ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କୋଣାର୍କ ଗଣନାଟ୍ୟ ର ସୋନି । ବର୍ତମାନ ଆଗଧାଡ଼ି ର ଜଣେ ନର୍ତ୍ତକୀ ଙ୍କ ଠୁ ଶୁଣନ୍ତୁ ଅଭିନୟ ଜଗତ ବିଷୟ ରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତମାନ କୋରନା ହେତୁ ଗତ ୨ ରୁ ୩ ବର୍ଷ ହେବ ସମସ୍ତ କର୍ମ କାର୍ଯ୍ୟ ବନ୍ଦ୍ ରହିଛି । ଶହେ ରୁ ଶତକଡା ଲୋକ ଓଡ଼ିଆ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । କିନ୍ତୁ ଯାତ୍ରା ଏପରି ଏକ ପ୍ଲାଟଫର୍ମ ସେଠାରେ କଳାକାର ମାନେ ଦର୍ଶକ ଙ୍କ ସାମ୍ନା ରେ ହିଁ ନିଜ ଅଭିନୟ ର ଚମତ୍କାର ଲାଇଭ ଦେଖେଇ ଥାନ୍ତି । ଓଡ଼ିଆ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଯାତ୍ରା ହୋଇଥାଇ ବା ଫିଲ୍ମ ହେଉ ସେ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି , ଇତ୍ୟାଦି ଇତ୍ୟାଦି ।
ଯାତ୍ରା ଏକ ଏପରି ଜଗତ , ସେଠାକାର କଳାକାର ମାନେ ଦର୍ଶକ ଙ୍କ ସମ୍ମୁଖ ରେ ଲାଇଭ ଶୋ ଦେଖାଇଥାନ୍ତି ଓ ଏହା ମଧ୍ୟ ପାଞ୍ଚ ରୁ ଛଅ ଘଣ୍ଟା ଚାଲି ଥାଏ । ତେବେ ଏତେ ପ୍ରକାର କଥା ମନେ ରଖି ଷ୍ଟେଜ ଉପରେ ଦର୍ଶକ ଙ୍କ ସମ୍ମୁଖ ରେ ବୋଲିବା ସହଜ ହୋଇନଥାଏ । ତେଣୁ ଯାତ୍ରା ହେଉଛି କଳା ର ଅନନ୍ୟ ନିଦର୍ଶନ । କାରଣ କୌଣସି ପର୍ବ ପର୍ବାଣୀ ପାଳନ ହେଲା ନାହିଁ ବା ଯାତ୍ରା ପଡ଼ିଲା ନାହିଁ । ଦୁର୍ଗା ପୂଜା ହେଉ ବା ଚନ୍ଦନ ପୂର୍ଣ୍ଣମୀ ହେଉ , ଯାତ୍ରା ହୋଇଥାଏ ଗ୍ରାମାଞ୍ଚଳ ରେ । ନାନା ପ୍ରକାର ଯାତ୍ରା ଗୋଷ୍ଠୀ ଯାଇ ଯାତ୍ରା କରି କିଛି ପଇସା ରୋଜଗର କରିଥାନ୍ତି ।
ତେବେ କଳିଙ୍ଗ ଗଣନାଟ୍ୟ , ରଙ୍ଗମଞ୍ଚ , ଧଉଳି , ରଙ୍ଗମହଲ , ଇଷ୍ଟର୍ନ ମିଡ଼ିଆ , ବିଶ୍ୱ ଦରବାର , ବାଘାଯତିନ ଗଣନାଟ୍ୟ ଆଦି ଯାତ୍ରା ଗୋଷ୍ଠୀ ରହିଥାନ୍ତି । ଅନେକ ପ୍ରକାର ଅଭିନେତା ଓ ଅଭିନେତ୍ରୀ ଙ୍କୁ ନେଇ ହୋଇଥାଏ ଯାତ୍ରା । କିନ୍ତୁ ଖଣ୍ଡଗିରି ରେ ଯେପରି ରାନିପଣ୍ଡା ଚର୍ଚ୍ଚିତ , କୋଣାର୍କ ରେ ସେହିପରି ମୁଖ୍ୟ ନର୍ତ୍ତକୀ ଭାବେ ବେଶ୍ ସୁନାମ ରହିଛି ସୋନି ଙ୍କ ର । ତେବେ ଏକ ସାକ୍ଷାତ କାର ରେ ସେ ଯାତ୍ରା ଜଗତ ତଥା ନର୍ତ୍ତକୀ ମାନଙ୍କ ପୋଷାକ ବିଷୟ ରେ କହିଛନ୍ତି ।
୨୦୧୦ ମସିହା ଠାରୁ କୋଣାର୍କ ଗଣନାଟ୍ୟ ରେ ନିଜ ଅଭିନୟ ବା ନୃତ୍ୟ କ୍ୟାରିୟର ଆରମ୍ଭ କରିଥିଲେ ସୋନି । ତେବେ ଏସବୁ ଦିଗ ରେ ଅନେକ ପ୍ରକାର କଂପ୍ରୋମାଇସ କରିବାକୁ ପଡ଼ିଥାଏ ବୋଲି ସମସ୍ତେ ଜାଣିଛନ୍ତି । ଏଇ ସମ୍ପର୍କ ରେ ଏକ ସାକ୍ଷାତ କାର ରେ ସେ କହିଛନ୍ତି ଯେ ଯଦି ନିଜର ଦକ୍ଷତା ରହିଛି , ତେବେ ଯାଇ ଗ୍ଲାମୋର୍ ଦୁନିଆ କୁ ଆସିବା ଉଚିତ୍ । କୌଣସି କଂପ୍ରୋମାଇସ କରି କିଛି କରିବା ଉଚିତ ନୁହେଁ । ସଙ୍ଗୀତ କାର ଙ୍କ ଦ୍ଵାରା ସେ ଆସିଥିଲେ ଏହି ଯାତ୍ରା ଜଗତ ରେ । ତେବେ ଦର୍ଶକ ତାଙ୍କୁ ଅଭିନେତ୍ରୀ ଭୂମିକା ଠୁ ଅଧିକ ପସନ୍ଦ କରୁଛନ୍ତି ନର୍ତ୍ତକୀ ଭୂମିକା ରେ ବୋଲି ସେ କହିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।