ଥଣ୍ଡା କାଶ ଏବଂ କଫ କୁ ଭଲ କରିବାର ଘରୋଇ ଉପାୟ – ଏବେ ହିଁ ଜାଣି ରଖନ୍ତୁ ଏହି ଖାସ ଉପାୟ ।

 

ବନ୍ଧୁଗଣ ବିଭିନ୍ନ ପ୍ରକାରର କାରଣ ଯୋଗୁଁ ଥଣ୍ଡା , କାଶ ଏବଂ କଫ ଭଳି ସମସ୍ୟା ଭୋଗିବାକୁ ପଡିଥାଏ । ଛୋଟ ଠୁ ଆରମ୍ଭ କରି ବୁଢା ଲୋକ ଙ୍କ ପର୍ଯ୍ୟନ୍ତ ସବୁ ବୟସ ର ଲୋକ ମାନଙ୍କୁ ଏହା ହୋଇଥାଏ । ସେଥିପାଇଁ ଆମେ ଅନେକ ପ୍ରକାରର ଔଷଧ ର ସେବନ କରିଥାଉ। କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ପ୍ରୟୋଗ କରି ଥଣ୍ଡା, କାଶ ଏବଂ କଫ ଜନିତ ସମସ୍ୟା ରୁ ରକ୍ଷା ପାଇ ପାରିବା । ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ସେହି ଉପଚାର ବିଷୟରେ ।

 

ତେବେ ଏହି ଘରୋଇ ଉପଚାର ଟି ପାଇଁ ଆପଣଙ୍କୁ ପ୍ରଥମେ ତୁଳସୀ ଗଛ ର ଜଟା ର ଆବଶ୍ୟକତା ପଡ଼ିବ । ତୁଳସୀ ଆମ ସ୍ବାସ୍ଥ୍ୟ ପାଇଁ କେତେ ଅଧିକ ଲାଭ ଦାୟକ ଏହା ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଛନ୍ତି ।ଏହି ତୁଳସୀ ପତ୍ର ର ସେବନ କରିବା ଦ୍ୱାରା ଏହା ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗ ରୁ ରକ୍ଷା କରିଥାଏ । ତେବେ ଆପଣଙ୍କୁ ପ୍ରଥମେ ତୁଳସୀ ଗଛ ର କଞ୍ଚା ଜଟା ର ସଂଗ୍ରହ କରିବାକୁ ହେବ। ତେବେ ପାଖାପାଖି ଆପଣଙ୍କୁ 10 ଟି ଜଟା ସଂଗ୍ରହ କରିବାକୁ ହେବ ।

 

ତେବେ ପ୍ରଥମେ ଆପଣ ଏକ ପାତ୍ର ରେ ଏକ ଗ୍ଲାସ୍ ପାଣି ନେଇ ତାହାକୁ ଗରମ କରନ୍ତୁ । ତାହା ପରେ ଆପଣ ସେଥିରେ ସଂଗ୍ରହ କରିଥିବା 10 ଟି ତୁଳସୀ ଯଟା କୁ ପକାଇ ଦିଅନ୍ତୁ । ତେବେ ତାକୁ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେବେଳେ ଯାଇ ପାଣି ଫୁଟି ଫୁଟି ଅଧା ଗ୍ଲାସ୍ ନ ହୋଇଛି । ତେବେ ଦେଖିବେ ପାଣି ଭଲ ଭାବରେ ଫୁଟି ଯିବା ପରେ ପାଣି ର ରଙ୍ଗ ପରିବର୍ତନ ହେବାକୁ ଲାଗିବ ।

 

ଏହା ହାଲୁକା ସବୁଜ ରଙ୍ଗ ର ଦେଖା ଯିବ । ତାହାପରେ ତାହାକୁ ଏକ ପାତ୍ର କୁ କାଢି ନିଅନ୍ତୁ ଏବଂ ତାହାକୁ ସେବନ କରନ୍ତୁ । ତେବେ ଏହାକୁ ଦିନକୁ ତିନି ଥର ସେବନ କରନ୍ତୁ ଆଉ ଛୋଟ ପିଲାଙ୍କୁ ବୟସ ଅନୁସାରେ 1 ରୁ 2 ଚାମଚ୍ ଦିଅନ୍ତୁ । କେବଳ 2 ରୁ 3 ଦିନ ପର୍ଯ୍ୟନ୍ତ ଏହାର ସେବନ କରିବା ଦ୍ଵାରା ପ୍ରାକୃତିକ ଉପାୟ ରେ ଆପଣଙ୍କ ଥଣ୍ଡା ଭଳି ସମସ୍ୟା ସଂପୂଣ୍ଣ ଭଲ ହୋଇଯିବ ।

 

କାଶ ର ଉପଚାର ପାଇଁ ଆପଣ ପ୍ରଥମେ ଏକ ଗ୍ଲାସ୍ ପାଣି ନେଇ ତାହାକୁ ଗରମ କରନ୍ତୁ ଏହା ପରେ ଯଦି ଛୋଟ ପିଲା ଙ୍କ କାଶ ପାଇଁ ପ୍ରସ୍ତୁତ କରୁଛନ୍ତି ତାହେଲେ ଏକ ଖଣ୍ଡ ମିଶ୍ରି ପକାନ୍ତୁ ଆଉ ଯଦି ବଡ ଲୋକ ଙ୍କ ପାଇଁ କରୁଛନ୍ତି ତାହେଲେ 2 ରୁ 4 ଖଣ୍ଡ ପକାନ୍ତୁ । ମିଶ୍ରି କୁ ସଂପୂଣ୍ଣ ମିଶିବା ପର୍ଯ୍ୟନ୍ତ ତାହାକୁ ଗରମ କରନ୍ତୁ ଏବଂ ତାହା ପରେ ତାହାକୁ ଏକ ପାତ୍ର ରେ କାଢି ନିଅନ୍ତୁ ।ଯଦି ଛୋଟ ପିଲା ଙ୍କ କାଶ ହେଉଛି ତାହେଲେ 1 ରୁ 2 ଚାମଚ ଆଉ ଯଦି ବଡ ଲୋକଙ୍କ କାଶ ହେଉଛି ତାହେଲେ ଅଧା ଗ୍ଲାସ୍ ସେବନ କରନ୍ତୁ ଦେଖିବେ ଆପଣଙ୍କ କାଶ ସଂପୂର୍ଣ୍ଣ ଭାବରେ ଭଲ ହୋଇଯିବ ।

 

ଯଦି ଆପଣଙ୍କ ର ଛାତି ରେ  କଫ ଜମି ଯାଇଛି ତାହେଲେ ଆପଣ ଏକ ଅରଖ ପତ୍ର ଆଣି ସେଥିରେ କିଛି ଝିଅ ଲଗାଇ ଦେବେ ଏହାପରେ ତାହାକୁ ହାଲୁକା ଗରମ କରି ନେବେ ।ଏହାପରେ ଛାତି ରେ ତାକୁ ପକାଇ ଦେବେ ତା ଉପରେ ଖଣ୍ଡେ କନା ବା କପଡା ବାନ୍ଧି ଦେବେ । ଯଦି କଫ ଜମି ଥିବ ତାହେଲେ ତାହା ଘିଅ ଭଳି ତରଳି ବାହାରି ଯିବ ।

 

Leave a Reply

Your email address will not be published. Required fields are marked *