ଏମିତି ଜଣେ ଭାରତୀୟ ବୋଲର । ଦୁଇ ହାତରେ ପକାଉଛନ୍ତି ବଲ…ବ୍ୟାଟ୍ସମ୍ୟାନ ଦେଖିଲେ ଡରୁଛନ୍ତି…

 

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ବିଦର୍ଭ ର ବଡ ବିଜୟ ସହ ସେମି ଫାଇନାଲ ଟିକେଟ ହାତେଇଛି । ଆଉ ଏହି ମ୍ୟାଚ୍ ପଛର ହିରୋ ସାଜିଛନ୍ତି ଅକ୍ଷୟ କାର୍ଣ୍ଣେଓ୍ୱର , ଯେ କି ନିଜର ବୋଲିଂ ଦ୍ଵାରା ରାଜସ୍ଥାନ କୁ ହଟହଟା କରିଥିଲେ । କାରଣ ସେହି ମ୍ୟାଚ୍ ରେ ଅକ୍ଷୟ 4 ବୋଲିଂ କରି ମାତ୍ର 7 ରନ ଦେବା ସହ ଗୋଟେ ୱିକେଟ ମଧ୍ୟ ହାସଲ କରିଥିଲେ । 

 

ତେବେ ଅକ୍ଷୟ ଙ୍କ ର ଏଭଳି ବୋଲିଂ ପାଇଁ ରାଜସ୍ଥାନ ବଡ ସ୍କୋର କରିବାରେ ବିଫଳ ହୋଇଥିଲା। 29 ବର୍ଷୀୟ ଅକ୍ଷୟ ଏବେ ବିଦର୍ଭ ପକ୍ଷ ରୁ ଖେଳୁଛନ୍ତି । କିନ୍ତୁ ଏବେ ଅକ୍ଷୟ ଙ୍କୁ ନେଇ ଭାରତୀୟ କ୍ରିକେଟ ରେ ଜୋରଦାର ଚର୍ଚ୍ଚା ହେଉଛି । କାରଣ ଏହି ଖେଳାଳି ଜଣକ ଉଭୟ ହାତ ରେ ବୋଲିଂ କରିବାରେ ମହାରଥ ହାସଲ କରିଛନ୍ତି । 

 

ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ 7 ଟି ମ୍ୟାଚ୍ ରେ ଅକ୍ଷୟ ସମୁଦାୟ 28 ଓଭର ବୋଲିଂ କରିଛନ୍ତି । ସେ 28 ଓଭର ବୋଲିଂ କରି ମାତ୍ର 100 ରନ ବ୍ୟୟ କରିଛନ୍ତି ଅକ୍ଷୟ । ତେବେ ଟି 20 ଫର୍ମାଟ ରେ ଏଭଳି ସୁନ୍ଦର ବୋଲିଂ ବହୁତ୍ କମ୍ ଦେଖିବାକୁ ମିଳେ । ଏହା ସହିତ ଚଳିତ ଟ୍ରଫି ରେ ଦମଦାର ପ୍ରଦର୍ଶନ କରିଛନ୍ତି ଅକ୍ଷୟ ।

 

ତେବେ ଏହି ଟ୍ରଫି ରେ 5 ରନ ରେ 4 ରୁ ୱିକେଟ ନେଇ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଅକ୍ଷୟ । ସବୁଠୁ ବଡ କଥା ହେଲା ଚଳିତ ଟୁର୍ନାମେଣ୍ଟ ରେ ଏ ଯାଏ 13 ଟି ୱିକେଟ ନେଇଛନ୍ତି ଏବଂ ସେଥିରେ ମଧ୍ୟ ହାଟ୍ରିକ ୱିକେଟ ମଧ୍ୟ ରହିଛି । ଏ ସବୁ କୁ ବାଦ୍ ଦେଲେ ମଧ୍ୟ ଟି 20 ମ୍ୟାଚ୍ ରେ ଅକ୍ଷୟ ,ଙ୍କ ନାମ ରେ ଏକ ଏଲୋଡା ରେକର୍ଡ ରହିଛି। 

 

ମଣିପୁର ବିପକ୍ଷ ମ୍ୟାଚ୍ ରେ ଅକ୍ଷୟ 4 ଓଭର ବୋଲିଂ କରିଥିବା ବେଳେ 4 ଓଭର ରେ କୌଣସି ରନ ନ ଦେଇ 2 ଟି ୱିକେଟ ମଧ୍ୟ ନେଇଥିଲେ। ତେବେ ଟି -୨୦ ଏହିପରି ଏକ ରେକର୍ଡ ବିଶ୍ଵ ର ଅନ୍ୟ କୌଣସି ଖେଳାଳି ଙ୍କ ନାମ ରେ ନାହିଁ । ମାତ୍ର 15 ବର୍ଷ ବୟସ ରେ ନାଗପୂର୍ ର ନବକେତନ କ୍ରିକେଟ କ୍ଲବ ରେ ଖେଳିବା ଆରମ୍ଭ କରିଥିଲେ ଅକ୍ଷୟ । ତେବେ 2016 ମସିହା ରେ ଝାଡଖଣ୍ଡ ବିପକ୍ଷ ରେ ପ୍ରଥମ ଶ୍ରେଣୀ କ୍ରିକେଟ ରେ ପଦାପ୍ରଣ କରିଥିଲେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *