ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାଜ୍ୟ ରୁ ଚିଠି ପ୍ରଧାନମନ୍ତ୍ରୀ ଙ୍କ ପାଖକୁ । ଆଉ କେତେ ମାସ ମାଗଣା ରାସନ ବଢ଼ାଇବା ପାଇଁ ଜାଣନ୍ତୁ ଓ କେଉଁମାନେ ପାଇବେ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବା ବୃଦ୍ଧି ପ୍ରସ୍ତାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବରରେ ଶେଷ ହେଉଥିବା କୁ ଆଉ ୮ ମାସ ବୃଦ୍ଧି କରିବାକୁ ଚିଠିରେ ଉଲ୍ଲେଖ ରହିଛି । କରୋନା ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଟଳି ନଥିବାରୁ ବୃଦ୍ଧି ହେଉ ବୋଲି ପ୍ରସ୍ତାବ ଦେଇଛନ୍ତି ନବୀନ । ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ଥିବା ନବୀନ ଜଣାଇଛନ୍ତି । ୭ ମାସ ଧରି ରେ ମାଗଣା ରାସନ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ନଭେମ୍ବର ୫ ସୁଦ୍ଧା ଏନଏଫଏସଏ ହିତାଧୀକାରୀ ୭ ମାସର ମାଗଣା ରାସନ ପାଇ ସାରିଛନ୍ତି । ତେବେ ଏପରି ଚିନ୍ତାଧାରା ପାଇଁ ଓଡ଼ିଶା ବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସମ୍ପୂର୍ଣ୍ଣ କଥା ଟି ହେଲା ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଗରିବ କଲ୍ୟାଣ ଅନ୍ନ ଯୋଜନା ଚାଲୁ ରଖିବାକୁ ଅନୁରୋଧ । କରୋନା କାଳରେ ଲାଗୁ ହୋଇଥିବା ଗରିବ କଲ୍ୟାଣ ଯୋଜନା ଚାଲୁ ରଖିବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ବି ଦେଶରେ ମହାମାରୀ ସମ୍ପୂର୍ଣ୍ଣ ଯାଇନାହଁ । କରୋନା ପାଇଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ଯାଇଛି । ଏଣୁ ଗରିବଙ୍କ ପାଇଁ ଯୋଜନାକୁ ଅଧିକ ୮ମାସ ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଅନୁରୋଧ କରିଛନ୍ତି । ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଟଳିନି। ଦେଶରେ ଏବେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ରହିଛି । ତେଣୁ ଲୋକଙ୍କ ପାଇଁ ଡିସେମ୍ବର ମାସରୁ ଆହୁରି ୮ ମାସ ମାଗଣା ରାସନ୍ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ।
କରୋନା ମହାମାରୀ ବେଳେ ଲୋକଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଜରିଆରେ ୭ ମାସ ମାଗଣା ରାସନ ଦେଇଥିଲେ । ଏହା ଦ୍ୱାରା ଅନେକ ଗରିବ ଲୋକମାନେ ଉପକୃତ ମଧ୍ୟ ହୋଇଥିଲେ । ତେବେ ବର୍ତ୍ତମାନ କରୋନା ସମ୍ପୂର୍ଣ୍ଣ ଭାବରେ କମି ନାହିଁ । ଏହା ସହ କାମ ମଧ୍ୟ ମିଳୁ ନାହିଁ ଅଧିକାଂଶ ଲୋକମାନେ ବର୍ତ୍ତମାନ ନିଜ ରୋଜଗାର ହରାଇ ଘରେ ବସିଛନ୍ତି ଏବଂ କାମ ଖୋଜୁଛନ୍ତି । ତେବେ ଏଭଳି ପରିସ୍ଥିତି ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ଦିଆ ଯାଉଥିବା ଚାଉଳ ବନ୍ଦ ନ କରନ୍ତି କାରଣ ବର୍ତ୍ତମାନ ସମୟରେ କରୋନା ସମ୍ପୂର୍ଣ୍ଣ ଭାବରେ ଠିକ୍ ହୋଇ ନାହିଁ ସେଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଚିଠି ରେ ଲେଖି ଜଣାଇଛନ୍ତି ।
ଆପଣଙ୍କ ଅବଗତି ନିମନ୍ତେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ମୁଣ୍ଡପିଛା ମାସକୁ ୫ କିଲୋ ଚାଉଳ ଓ କାର୍ଡ ପିଛା ୧ କିଲୋ ଡାଲି ମାଗଣାରେ ଯୋଗାଇ ଦିଆଯାଉଛି । ଏବେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮୦.୨୬ ଲକ୍ଷ ପରିବାରର ୨.୮୬ କୋଟି ଲୋକ, ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୧୨.୫୯ ପରିବାରର ୩୮.୬୪ ଲକ୍ଷ ଲୋକ ଓ ରାଜ୍ୟ ଖାଦ୍ୟ ଯୋଜନାରେ ୧.୧୬ ଲକ୍ଷ ପରିବାରର ୩.୭୮ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଓ ଡାଲି ଯୋଗାଇ ଦିଆଯାଉଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।