ଧୋନୀଙ୍କୁ ସାକ୍ଷାତ କରିବା ପାଇଁ ୧୪୩୬ କିମି ଚାଲିଲେ ଅଜୟ – କିନ୍ତୁ ଶେଷ ରେ ଯାହା ହେଲା ହେଟର୍ସ ମାନେ ବି କହିଲେ ଧୋନି କୋଟିଏ ରେ ଗୋଟିଏ….

 

ଦର୍ଶକ ବନ୍ଧୁ ଟିମ୍ ଇଣ୍ଡିଆ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ୍‌ରୁ ଅବସର ନେଇ ସାରିଛନ୍ତି କିନ୍ତୁ ତାଙ୍କ ଲୋକପ୍ରିୟତା ଏବେ ମଧ୍ୟ ସେହିଭଳି ରହିଛି ।ବର୍ତ୍ତମାନ ସମୟ ରେ ତାଙ୍କର ଏକ ପ୍ରଶଂସକ ସାମ୍ନା କୁ ଆସୁଛନ୍ତି ଏବଂ ତାଙ୍କୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ସୂଚନା ରୁ ଏହା ଜଣା ପଡ଼ିଛି ଯେ , ଧୋନି ଙ୍କ ର ସେହି ପ୍ରଶଂସକ ଜଣକ ଧୋନୀଙ୍କୁ ଭେଟିବା ପାଇଁ ହରିୟାଣାରୁ ଚାଲି ଚାଲି ଝାଡ଼ଖଣ୍ଡର ରାଞ୍ଚି ରେ ପହଞ୍ଚି ଯାଇଛନ୍ତି।

 

ତେବେ ଧୋନି ଙ୍କ ର ସେହି ପ୍ରଶଂସକ ଜଣକ ଙ୍କ ନାମ ହେଉଛି ଅଜୟଗିଲ୍‌ , ଯେ କି ହରିୟାଣାର ଜଲାନ ଖେଡାର ବାସିନ୍ଦା ଅଟନ୍ତି । ତେବେ ଅଜୟଗିଲ୍‌ ଜୁଲାଇ ୨୯ରୁ ଯାତ୍ରା ଆରମ୍ଭ କରି ୧୬ ଦିନରେ ୧୪୦୦ କିଲୋମିଟର ଚାଲି ରାଞ୍ଚି ପହଞ୍ଚି ଯାଇଛନ୍ତି। ଏହା ସହିତ ମଧ୍ୟ ସେ ନିଜ ହାତରେ ତ୍ରିରଙ୍ଗା ଓ କାନ୍ଧରେ କ୍ରିକେଟ୍ କିଟ୍ ଧରିଛନ୍ତି ।

 

  ତେବେ ଏହା ପୂର୍ବରୁ ମଧ୍ୟ ଅଜୟ ଆଉ ଥରେ ଏହିପରି ଚାଲିଚାଲି ଆସିଥିଲେ କିନ୍ତୁ ପୂର୍ବ ଥର ସେ ରାଞ୍ଚିରେ ପହଞ୍ଚିବା ବେଳକୁ ଆଇପିଏଲ ପାଇଁ ୟୁଏଇ ଯାତ୍ରା କରିଥିଲେ ଧୋନି । ତେବେ ସେଥିପାଇଁ ପୂର୍ବ ଥର ଧୋନି ଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇ ପାରି ନଥିଲେ କିନ୍ତୁ ଏ ଥର ତାଙ୍କୁ ମହେନ୍ଦ୍ର ସିଂହ ଧୋନି ଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଯାଇଛି ।

 

ତେବେ ଏହା ପରେ ଅଜୟଙ୍କ ସହିତ ସାକ୍ଷାତ କରିଥିଲେ ଧୋନି ଏବଂ ଏହା ପରେ ମଧ୍ୟ ଧୋନି ତାଙ୍କ ପାଇଁ ଫ୍ଲାଇଟ ଟିକେଟ ମଧ୍ୟ ବୁକିଂ କରିଦେଇଛନ୍ତି। ଧୋନି ଙ୍କ ସହ ଫଟୋ ଉଠାଇଛନ୍ତି ଅଜୟ ଏବଂ ଧୋନି ଙ୍କ ଅଟୋଗ୍ରାଫ ମଧ୍ୟ ପାଇଛନ୍ତି । ଖାଲି ଏତିକି ନୁହେଁ ଅଜୟ ,ଙ୍କ ରହିବା ପାଇଁ ଧୋନୀ ନିଜ ଫାର୍ମହାଉସରେ ସମସ୍ତ ବ୍ୟବସ୍ଥା କରିଥିଲେ। ତେବେ ଧୋନି ଙ୍କୁ ଦେଖା କରିବା ପରେ ଅଜୟ କହିଛନ୍ତି ଯେ ତାଙ୍କ ଜୀବନ ଧନ୍ୟ ହୋଇଯାଇଛି ।

  

 

ତେବେ ଗାଁ ରେ ଥିବା ଏକ ସେଲୁନରେ କାମ କରନ୍ତି ଅଜୟ ।ନିଜର ହେୟାର ଷ୍ଟାଇଲକୁ ନେଇ ଧ୍ୟାନ ଆକର୍ଷଣ କରିବା ପାଇଁ ସେ ନିଜର ଚୁଟି କୁ ହଳଦିଆ, କମଳା, ଗାଢ ନୀଳ ଏବଂ ହାଲୁକା କଳା ରଙ୍ଗରେ “ଧୋନି” ଏବଂ “ମାହି” ଲେଖିଛନ୍ତି ।ମାହିଙ୍କୁ ଭେଟିବାକୁ ଯାଉଥିବା କଥା ଜାଣି ସୋନିପଥର ନାମକ ଜଣେ ବ୍ୟକ୍ତି ମାଗଣା ରେ ତାଙ୍କର ଚୁଟି କାଟି ଦେଇଥିଲେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *