ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ହିଟ୍ ମେନ୍ ଭାଙ୍ଗିଲେ ରେକର୍ଡ । କାହାକୁ ପଛରେ ପକାଇଲେ ଦେଖନ୍ତୁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ନବନିଯୁକ୍ତ ଭାରତୀୟ ଟି-୨୦ ଅଧିନାୟକ ହିଟ୍ ମେନ୍ ନିଜର ଛକା ମା-ରି-ବା ଦକ୍ଷତାକୁ ନେଇ ପ୍ରସିଦ୍ଧି । ଅସାଧାରଣ ପୁଲ ଶଟ୍ ମାରିବାର ଦକ୍ଷତା ରଖୁଥିବା ରୋହିତ ବିଶ୍ୱର ଯେ କୌଣସି ଗ୍ରାଉଣ୍ଡକୁ ସହଜରେ ପାର କରି ପାରନ୍ତି । ନିଜର ଏହି ଦକ୍ଷତା ପାଇଁ ରୋହିତଙ୍କୁ ହିଟମ୍ୟାନ ମଧ୍ୟ କୁହାଯାଏ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ପାକିସ୍ତାନର କିମ୍ବଦନ୍ତୀ ଖେଳାଳି ଶାହିଦ ଆଫ୍ରିଦିଙ୍କୁ ଅତିକ୍ରମ କରିଛନ୍ତି ରୋହିତ ଶର୍ମା । ରାଞ୍ଚିରେ ଖେଳାଯାଉଥିବା ଟି-୨୦ ସିରିଜରେ ଭାରତ ବିଜୟୀ ହୋଇଥିବା ବେଳେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି ହିଟମ୍ୟାନ । ଇଡେନ ଗାର୍ଡେନରେ ଖେଳା ଯାଉଥିବା ସିରିଜର ଅନ୍ତିମ ମୁକାବିଲାରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଭାରତୀୟ କ୍ୟାପଟେନ ରୋହିତ ଶର୍ମା ।
କ୍ରମାଗତ ତୃତୀୟ ଟସ ଜିତିଥିବା ରୋହିତ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଦୁଇଟି ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇଛି ଭାରତ । ରାହୁଲଙ୍କ ସ୍ଥାନରେ ଇଶାନ କିଶନ ସାମିଲ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ସାମିଲ ହୋଇଛନ୍ତି ସ୍ପିନର ୟୁଜବେନ୍ଦ୍ର ଚହଲ । ରୋହିତ ବାହିନୀଙ୍କ ଦମଦାର ପ୍ରଦର୍ଶନ । କୋଚ୍ ରାହୁଲ ଦ୍ରାବିଡ ଏବଂ ରୋହିତଙ୍କ ନେତୃତ୍ଵରେ ଉତ୍ସାହିତ ଭାରତୀୟ ଦଳ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟ୍ରେ ମାତ୍ ଦେଇଛି । ଓପନର କେଏଲ ରାହୁଲ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ନ୍ୟୁଜିଲାଣ୍ଡକୁ ସହଜରେ ପ-ରା-ସ୍ତ କରିଛି ।
ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂର ମୁକାବିଲା କରିନପାରି ୬ ଓ୍ଵିକେଟ୍ ହରାଇ ୧୫୩ ରନ କରିଥିଲା । ଲକ୍ଷ୍ୟର ପିଛା କରି ଲୋକେଶ ରାହୁଲଙ୍କ ୬୫ ରନ ଏବଂ ରୋହିତ ଶର୍ମାଙ୍କ ୫୫ ବଳରେ ୧୭.୨ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟୀ ହୋଇଛି । ଦୁଇ ଓପନର ପ୍ରଥମ ଓ୍ଵିକେଟରେ ୧୩.୨ ଓଭରରେ ୧୧୭ ରନ ଯୋଡି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଋଷଭ ପନ୍ତ ବିଜୟ ସୂଚକ ଛକା ମାରି ୬ ବଲରୁ ୧୨ ରନ କରି ଅପରାଜିତ ଥିଲେ । ପଦାପର୍ଣ ମ୍ୟାଚ୍ ଖେଳିଥିବା ହର୍ଷଲ ପଟେଲ୍ ପ୍ରଭାବଶାଳୀ ବୋଲିଂ କରି ୨ ଓ୍ଵିକେଟ୍ ନେଇଥିଲେ ।
ଦ୍ୱିତୀୟ ଟି-୨୦ରେ ୫ ଛକା ମାରିଥିବା ରୋହିତ ୪୫୦ ଛକା କ୍ଲବରେ ସାମିଲ ହୋଇଛନ୍ତି । ଏହା ସହିତ ଦ୍ରୁତତମ ଖେଳାଳି ଭାବରେ ୪୫୦ ତମ ଛକା ମା-ରି ଶାହିଦ ଆଫ୍ରିଦିଙ୍କୁ ପଛରେ ପକାଇ ଦେଇଛନ୍ତି । ବୁମ୍ ବୁମ୍ ଆଫ୍ରିଦି ୪୮୭ ମ୍ୟାଚରେ ୪୫୦ ତମ ଛକା ମାରିଥିବା ବେଳେ ୟୁନିଭର୍ସ ବସ୍ କ୍ରିସ ଗେଲ ୪୯୯ ତମ ଇନିଂସରେ ଏହି କୃତିତ୍ୱ ହାସଲ କରିଥିଲେ । ଅନ୍ୟ ପକ୍ଷରେ ରୋହିତ ମାତ୍ର ୪୦୪ ତମ ଇନିଂସରେ ଏହି ସଫଳତା ହାସଲ କରି ସମସ୍ତଙ୍କୁ ପଛରେ ପକାଇଛନ୍ତି । ଦିନିକିଆରେ ରୋହିତ ୨୪୪ଟି ଛକା ମାରିଥିବା ବେଳେ ୭୪ ଟେଷ୍ଟ ଇନିଂସରେ ୬୬ଟି ଛକା ଏବଂ ୧୧୦ ଟି-୨୦ ଇନିଂସରେ ୧୪୬ଟି ଛକା ମାରିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।