ମୋଦି ଙ୍କ ନିଷ୍ପତି କଙ୍ଗନା ନିରାଶ । ନିରାଶ ହେବା ପରେ କହିଲେ ଏହି ସବୁ କଥା….

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ଏକ ବଡ ଖବର । ଆସୁଥିବା ଖବର ଟି ରୁ ଏହା ଜଣା ପଡ଼ିଛି ଯେ, କଙ୍ଗନା ରଣାୱତ ଯେ କି ତିନୋଟି କୃଷି ଆଇନକୁ ସମର୍ଥନ କରିଆସୁଥିଲେ ସେ ବର୍ତ୍ତମାନ ପ୍ରତ୍ୟାହାର ନିଷ୍ପତ୍ତିରେ ନିରାଶ ବ୍ୟକ୍ତ କରିଛନ୍ତି। ଗତ ନଭେମ୍ବର 19 ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦେଶବାସୀ ଙ୍କୁ ସମ୍ବୋଧିତ କରି କ୍ଷମା ପ୍ରାର୍ଥନା କରି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଛନ୍ତି । ମୋଦି ଙ୍କ ଏହି ଘୋଷଣା ପରେ ଚାଷୀ ମାନଂକ ମନ ରେ ଖୁସି ର ଲହର ଖେଳି ଯାଇଛି ।ଏ ସବୁ ମଧ୍ୟରେ ବଲିଉଡ୍ ର ଅଭିନେତ୍ରୀ କଙ୍ଗନା ପୁଣି ମୁହଁ ଖୋଲିଛନ୍ତି।

ତେବେ ବଲିଉଡ୍ ର ସେହି ଅଭିନେତ୍ରୀ କଙ୍ଗନା  ପରୋକ୍ଷରେ ଭାରତକୁ ଏକ ଜିହାଦୀ ରାଷ୍ଟ୍ର ମଧ୍ୟ କହିଛନ୍ତି । ଗତ କିଛି ଦିନ ତଳେ ବିବାଦୀୟ ବୟାନ ପାଇଁ ସେ ଟ୍ବିଟରରୁ ବିଦାୟ ନେବାକୁ ପଡ଼ିଥିଲା ଏବଂ ବର୍ତ୍ତମାନ ସେ ନିଜର ଇନଷ୍ଟାଗ୍ରାମରେ ଏହା ଲେଖିଛନ୍ତି ଯେ, ଲଜ୍ଜାଜନକ ,ଦୁଃଖଦାୟକ ଏବଂ ସଂପୂର୍ଣ୍ଣ ଭୁଲ୍ । ଯଦି ନିର୍ବାଚିତ ସରକାରଙ୍କ ବଦଳରେ ଲୋକ ମାନେ ରାସ୍ତା ଉପରେ ଆଇନ ତିଆରି କରିବେ ତାହେଲେ ଏହା ଏକ ଜିହାଦୀ ରାଷ୍ଟ୍ର। ତେବେ କଙ୍ଗନା ଙ୍କ ଏପରି କଥା ପାଇଁ ଚାଷୀ ସଂଗଠନ ରେ ଅସନ୍ତୋଷ ଭାବ ଦେଖା ଦେଇଛି ।

କେବଳ ଏତିକି ନୁହେଁ କିଛି ଦିନ ପୂର୍ବରୁ କଙ୍ଗନା ଏହା କହିଥିଲେ ଯେ କୃଷି ବିଲକୁ ସମର୍ଥନ କରୁଥିବା କୃଷକମାନେ ଆତଙ୍କବାଦୀ । ସେ ଏପରି ଲେଖିଥିଲେ ଯେ ,”ପ୍ରଧାନମନ୍ତ୍ରୀ, ଶୋଇଥିବା ବ୍ୟକ୍ତିଙ୍କୁ ଉଠାଯାଇପାରିବ, ଯିଏ ଭୁଲ୍ ବୁଝିଥିବ ତାଙ୍କୁ ବୁଝା ଯାଇ ପାରିବ। କିନ୍ତୁ ଯିଏ ନ ବୁଝିବାର ଅଭିନୟ କରେ ଏବଂ ଶୋଇବା ର ଅଭିନୟ କରେ, ସେହି ବ୍ୟକ୍ତିଙ୍କୁ ବୁଝାଇବା ଦ୍ବାରା କ’ଣ ଫରକ ପଡ଼ିବ ?

ତେବେ ଏହିପରି ସବୁ କଥା କହିବା ପରେ କଙ୍ଗନା ବହୁତ୍ ସମାଲୋଚନା ରେ ରହିଥିଲେ । ତେବେ ବଲିଉଡର ଅଭିନେତ୍ରୀ କଙ୍ଗନା ଙ୍କ ଏପରି ସବୁ କଥା ପାଇଁ ତାଙ୍କୁ ଗିର- ଫ କରିବାକୁ ଦାବି ହୋଇଥିଲା । ତେବେ ଏଥିପାଇଁ ଆଇପିସିର ଧାରା ୪୪, ୧୦୮, ୧୫୩, ୧୫୩ ଏ ଏବଂ ୫୦୪ ଅନୁସାରେ ଅଭିନେତ୍ରୀଙ୍କ ବିରୋଧରେ ଏକ ମା ମ-ଲା ରୁ ଜୁ ହୋଇଥିଲା।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *