ତେବେ ଆସିଲା ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନା । ଏହି ତାରିଖ ପୂର୍ବରୁ ପଞ୍ଜୀକରଣ କଲେ ମିଳିବ ଟଙ୍କା । ସେଥିପାଇଁ ସମସ୍ତ ଚାଷୀ ଏହାକୁ ଜାଣିବା ଦରକାର ଅଟେ । ତେବେ ଜାଣନ୍ତୁ କିପରି କରିବେ ଆବେଦନ ।
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ତେବେ ଆସିଲା ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନା । ଏହି ତାରିଖ ପୂର୍ବରୁ ପଞ୍ଜୀକରଣ କଲେ ମିଳିବ ଟଙ୍କା । ସେଥିପାଇଁ ସମସ୍ତ ଚାଷୀ ଏହାକୁ ଜାଣିବା ଦରକାର ଅଟେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବନ୍ଧୁଗଣ କଥା ରେ ଅଛି “ଜୟ ଯବାନ ଜୟ କିସାନ୍” । କିନ୍ତୁ ଆଜିକା ସମୟରେ ସେହି କୃଷକ ମାନେ ହିଁ ଅବହେଳିତ । ତେଣୁ ତାହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଏବେ ଗ୍ରହଣ କରୁଛନ୍ତି ଚାଷୀଙ୍କ ଉନ୍ନତି ପାଇଁ । ସେହିପରି ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନାରେ ପଞ୍ଜୀକରଣ କରିଥିବା କୃଷକଙ୍କ ପାଇଁ କେନ୍ଦ୍ର ସରକାର ଶତ ପ୍ରତିଶତ ପାଣ୍ଠି ଯୋଗାଇ ଦେଉଛନ୍ତି । ଏହି ସ୍କିମ୍ରେ ୨ ଏକରରୁ କମ୍ ଜମି ଥିବା କୃଷକ ଏବଂ ଭାଗ ଚାଷୀଙ୍କ ପରିବାରକଗୁ ସରକାର ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ଦେଇଥାନ୍ତି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକରେ ଥିବା ସରକାର ଏଥିପାଇଁ କୃଷକମାନଙ୍କୁ ଚିହ୍ନଟ କରି ସେମାନଙ୍କ ଲିଷ୍ଟ କେନ୍ଦ୍ରକୁ ଦେବାକୁ ପଡ଼ିବ । ଏହାର ଗାଇଡ୍ ଲାଇନ୍ ଅନୁସାରେ ଏହି ଟଙ୍କା ପ୍ରତ୍ୟେକ୍ଷ ଭାବେ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରାଯିବ । ତେବେ ଯେଉଁ ଚାଷୀମାନେ ପଞ୍ଜୀକରଣ କରିନାହାନ୍ତି ସେମାନେ ଏହି ମାସ ଅର୍ଥାତ ୩୧ ତାରିଖ ସୁଦ୍ଧା ଏଥିରେ ପଞ୍ଜୀକରଣ କରିପାରିବେ । ଏହି ତାରିଖ ପୂର୍ବରୁ ଯେଉଁମାନେ ପଞ୍ଜୀକରଣ କରିଥିବେ ସେମାନଙ୍କୁ ସରକାର ୪ ହଜାର ଟଙ୍କା ଦେବେ ।
ଯଦି ଏହାର ଆପ୍ଲିକେସନ୍ ଗ୍ରହଣ ହୋଇଯାଏ ତେବେ ହୋଲି ପୂର୍ବରୁ ୨ ହଜାର ଟଙ୍କା ମିଳିବ ଏବଂ ଏପ୍ରିଲ୍ ବା ମେ ମାସରେ ଏହାର ବାକି ଅନ୍ୟ କିସ୍ତି ମିଳିବ ବୋଲି ଏକ ରିପୋର୍ଟରେ ମଧ୍ୟ କୁହାଯାଇଛି । ସୂଚନାଯୋଗ୍ୟ, କୃଷକମାନେ ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନାରେ ପ୍ରତିବର୍ଷ ପ୍ରଥମ କିସ୍ତି ୧ ଏପ୍ରିଲ୍ ରୁ ୩୧ ଜୁଲାଇ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟ ରୁ ୩୦ ନଭେମ୍ୱର, ତୃତୀୟ କିସ୍ତି ୧ ଡିସେମ୍ୱର ରୁ ୩୧ ମାର୍ଚ୍ଚ ମଧ୍ୟରେ ଏହି ରାଶି ପାଇଥାନ୍ତି । ତେବେ ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନାର ପଞ୍ଜୀକରଣ କରିବା ପାଇଁ ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟ ଗୁଡ଼ିକ ହେଲା ଆଧାର କାର୍ଡ, ସିଟିଜେନ୍ସିପ୍ ସାର୍ଟିଫିକେଟ୍, ଜମିର କାଗଜ ପତ୍ର, ଆଉ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ । ଏବେ ଆସନ୍ତୁ ଜାଣିବା କିପରି କରିବେ ଆବେଦନ ।
୧. ପ୍ରଥମେ ପିଏମ୍ କିଷାନ୍ ୱେବ୍ସାଇଟ୍କୁ ଖୋଲିବା ପରେ ଫାର୍ମର କର୍ଣ୍ଣରକୁ ଯାଆନ୍ତୁ । ୨. ସେଠାରେ ନ୍ୟୁ ଫାର୍ମ ର ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରନ୍ତୁ। ୩. ତାପରେ ଆଧାର କାର୍ଡ ନମ୍ବର ଏଣ୍ଟର କରନ୍ତୁ । ୪. କାପ୍ଚା କୋଡ୍ ଏଣ୍ଟର୍ କରନ୍ତୁ । ୫. ଆପଣ ଯେଉଁ ରାଜ୍ୟରୁ ଅଟନ୍ତି ସେହି ରାଜ୍ୟ ଚୟନ କରନ୍ତୁ। ୬. ଉଲ୍ଲେଖ କରାଯାଇଥିବା ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ । ୭. ଏହା ପରେ ବ୍ୟାଙ୍କ ଆକାଉଣ୍ଟ୍ ସମ୍ବନ୍ଧୀୟ ତଥ୍ୟ ଦିଅନ୍ତୁ ଆଉ ତାପରେ ଫର୍ମ ସବ୍ମିଟ୍ କରନ୍ତୁ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।