ନିଜ ସ୍ତ୍ରୀ ବିଷୟରେ କହି ଭୋ ଭୋ କାନ୍ଦି ପକେଇଲେ Goura Das । ଦେଖ ସେହି Video…

 

ଦର୍ଶକ ବନ୍ଧୁ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ଗୌର ଦାସଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ।ଯାତ୍ରା ଦୁନିଆ ରେ ତାଙ୍କର ବହୁତ୍ ଅବଦାନ ଥିବାରୁ ଅନେକ ଲୋକ ମାନେ ତାଙ୍କୁ ଜାଣିଛନ୍ତି । ସେ ଯାତ୍ରା ରେ ଅତି ସୁନ୍ଦର ଭାବରେ ଅଭିନୟ କରିଥାନ୍ତି । ତେବେ ତାଙ୍କର ଅଭିନୟ ବଳରେ ତାଙ୍କର ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । 

 

ଗତ କିଛି ଦିନ ତଳେ ଗୌର ଏକ ସାକ୍ଷାତକାର ରେ ନିଜର ବ୍ୟକ୍ତିଗତ ଜୀବନ କୁ ନେଇ କହିଥିଲେ କିଛି ଏପରି ଯାହାକି ବହୁତ୍ କମ୍ ଲୋକ ଙ୍କୁ ହିଁ ଜଣା। କେବଳ ଏତିକି ନୁହେଁ ସେ ମଧ୍ୟ ସେହି କଥା କହି କାନ୍ଦି ପକାଇଥିଲେ ।ତେବେ ଦର୍ଶକ ବନ୍ଧୁ ସେହି ସାକ୍ଷାତକାର ଏମିତି କେଉଁ କଥା କହି ଗୌର କାନ୍ଦି ପକାଇଥିଲେ ଆସନ୍ତୁ ଜାଣି ନେବା ।

 

 ତେବେ ଦର୍ଶକ ବନ୍ଧୁ ସେହି ସାକ୍ଷାତକାର ରେ ଗୌର ଏହା କହିଛନ୍ତି ଯେ , ତାଙ୍କର ବଡ ଭାଇ କଲିକତା କର୍ପୋରେସନରେ କାମ କରୁଥିଲେ । ତାଙ୍କର ବଡ ଭାଇ ସେଠାରୁ ନାକ କରି ଆଣନ୍ତି ଏବଂ ତାଙ୍କ ଗାଁରେ ଥିବା ବାସନ୍ତୀ ମଣ୍ଡପ ରେ ପ୍ରତି ବର୍ଷ ଦୂର୍ଗା ପୂଜାରେ ସେହି ବାସନ୍ତୀ ମଣ୍ଡପରେ ଯାତ୍ରା ହୁଏ । କହିଛନ୍ତି ଯେ ତାଙ୍କର ବାପା ଜଣେ ଉସ୍ତାତ ଥିଲେ ଏବଂ ସେହି ଯାତ୍ରା ର ପ୍ରଥମ ରେ ତାଙ୍କର ବାପାଙ୍କ ର ନୃତ୍ୟ ନାଟିକା ହୋଇଥାଏ। 

 

 

ଏହା ପରେ ସେ କହିଛନ୍ତି ଯେ , ତାଙ୍କର ବାପା ଙ୍କ ନିର୍ଦ୍ଦେଶନା ରେ ଏକ ନାଟକ ହୋଇଥିଲା ଯାହାର ନାମ ହେଉଛି ଲକ୍ଷ୍ମଣ ସତିଭେଦ , ତେବେ ସେହି ନାଟକ ରେ ହନୁମାନଙ୍କ ଭୂମିକା ଗ୍ରହଣ କରିଥିଲେ ଗୌର । ତେବେ ସେହି ସମୟ ରେ ସେ ପ୍ରଥମ କରି ଯାତ୍ରା ରେ ପାଦ ଦେଇଥିଲେ । ସେ କହିଛନ୍ତି ଯେ ସେବେଠାରୁ ଯାତ୍ରା ପ୍ରତି ଏମିତି ଏକ କଳା ଲାଗିଗଲା ଯେ ଅଭିନୟ ଜଗତ ପ୍ରତି ସତେ ଯେମିତି ଏକ ମୋହ ଲାଗିଗଲା ।

 

ଶେଷ ରେ ଗୌର ଏହା କହିଛନ୍ତି ଯେ ସେମାନଙ୍କ ବାପା ଏବଂ ମାଆ ଚାଲି ଯିବା ପରେ ସେମାନଙ୍କ ଅଭାବରେ ସେ ନିଜର ସ୍ତ୍ରୀ କୁ ପାଇଛନ୍ତି । କହିଛନ୍ତି ଯେ ମୋ ନାମ ହେଉଛି ଗୌର ଏବଂ ମୋ ସ୍ତ୍ରୀ ର ନାମ ହେଉଛି ଗୌରୀ। ଜଣେ ସଫଳ ମଣିଷ ପଛରେ ଏକ ନାରୀର ବଡ ଭୂମିକା ରହିଥାଏ ସେମିତି ମୋ ସ୍ତ୍ରୀ ମଧ୍ୟ ମତେ ପ୍ରତି ଟି କ୍ଷେତ୍ର ରେ ସପୋର୍ଟ କରିଛନ୍ତି । ଶେଷ ରେ କହିଥିଲେ ଯେ ମୁଁ ତା ରୁଣ କେବେବି ସୁଝି ପାରିବି ନାହିଁ ଏବଂ ଏହି କଥା କହୁ କହୁ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *