ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆସୁଥିବା ବଡ ଖବର ରୁ ଏହା ଜଣା ପଡୁଛି ଯେ , ସରକାର ଙ୍କ ବଡ଼ ନିଷ୍ପତି ଅନିଋଦ୍ଧିଷ୍ଟ କାଳ ପାଇଁ ବନ୍ଧ ରହିବ ସ୍କୁଲ। ତେବେ ମିଳିଥିବା ସୂଚନା ଅନୁସାରେ ଯେ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ନ ମିଳିଛି ସେ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ ।ତେବେ ବର୍ତ୍ତମାନ ପୁଣି ଦିଲ୍ଲୀ ରେ ଅନଲାଇନ୍ କ୍ଲାସ ଆରମ୍ଭ ହୋଇଯିବ ।
ସୂଚନାଯୋଗ୍ୟ କଥା ଏହା ଯେ , ଗତ କିଛି ଦିନ ହେବ ଦିଲ୍ଲୀ ରେ ପ୍ରଦୂଷଣ ର ମାତ୍ରା ଏତେ ଅଧିକ ବଢ଼ି ଯାଇଛି ଯେ ଲୋକ ମାନଙ୍କୁ ଘରୁ ବାହାରକୁ ଆସିବା ପାଇଁ ମଧ୍ୟ ଭୟ ଲାଗୁଛି ଏମିତିକି ନିଃଶ୍ୱାସ ନେବା ପାଇଁ ମଧ୍ୟ ଆସୁବିଧା ହୋଇପାରେ । ତେବେ ଦିଲ୍ଲୀ ରେ ବୃଦ୍ଧି ପାଉଥିବା ପ୍ରଦୂଷଣ କୁ କମ୍ କରିବା ପାଇଁ ଦିଲ୍ଲୀ ସରକାର ବର୍ତ୍ତମାନ ବଡ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ଏଥିପାଇଁ ମଧ୍ୟ ଦିଲ୍ଲୀ ର ସମସ୍ତ ସ୍କୁଲ କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଅନଲାଇନ୍ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଘଟଣା କୁ ନେଇ ଦିଲ୍ଲୀ ସୁପ୍ରିମ କୋର୍ଟରେ ମଧ୍ୟ କେସ ଚାଲିଛି ଏବଂ ଏହାର ଶୁଣାଣି ମଧ୍ୟ ଆସନ୍ତା ୨୬ ତାରିଖ ଦିନ ହେବ । ତେବେ ଏହି ଘଟଣା କୁ ନେଇ ଦିଲ୍ଲୀ ସୁପ୍ରିମ କୋର୍ଟର ଜଜ ଏହା କହିଥିଲେ କି ,ବର୍ତ୍ତମାନ ପ୍ରଦୂଷଣକୁ ରୋକ ଲଗାଇବା ପାଇଁ ଦିଲ୍ଲୀ ସରକାର କେଉଁ ସବୁ ପଦକ୍ଷେପ ନେଉଛନ୍ତି ତାର ସୂଚନା ଦିଅନ୍ତୁ । ଏହା ପରେ ମଧ୍ୟ ଦିଲ୍ଲୀ ସରକାର ସୁପ୍ରିମ କୋର୍ଟ କୁ ସମସ୍ତ ତଥ୍ୟ ଦେଇଛନ୍ତି ।
ତେବେ ଦିଲ୍ଲୀ ସରକାର ଏହା କହିଛନ୍ତି କି , ବର୍ତ୍ତମାନ ସମୟ ରେ ବାୟୁ ପ୍ରଦୂଷଣ ଏତେ ମାତ୍ରା ରେ ଏତେ ବଢ଼ି ଯାଇଛି ଯେ ପିଲା ମାନଙ୍କ ଉପରେ ଏହା ର କୌଣସି ଖରାପ ପ୍ରଭାବ ନ ପଡୁ ସେଥିପାଇଁ ବର୍ତ୍ତମାନ ଦିଲ୍ଲୀ ର ସ୍କୁଲ ଗୁଡ଼ିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଜାରି କରା ଯାଇଛି । ତେବେ ସେଥିପାଇଁ ଦିଲ୍ଲୀ ସରକାର ଦିଲ୍ଲୀ ର ସ୍କୁଲ ଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି ।
ଏହା ସହିତ ମଧ୍ୟ ୨୧ ତାରିଖ ଯାଏ ଟ୍ରକ ପ୍ରବେଶ କୁ ନେଇ ସହରରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି । କେବଳ ଏତିକି ନୁହେଁ ବର୍ତ୍ତମାନ ସମୟ ରେ ୧୦ ରୁ ୧୫ ବର୍ଷ ପୁରୁଣା ପେଟ୍ରୋଲ ଓ ଡିଜେଲ ଗାଡିର ଚଳାଚଳ ଉପରେ ରୋକ ଲଗାଯାଇଛି । ତେବେ ଦିଲ୍ଲୀ ରେ ପ୍ରଦୂଷଣ ର ମାତ୍ରା କୁ କମ୍ କରିବା ପାଇଁ ଦିଲ୍ଲୀ ସରକାର ବର୍ତ୍ତମାନ ଏହିଭଳି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।