙ୍କା । ଜାଣନ୍ତୁ କେବେ ବାତ୍ୟା ?

 

ଦର୍ଶକ ବନ୍ଧୁ ପାଣିପାଗ କୁ ନେଇ ଆସିଛି ବଡ ଖବର । ବର୍ତ୍ତମାନ ସମୟ ରେ ରାଜ୍ୟ ରେ ଲାଗି ରହିଛି ଲଘୁଚାପ ଏବଂ ଯାହାର ପ୍ରଭାବ ରେ ରାଜ୍ୟ ର ଅନେକ ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଲଘୁଚାପ ଟି ମଧ୍ୟ ବା-ତ୍ୟା ର ରୂପ ନେଇପାରେ ବୋଲି ଏହା ଆ-ଶ-ଙ୍କା କରା ଯାଉଛି । ତେବେ ଦର୍ଶକ ବନ୍ଧୁ ରାଜ୍ୟ ର କେଉଁ ସବୁ ଜିଲ୍ଲା ଗୁଡ଼ିକୁ ବର୍ଷା ହେବ ଏବଂ ଏଥିପାଇଁ କେଉଁ ସବୁ ଜିଲ୍ଲା ଗୁଡ଼ିକୁ ଆ-ଲ-ର୍ଟ ଜାରି କରିଛି ପାଣିପାଗ ବିଭାଗ , ଆସନ୍ତୁ ଜାଣି ନେବା ।

 ତେବେ ପୂର୍ବରୁ ଏହା ଅନୁମାନ କରାଯାଇଥିଲା ଯେ ଆସନ୍ତା ୧୭ ତାରିଖ ସୁଦ୍ଧା ଏହି ଲଘୁଚାପ ଟି ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ଅତିକ୍ରମ କରିବ ଏବଂ ଏହା ପରେ ଏହା ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ରେ ଅବପାତ ର ରୂପ ନେଇ ଆସନ୍ତା ୧୮ ତାରିଖ ରେ ଏହା ଦକ୍ଷିଣ ଆନ୍ଧ୍ର ଉପକୂଳ ରେ ସ୍ଥଳଭାଗ ଛୁଇଁବ । ପାଣିପାଗ ବିଭାଗ 4 ପୂର୍ବାନୁମାନ ରୁ ଏହା ଜଣା ପଡ଼ିଛି ଯେ ଆସନ୍ତା ୧୮ ତାରିଖ ରେ ଗଞାମ ଓ ଗଜପତି ଜିଲ୍ଲା ରେ ପ୍ର-ବ-ଳ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି । 

ଏହା ସହିତ ମଧ୍ୟ ମାଲକାନାଗିରି ଏବଂ କୋରାପୁଟ ଜିଲ୍ଲା ର କିଛି କିଛି ଅଞ୍ଚଳ ରେ ପ୍ର-ବ-ଳ ବର୍ଷା ହେବ ।ତେବେ ବର୍ତ୍ତମାନ ସମୟ ରେ ଆଞ୍ଚଳିକ ପାଣିପାଗ ବିଭାଗ ଗଞାମ,ଗଜପତି,ମାଲକାନାଗିରି ଓ କୋରାପୁଟ ଜିଲ୍ଲା ପାଇଁ ୟେଲୋ ଆ-ଲ-ର୍ଟ ଜାରି କରିଛନ୍ତି । ଏହା ସହିତ ଏହା ସୂଚନା ରହିଛି ଯେ କନ୍ଧମାଳ ,ବଲାଙ୍ଗିର ,ସୋନପୁର ,ବୌଦ୍ଧ, ନବରଙ୍ଗପୁର ,କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ସମେତ ଉତ୍ତର ଓଡିଶା ର କିଛି ଅଞ୍ଚଳ ର ହାଲୁକା  ରୁ ମଧ୍ୟମ ଧରଣ ର ବର୍ଷା ହେବ ।

ତେବେ ଗତ 24 ଘଣ୍ଟା ମଧ୍ୟରେ ଗଞାମ୍ ଜିଲ୍ଲା ର ମାଧବ ବରିଡା ରେ ସର୍ବାଧିକ 82.4 ମିମି ଏବଂ ଏହା ପରେ ଆସୁଛି ନୟାଗଡ ଯେଉଁଠି କି 78.2 ମିମି ବର୍ଷା ରେ-କ-ର୍ଡ ହୋଇଛି । ପାଣିପାଗ ବିଭାଗ ଏହା ମଧ୍ୟ କହୁଛି ଯେ , ଗୋଟେ ଲଘୁଚାପ ଏ ପର୍ଯ୍ୟନ୍ତ ଯାଇ ନାହିଁ ଅପର ପଟେ ଆଉ ଏକ ଲଘୁଚାପ ଆଣ୍ଡାମାନ ସାଗରେ ସୃଷ୍ଟି ହେବାର ସମ୍ବାବନା ଦେଖା ଦେଲାଣି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *