ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,୨୪ ତାରିଖରେ ମାଡ଼ ହେବ ବାତ୍ୟା,ଆସନ୍ତୁ ଜାଣିବା କେଉଁଠାରେ କରିବ ଲାଣ୍ଡଫଲ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଓଡ଼ିଶା କୁ ମାଡି ଆସୁଛି ଆଉ ଏକ ଲଘୁଚାପ । ରାଜ୍ୟ ରେ ପ୍ରବଳ ବର୍ଷା କୁ ନେଇ ଆକଳନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଅନେକ ଜିଲ୍ଲା କୁ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସହିତ ଅନେକ ଅଞ୍ଚଳ କୁ ୟୋଲ ୱର୍ଣୀ ଦିଆ ଯାଇଛି । ତେବେ ଆସନ୍ତୁ ଜାଣିବା ଓଡ଼ିଶା ଉପରେ କିପରି ରହିବ ଏହାର ପ୍ରଭାବ ଓ କେଉଁ ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଦିଆ ଯାଇଛି ।
ଆଭ୍ୟନ୍ତରୀଣ ତାମିଲନାଡୁ ଓ ପାର୍ଶ୍ଵବର୍ତ୍ତୀ ରୋଏଲ୍ ସୀମା ର ଉପ କୂଳବର୍ତ୍ତି ଆନ୍ଦ୍ରପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ସମୁଦ୍ର ପତନ ଠାରୁ ୧.୫ ମି ଉପରେ ନିମ୍ନ ଚାପ ର ଏକ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟ ରେ ବର୍ଷା ଲାଗି ରହିଛି । ରାଜ୍ୟ ରେ ଦୁଇ ରୁ ତିନି ଦିନ ଯାଏ ପାଗ କୋହଳ ରହିବ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତ ରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପାଣପାଗ ବିଭାଗ ରୁ ସୂଚନା ମିଳିଛି । ଦକ୍ଷିଣ ଓଡ଼ିଶା ରେ କିଛି ଜିଲ୍ଲା ରେ ସ୍ୱଳ୍ପ ରୁ ମଧ୍ୟମ ଧାରଣ ର ବର୍ଷା ହୋଇ ପାରେ । ଆସନ୍ତା କାଲି ଠାରୁ ଦକ୍ଷିଣ ଓଡ଼ିଶା ରେ ବର୍ଷା ବୃଦ୍ଧି ପାଇ ପରେ । ଏଥି ନେଇ ଭୁବନେଶ୍ବର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରିଛନ୍ତି ।
ଦକ୍ଷିଣ ପଶ୍ଚିମ ବଙ୍ଗପୋସାଗର ଓ ଏହାର ପାଖ ଅଞ୍ଚଳ ରେ ସୃଷ୍ଟି ହୋଇ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି । ଉତ୍ତର ତାମିଲନାଡୁ ଉପକୂଳବର୍ତ୍ତୀ ଏହା ଅବପାତ ରୂପ ନେଇ ଥିବା ବେଳେ ଚେନ୍ନାଇ ଠାରୁ ୩୧୦ କିମି ଦୂର ରେ ରହିଛି । ସୋମବାର ସକାଳ ସୁଦ୍ଧା ଚେନ୍ନଇ ର ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ରାଜ୍ୟ ରେ ଦକ୍ଷିଣ ଉପକୂଳ ବର୍ତି ଜିଲ୍ଲା ଗୁଡ଼ିକ ରେ ବର୍ଷା ର ପରିମାଣ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ର ନିର୍ଦେଶକ ଏଚ୍ ଆର୍ ସି ବିଶେଷ ମଧ୍ୟ କହିଛନ୍ତି । ଆଜି ଦକ୍ଷିଣ ଓଡ଼ିଶା ରେ ମାଧ୍ୟମ ଧାରଣ ର ବର୍ଷା ହେବାର ସମ୍ଭାବନା ରହିଛି ।
ବିଶେଷ କରି ଗଞ୍ଜାମ , ଗଜପତି, ମାଲକାନଗିରି, କୋରାପୁଟ ଓ ବାଲେଶ୍ଵର ଜିଲ୍ଲାରେ ବର୍ଷା ର ପରିମାଣ ସ୍ଵାଭାବିକ ଠାରୁ ଅଧିକ ରହିବା ର ସମ୍ଭାବନା ରହିଛି । ଆସନ୍ତା କାଲି ବର୍ଷା ର ପରିମାଣ ବୃଦ୍ଧି ହେବ । କୋରାପୁଟ , ଗଜପତି ଓ ମାଲକାନଗିରି ଜିଲ୍ଲା କୁ ୟୋଲ ୱାର୍ଣି ଥିବା ବେଳେ ୨୩ ତାରିଖ ରେ ବର୍ଷା ଲାଗି ରହିବ । ୨୪ ତାରିଖ ରୁ ସାମାନ୍ୟ ବର୍ଷା ହ୍ରାସ ପାଇବ । ବର୍ଷା ସମୟ ରେ ପବନ ର ବେଗ ୪୦-୫୦ କିମି ରହିବ । ୨୫ ତାରିଖ ପରେ ପାଗ ଶୁଖିଲା ହେବାର ସମ୍ଭାବନା ରହିଛି । ଏହା ପରେ ସିତ ର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।