ମଦୁଆ ଙ୍କ ପାଇଁ ଆସିଲା ଗାଇଡ଼ଲାଇନ। ଏମିତି ନକରିଥିଲେ ଆଉ ତମକୁ ମିଳିବନି ମଦ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏବେ ନୂଆ ନିୟମ ହେଲା ଏହି କାମ ନକଲେ ମିଳିବନି ମ-ଦ । ତେବେ ଏବେ ଚାଲନ୍ତୁ ଜାଣନ୍ତୁ କେଉଁଠି ଏବଂ କଣ ପାଇଁ ଲାଗୁହେଲା ଏଭଳି ନିୟମ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କରୋନା ମ-ହା-ମା-ରୀ ବି-ରୋ-ଧରେ ଲଢିବାକୁ ସରକାର ଟିକାକରଣକୁ ପ୍ରାଧାନ୍ୟ ଦେଇଛନ୍ତି । ଏହି କ୍ରମରେ ଗୁରୁବାର ସୁଦ୍ଧା କୋ-ୱିନ୍ ଆପରୁ ମଳିଥିବା ରିପୋର୍ଟ ମୁତାବକ ଦେଶରେ ୧ ଶହ ୧୫ କୋଟି ଲୋକ ଟିକା ନେଇଛନ୍ତି । ହେଲେ ଏବେ ବି କିଛି ଲୋକ ଟିକାର ଉଭୟ ଖୋରାକ ବା ଗୋଟିଏ ବି ଖୋରାକ ନେଇ ନାହାଁନ୍ତି । ସେମାନଙ୍କୁ ସଚେତନ କରିବା ଓ ଦେଶରେ ଶତ ପ୍ରତିଶତ ଟିକାକରଣ କରାଇବାକୁ ରାଜ୍ୟ ସରକାରମାନେ ଭିନ୍ନ ଭିନ୍ନ ପନ୍ଥା ଆପଣାଉଥିବା ବେଳେ ମଧ୍ୟ ପ୍ରଦେଶର ଗୋଟିଏ ଜିଲ୍ଲାରେ ଅବକାରୀ ବିଭାଗ ଏକ ନୂଆ ତରିକା ଆପଣାଇଛି । 

 

ମଧ୍ୟ ପ୍ରଦେଶ ଖଣ୍ଡବା ଜିଲ୍ଲାର ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଛି କି ଯେଉଁମାନେ ଟିକାର ଉଭୟ ଡୋଜ ନେଇ ନାହାଁନ୍ତି ସେମାନଙ୍କୁ ସରକାରୀ ମଦ ଦୋକାନରୁ ମ-ଦ ମିଳିବ ନାହିଁ । ଏନେଇ ମଦ ଦୋକାନୀମାନେ ମ-ଦ ବିକ୍ରି କରିବା ପୂର୍ବରୁ କିଣୁଥିବାର ଲୋକର ଟିକାକରଣ ସାର୍ଟିଫିକେଟ ଯାଂଚ କରିବାକୁ ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଛି । ଅର୍ଥାତ ଅବକାରୀ ବିଭାଗ ସ୍ପଷ୍ଟ କରିଛି କି କେବଳ ଟିକାର ଉଭୟ ଖୋରାକ ନେଇଥିବା ଲୋକମାନେ ହିଁ ମ-ଦ କିଣିପାରିବେ । ଏଠାରେ କହି ରଖୁଛୁ କି ଖଣ୍ଡବା ଅବକାରୀ ବିଭାଗ ଜିଲ୍ଲାରେ ଥିବା ୧୯ ଟି ବିଦେଶୀ ମ-ଦ ଦୋକାନ ଓ ୫୬ ଟି ଦେଶୀ ମ-ଦ ଦୋକାନକୁ ଏଭଳି ନୋଟିସ ପଠାଇଛି ।

 

 ଖଣ୍ଡବା ଅବକାରୀ ଅଧିକାରୀ ପି.କିରଣ କହିଛନ୍ତି କି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା କି, ମ-ଦ ପିଉଥିବା ଲୋକଙ୍କ ପାଇଁ ବି ଟିକାର ଉଭୟ ଖୋରାକ ଲଗାଇବା ଜରୁରୀ । ଯେଉଁମାନେ ଟିକା ନେଇଛନ୍ତି କେବଳ ସେମାନଙ୍କୁ ମ-ଦ ବିକ୍ରି କରାଯାଉ । ଟିକା ନେଇ ନଥିଲେ ମିଳିବନି ମ-ଦ । ଏପରି ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି ମ-ଦ ଦୋକାନ ଆଗରେ । ଗୋଟିଏ ପଟେ ସାରା ଦେଶ କରୋନା କବଳରେ ଜ-ର୍ଜ-ରି-ତ ହେଉଥିବା ବେଳେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଟୀକାକରଣ ପ୍ରତି ଲୋକଙ୍କୁ ସଚେତନ ତଥା ଆକୃଷ୍ଚ କରିବା ପାଇଁ ହିଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । 

 

ବିନା ଟିକା ପ୍ରମାଣ ପତ୍ରରେ ମ-ଦ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ । କୋଭିଡ ଭ୍ୟାକ୍ସିନେସନର ସାର୍ଟିଫିକେଟ୍ ନ ଦେଖେିଲେ ମ-ଦ ବିକ୍ରି ନକରିବାକୁ କ-ଡ଼ା ନର୍ଦ୍ଦେଶ ଦେଇଛନ୍ତି ଏସଡିଏମ । ଡେପୁଟି କଲେକ୍ଟରଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ଲୋକମାନେ ସାଥିରେ ପ୍ରମାଣପତ୍ର ଆଣୁଥିବାର ଦେଖିବାକୁ ମଧ୍ୟ ମିଳିଛି । ତେବେ ନିୟମ ଅନୁସାରେ ମ-ଦ ବିକ୍ରି ହେଉଛି ନା ନାହିଁ ପର୍ଯ୍ୟାୟକ୍ରମେ ଦୋକାନଗୁଡ଼ିକୁ ଯାଞ୍ଚ ହେବ, ନହେଲେ ଦୋକାନୀଙ୍କ ବି-ରୋ-ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଟୀକା ନାହିଁ ତ ମଦ ମଧ୍ୟ ନାହିଁ । ଆଉ ଏହାକୁ ନେଇ ପ୍ରଶାସନ ଏବଂ ଆରକ୍ଷୀ ଅଧିକାରୀ ଏବେ ଆକ୍ସନ ମୋଡରେ ଅଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *