INDIA କୁ ମିଳିଗଲା DHONI ଙ୍କ ଠାରୁ ଭଲ ଫିନିଷର । ଆସନ୍ତୁ ଜାଣିବା କିଏ ସମ୍ଭାଳିବ ଧୋନି ଙ୍କ ପାରି…

ଭାରତ କୁ ମିଳିଛି ଧୋନି ଙ୍କ ପରି ଆଉ ଏକ ବଡ଼ ଫିନିଷର । ଆସନ୍ତୁ ଜାଣିବା କିଏ ସେହି ଖେଳାଳି ଯିଏ ଧୋନି ଙ୍କ ଭଳି ଭାରତକୁ ମ୍ୟାଚ ଜିତେଇ ପାରିବ।

 

ତେବେ ସେହି ମ୍ୟାଚ୍ ରେ ସୂର୍ଯ୍ୟକୁମାର ଏବଂ ରୋହିତ ଶର୍ମା ଉଭୟ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରି ଯାଇଥିଲେ ।ତେବେ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍ ହୋଇ ଯିବା ପରେ  ଶ୍ରେୟସ୍ ଆୟର୍ ଓ ଭେଙ୍କଟେଶ ଆୟର୍ ଆସିଥିଲେ କିନ୍ତୁ ସେ ଦୁହେଁ ମଧ୍ୟ ଖୁବ୍ ଶୀଘ୍ର ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରି ଯାଇଥିଲେ , ଯାହା ଫଳରେ ଟିମ୍ ଇଣ୍ଡିଆ ଟିକେ ଅସୁବିଧା ରେ ଥିଲା ପରି ଲାଗୁଥିଲା । ତେବେ ସେହି ମ୍ୟାଚ୍ ର ଶେଷ ଓଭରରେ ଋଷଭ ପନ୍ତ ଏକ ସୁନ୍ଦର ଚୌକା ମାରି ଟିମ୍ ଇଣ୍ଡିଆକୁ ବିଜୟ ପ୍ରଦାନ କରିଥିଲେ ।

ତେବେ ସୂଚନା ଯୋଗ୍ୟ କଥା ଏହା ଯେ ,ପୂର୍ବରୁ ମଧ୍ୟ ଟିମ୍ ଇଣ୍ଡିଆ ଯେତେବେଳେ ବଡ ବଡ଼ ଅସୁବିଧା ରେ ଫସି ରହିଥାଏ ଅନେକ ସମୟ ରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶେଷ ରେ ଆସି ଟିମ୍ ଇଣ୍ଡିଆ କୁ ବିଜୟ ପର୍ଯ୍ୟନ୍ତ ପହଞ୍ଚାଇ ଦେଉଥିଲେ । ତେବେ ବର୍ତ୍ତମାନ ସମୟ ରେ ମହେନ୍ଦ୍ର ସିଂହ ଧୋନି ଙ୍କ ଝଲକ ଦେଖିବାକୁ ମିଳୁଛି ଋଷଭ ପନ୍ତ ଙ୍କ ଠାରେ ।

ତେବେ ଏହି ମ୍ୟାଚ୍ କେବଳ ନୁହେଁ ଆହୁରି ଅନେକ ମ୍ୟାଚ୍ ଗୁଡ଼ିକ ରେ ଋଷଭ ପନ୍ତ ଶେଷ ପର୍ଯ୍ୟନ୍ତ ରହି ଟିମ୍ ଇଣ୍ଡିଆ କୁ ବିଜୟ ପ୍ରଦାନ କରିଛନ୍ତି । ଖାସ୍ କରି ଯେତେବେଳେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ କୁ କ୍ରମାଗତ ଦ୍ୱିତୀୟ ଟେଷ୍ଟ ସିରିଜରେ ପରାସ୍ତ କଲା ସେଥିରେ ଋଷଭ ପନ୍ତ ଙ୍କ ର ଏକ ବଡ ଭୂମିକା ରହିଥିଲା ।ସେହି ଟେଷ୍ଟ ର ଶେଷ ମ୍ୟାଚ୍ ରେ ସେ 89 ରନ ର ଏକ ସୁନ୍ଦର ଇନିଂସ ଖେଳିଥିଲେ । 

ଧୋନି ନିଜର କ୍ୟାରିୟର ଆରମ୍ଭ ସମୟ ରେ ପୂର୍ବ ମ୍ୟାଚ୍ ଗୁଡ଼ିକ ରେ ପ୍ରେସର୍ ରେ ଖେଳି ଟିମ୍ କୁ ବିଜୟ ପର୍ଯ୍ୟନ୍ତ ନେଇ ଯାଉଥିଲେ ବର୍ତ୍ତମାନ ଟିମ୍ ଇଣ୍ଡିଆ ରେ ତାଙ୍କ କାର୍ଯ୍ୟ କରୁଛନ୍ତି ଋଷଭ ପନ୍ତ । ବର୍ତ୍ତମାନ ଋଷଭ ଙ୍କ ଏଭଳି ଫିନିସ ଷ୍ଟାଇଲ କୁ ଦେଖି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଙ୍କ କଥା ମନେ ପଡ଼ି ଯାଉଛି । କ୍ରିକେଟ ର ଏହି ଦୁଇ ତାରକା ପ୍ରେସର ସମୟ ମଧ୍ୟରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରି ଟିମ୍ କୁ ବିଜୟ ପର୍ଯ୍ୟନ୍ତ ପହଞ୍ଚାଇବାର କ୍ଷମତା ରଖିଥାନ୍ତି ।

Leave a Reply

Your email address will not be published. Required fields are marked *