କ୍ରାଇମବ୍ରାଞ୍ଚ ବିଷୟରେ ଚାଞ୍ଚଲ୍ୟ କର ବୟାନ ଦେଲେ ସୌମ୍ୟଙ୍କ ମା…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ସୌମ୍ୟ ଙ୍କ ଘଟଣା ର ଶେଷ ଶୁଣାଣି କୁ ଶୁଣି କାହିଁକି ତାଙ୍କର ମାଆ କହିଲେ ଯେ ଆମକୁ କ୍ରାଇମ୍ ବ୍ରାଞ୍ଚ ଠକି ଦେଇଛି ବୋଲି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ବନ୍ଧୁଗଣ ଦୀର୍ଘ ୩ ମାସ ଧରି ସୌମ୍ୟ ଙ୍କ ଘଟଣା କୁ ତନାଘନା ଭାବରେ ଯାଞ୍ଚ କରୁ ଥିଲା କ୍ରାଇମ୍ ବ୍ରାଞ୍ଚ ଟିମ୍ । ଏହି ସେହି ଘଟଣା ଟି ର ଶେଷ ଶୁଣାଣି ହୋଇଛି । ଯେଉଁ କଥା କୁ ଶୁଣି ସୌମ୍ୟ ଙ୍କ ମାଆ ଏହି ନିର୍ଣ୍ଣୟ ରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଶେଷ ରେ କ୍ରାଇମ୍ ବ୍ରାଞ୍ଚ ଆମକୁ ଠକି ଦେଇଛି ।

ସୌମ୍ୟ ଙ୍କ ମାଆ ଏହା କହିଛନ୍ତି କି ଯଦି ଏହି ଘଟଣା ରେ ବିଦ୍ୟା , ମନ୍ମଥ ଏବଂ ଦିଏଫୋ ନଥିଲେ ତାହେଲେ ସେ ଦିନ ରୁ ଆଜି ଯାଏ କାହିଁକି ଏହି ଘଟଣା ଟି କୁ ଆଜି ପର୍ଯ୍ୟନ୍ତ ଟଣା ଗଲା । ୩ ମାସ ହୋଇଗଲା କ୍ରାଇମ୍ ବ୍ରାଞ୍ଚ କଣ ତଦନ୍ତ କରୁ ଥିଲା ଏହି ଘଟଣା ରେ ମନ୍ମଥ ଏବଂ ଦିଏଫୋ ଙ୍କ କିଛି ଭୁଲ ବାହାର କରି ପାରିଲା ନାହିଁ କେବଳ ବିଦ୍ୟା କୁ ଦୋଷୀ ବୋଲି ପ୍ରମାଣିତ କରିଛି ।

ବିଦ୍ୟା ଭାରତୀ କିଛି ସାହାଯ୍ୟ କରି ପାରିଲାନି ବୋଲି କାହିଁକି ତାକୁ ଦୋଷୀ କରି ଦିଆଗଲା । ସେ ଦିନ ରାତି ରେ ମନ୍ମଥ ଯେତେବେଳେ ଘର ଭିତରେ ପଶି ସବୁ ପ୍ରମାଣ କୁ ନଷ୍ଟ କରି ଦେଇ ଘର କୁ ତାଲା ପକେଇ ଦେଇ ଆସିଲା ତାର କଣ କିଛି ଦୋଷ ବାହାରିଲାନି । ଏମାନେ ସମସ୍ତେ ସେହି ଘଟଣା ରେ ରହିଛନ୍ତି । କ୍ରାଇମ୍ ବ୍ରାଞ୍ଚ ଏହି ଘଟଣା ଟି କୁ ଭଲ ଭାବରେ ତଦନ୍ତ କରି ନାହିଁ । ଶେଷ ରେ ସୌମ୍ୟ ଙ୍କ ମାଆ ଏହା କହି ଛନ୍ତି ଯେ ଆମକୁ ନ୍ୟାୟ ଦେଇ ପାରିଲାନି କ୍ରାଇମ୍ ବ୍ରାଞ୍ଚ , ଏବେ ଆମେ ହାଇକୋର୍ଟ ର ଦ୍ୱାରସ୍ଥ ହେବୁ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *