ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାଣିପାଗ କୁ ନେଇ ଆସୁଛି ଏକ ବଡ ଖବର । ପାଣିପାଗ ବିଭାଗ ପକ୍ଷରୁ ଆସିଥିବା ସୂଚନା ରୁ ଏହା ଜଣା ପଡୁଛି ଯେ ଲଘୁଚାପ ଲୁପାର୍ ଏବେ ମାଡି ଆସୁଛି । ତେବେ ଏହାର ପ୍ରଭାବ ରେ ରାଜ୍ୟର କେଉଁ ସବୁ ସ୍ଥାନ ରେ ବର୍ଷା ହେବ ଏବଂ କେଉଁ ସବୁ ଜିଲ୍ଲା ଗୁଡ଼ିକୁ ସତର୍କ ସୂଚନା ଜାରୀ କରାଯାଇଛି ଏହି ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ପଢନ୍ତୁ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ପାଣିପାଗ ବିଭାଗ ତରଫ ରୁ ସୂଚନା ମିଳିଛି ଯେ ,ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଯେଉଁ ସୃଷ୍ଟି ଲଘୁଚାପ ହୋଇଥିଲା ତାହା ଏବେ ଅଧିକ ଘନୀଭୂତ ହୋଇ ଏହା ଉତ୍ତର ତାମିଲନାଡୁ ଉପକୂଳରେ ଅବପାତ ର ରୂପ ନେଇଛି ଯାହାକି ଏବେ ଚେନ୍ନାଇ ଠାରୁ ୩୧୦ କିମି ଦୂରରେ ରହିଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ନିର୍ଦ୍ଦେଶକ ଏଚ.ଆର୍ ବିଶ୍ୱାସ ଏହା କହିଛନ୍ତି ଯେ ,ଆସନ୍ତା ରବିବାର ସୁଦ୍ଧା ଏହା ଚେନ୍ନାଇ ର ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ଏବଂ ଏହା ଫଳରେ ରାଜ୍ୟ ର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କ ରେ ଅଧିକ ରୁ ଅଧିକ ବର୍ଷା ହେବ । ତେବେ ଦକ୍ଷିଣ ଓଡ଼ିଶା ର ଜିଲ୍ଲା ବିଶେଷ କରି ଗଜପତି, ରାୟଗଡ଼ା, ଗଞ୍ଜାମ ଓ କୋରାପୁଟ ରେ ସ୍ଵାଭାବିକ ଠାରୁ ଟିକେ ଅଧିକ ବର୍ଷା ହେବାର ସମ୍ଭାବନା ରହୁଛି ଏବଂ ବାକି ଜିଲ୍ଲା ମାନଙ୍କ ରେ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି ।
ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ଯେ ଆସନ୍ତା 21 ତାରିଖ ରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଏବଂ ଏହା ସହିତ ମଧ୍ୟ କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି । ଏହାପରେ 22 ତାରିଖ ରେ କିଛି କିଛି ସ୍ଥାନ ମାନଙ୍କ ରେ ବର୍ଷା ର ସମ୍ଭାବନା ରହିଛି ଏବଂ 23 ତାରିଖ ଆଡ଼କୁ ପାଗ କୋହଲା ରହିବ ।
ତେବେ CAC ପକ୍ଷରୁ ଏହା ସୂଚନା ମିଳିଛି ଯେ , ଏହି ଅବପାତ ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବ ଏବଂ କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ହେବା ସମୟ ରେ ମଧ୍ୟ ପବନ ର ବେଗ ୪୦-୫୦ କିଲୋମିଟର ମଧ୍ୟରେ ରହିବ ବୋଲି ଅନୁମାନ ରୁ ଜଣା ପଡ଼ୁଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।