2022 ରେ CSK ମେଗା ଅକ୍ସନ ରେ ରିଟେନ କରିବ ଏହି 4 ଖେଳାଳି ଙ୍କୁ । RAINA ଙ୍କୁ ବାଦ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଇପିଏଲ୍ ୨୦୨୨ ପାଇଁ ଆରମ୍ଭ ହୋଇ ଗଲାଣି ସରଗରମ, ସିଏସ୍କେରୁ ବାହାରିପାରନ୍ତି ଏହି ଖେଳାଳି, ଆଉ ୪ଖେଳାଳି ହୋଇ ପାରନ୍ତି ରିଟେର୍ଣ୍ଣ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦେଶରେ କ୍ରିକେଟର ଏକ ଅଲଗା ହିଁ ସ୍ଥାନ ରହିଛି ଲୋକ ମାନଙ୍କ ମନରେ, କ୍ରିକେଟ କଥା ଉଠିଲେ ଅମେ ମାନେ କହି ପାରିବା ଲୋକଙ୍କ ଭିତରେ ଏକ ଜୋସ୍ ଆସିଯାଏ। ଆଉ ଆମ ଦେଶରେ ଆଇପିଏଲ୍ ପାଇଁ ତ ଲୋକମାନେ ପାଗଳ ବୋଲି କହିଲେ ବି କିଛି ଭୁଲ୍ ହେବନି। ଆଇପିଏଲ୍ ପାଇଁ ଲୋକମାନେ ନିଜ ନିଜ ମଧ୍ୟରେ ଝଗଡା ମଧ୍ୟ ଲାଗି ଯାଆନ୍ତି। ଆଇପିଏଲ୍ ୨୦୨୨ ହେବା ଆଗରୁ ଆହୁରି ଦୁଇଟି ଟିମ ଆଇପିଏଲରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଖବର ଆସିଛି। ଏହି ଦୁଇ ଟିମ ଅହମଦାବାଦ ଏବଂ ଲଖନଉ ବୋଲି ଜଣା ଯାଉଛି। ସମର୍ଥକ ତଥା କ୍ରିକେଟ ଏକ୍ସପର୍ଟ ମାନଙ୍କର ଏହା ଭାବିବା କଥା କି ଆଗରୁ ହିଁ ଯେଉଁ ଆଠଟି ଟିମ ମହଜୁଦ ଅଛନ୍ତି ସେମାନେ କେଉଁ ଖେଳାଳି ମାନଙ୍କୁ ରିଟେନ କରିପାରନ୍ତି। 

 

ଏହା ଉପରର ବଡ଼ ପ୍ରଶ୍ନ ସଭିଙ୍କ ସାମ୍ନାକୁ ଆସିବାକୁ ଯାଉଛି। ତେବେ ପୂର୍ବ ଆଇପିଏଲକୁ ଲକ୍ଷ୍ୟ କରି ଏବଂ କିଛି ଜାଗାରୁ ମିଳୁଥିବା ଖବର ଅନୁସାରେ ଚେନ୍ନାଇ ଏହି ୪ଟି ଖେଳାଳିଙ୍କୁ ରିଟେନ କରିବାର ଅଧିକ ଚାନ୍ସ ଅଛି।

ଧୋନୀଙ୍କ ନାମ ତାଙ୍କ ରିଟେନ ନାମରେ ଅଛି। ଧୋନୀଙ୍କ କ୍ୟାପଟେନସିରେ ହି ଚେନ୍ନାଇ ଏଯାଏ ୯ଥର ଫାଇନାଲ ଖେଳିଛି ଏବଂ ତାହା ଭିତରୁ ୪ଥର ଫାଇନାଲ ଜିତି ସାରିଛି। ସେ ଜଣେ ବିଶ୍ୱ ସ୍ତରର ଫିନିସର ତଥା ଅଧିନାୟକ ଅଟନ୍ତି।ଏହାପରେ ଯେଉଁ ଖେଳାଳୀଙ୍କ ନାମ ଆସେ ସେ ହେଉଛନ୍ତି ରବୀନ୍ଦ୍ର ଜାଡେଜା। ସେ ବୋଲିଂ ସୁନ୍ଦର କରୁଥିବା ବେଳେ ବ୍ୟାଟିଂ ବି ଚମତ୍କାର କରିଥାନ୍ତି। 

 

ତେବେ ତାଙ୍କର ରହିବା ଦଳ ପାଇଁ ଭଲ ସାବ୍ୟସ୍ତ ହୋଇପାରେ। ତାଙ୍କ ଦଳ ରିଟେନ କରିବ ବୋଲି ଲାଗୁଛି।ଏହାପରର ନାମ ହେଉଛି ଋତୁରାଜ ଗାୟକବାଡ଼। ସେ ଜଣେ ଯୁବ ଖେଳାଳି ଅଟନ୍ତି ଯାହାଙ୍କର ବୟସ ୨୪ ବର୍ଷ ଅଟେ ଏବଂ ଧୋନିଙ୍କ କ୍ୟାପଟେନସିରେ ହିଁ ଋତୁରାଜ ୨୦୨୧ ଆଇପିଏଲରେ ସୁନ୍ଦର ପ୍ରଦର୍ଶନ କରିଥିଲେ ଏବଂ ଅରେଞ୍ଜ କ୍ୟାପ ଜିତିଥିଲେ। ତାଙ୍କ ଜାଗା ପକ୍କା ଅଛି ପରି ଅନୁମାନ କରାଯାଉଛି।ଏହାପରେ ଯାହାଙ୍କ ନାମ ଆସେ ତାଙ୍କ ନାମ ହେଉଛି ଫାଫ ଡୁ ପ୍ଲେସିସ। 

 

ଏହି ଦକ୍ଷିଣ ଆଫ୍ରିକୀୟ ଖେଳାଳି ବହୁତ ଉନ୍ନତ ପ୍ରଦର୍ଶନ କରନ୍ତି ଏବଂ ଚେନ୍ନାଇ ପାଇଁ ସେ ଭଲ ପାରିବି ଖେଳିଛନ୍ତି। ତେବେ ତାଙ୍କ ପ୍ରଦର୍ଶନରେ ହିଁ ଚେନ୍ନାଇ ୨୦୨୧ ରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ୨୦୨୧ ଓପନ କରିଥିଲେ ଚେନ୍ନାଇ ପକ୍ଷରୁ ଏବଂ ସେ ଭଲ ପାରି ବି ଖେଳିଥିଲେ।ତେବେ ଆପଣଙ୍କ ମତରେ କେଉଁ ୪ ଜଣଙ୍କୁ ଦଳରେ ରଖିଲେ ଦଳ ପାଇଁ ଠିକ ହେବ ତାହା କମେଣ୍ଟ ବିଭାଗରେ କମେଣ୍ଟ କରି ଜଣାଇବେ। କଣ ରାଇନା ଏବଂ ବ୍ରାଭୋଙ୍କୁ ରିଟେନ କରିବା ଦରକାର ନା ମୋଇନ ଅଲ୍ଲୀଙ୍କୁ ରିଟେନ କରିବା ଦରକାର ତାହା ବି ଜଣାଇବେ। ସାରଦୁଲ ଠାକୁର ଏବଂ ଦୀପକ ଚାହାର ଏଇ ଦୁଇ ବି ଚମତ୍କାର ବୋଲର ଅଟନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *