ଦର୍ଶକ ବନ୍ଧୁ କରୋନା ପାଇଁ ଟୀକାକରଣ ବ୍ୟବସ୍ଥା ଦିନ କୁ ଦିନ ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଏହା ଖୁସି ଖବର ଯେ ,ଆମ ଦେଶ ରେ ଅନେକ ଲୋକ ମାନେ ଟୀକାକରଣ କରି ସାରିଲେଣି କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁ ମାନେ କି ଏବେ ଯାଏ ମଧ୍ୟ ଟିକା ନେବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । କିଛି କିଛି ସ୍ଥାନ ରେ ଟିକା ଦେବାକୁ ଲୋକ ମାନେ ଲୁଚୁଥିବା ର ମଧ୍ୟ ଜଣା ଯାଇଛି ।
ତେବେ ଦେଶ ରେ ଏହି କରୋନା ମହାମାରୀ କୁ ପ୍ରତିହତ କରିବା ପାଇଁ ପୂର୍ଣ୍ଣ ଭାବେ ଟିକାକରଣ କରିବାକୁ ସରକାର ସବୁ ପ୍ରକାର ଉଦ୍ୟମ କରୁଥିବା ସତ୍ତ୍ବେ ମଧ୍ୟ ଅନେକ ଲୋକ ଟୀକା ନେବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । ତେବେ ଏହି ଟୀକା ନେବା ପାଇଁ ମଧ୍ୟ ସରକାର ଙ୍କ ତରଫ ରୁ ବିଭିନ୍ନ ମାଧ୍ୟମରେ ସଚେତନ କରାଯାଉଛି ହେଲେ ମଧ୍ୟ ଏ ପର୍ଯ୍ୟନ୍ତ ଭାରତ ରେ ମାତ୍ର ୪୩ ପ୍ରତିଶତ ଲୋକେ ଟିକା ନେଇପାରିଛନ୍ତି ।
ବନ୍ଧୁଗଣ କେବଳ ଏତିକି ନୁହେଁ ଏମିତି ବି କିଛି କିଛି ସ୍ଥାନ ମଧ୍ୟ ରହିଛି ଯେଉଁ ଠାରେ କି କୌଣସି ବି ଗୋଟେ ଲୋକ ଟୀକା ନେଇ ନାହାନ୍ତି । ତେବେ ସରକାର ଏ ସବୁ କୁ ଲକ୍ଷ୍ୟ ରେ ରଖି ଟୀକାକରଣ ବ୍ୟବସ୍ଥା କୁ ବୃଦ୍ଧି କରାଯିବା ଉଦ୍ଦେଶ୍ୟ ରେ ବର୍ତ୍ତମାନ ଏକ ଲକି ଡ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି ,ଯାହା ଦ୍ଵାରା କି ଲୋକ ମାନେ ଟୀକା ନେବା ପ୍ରତି ଅଧିକ ଆକର୍ଷିତ ହେବେ ।
ତେବେ ମିଳିଥିବା ସୂଚନା ରୁ ଜଣା ପଡ଼ୁଛି ଯେ,
ଯେଉଁ ଲୋକ ମାନେ ଦୁଇଟି ଟୀକା ନେଇ ସାରିଛନ୍ତି ସେମାନଙ୍କ ପାଇଁ ସରକାର ଏକ ଲକି ଡ୍ର ପୁରସ୍କାର ଦେବା କଥା ବିଚାର କରୁଛନ୍ତି । ତେବେ ଏହା ଜଣା ପଡୁଛି ଯେ ,ଦୁଇଟି ଡୋଜ ଟିକା ନେଇଥିବା ଲୋକଙ୍କୁ ଲକି ଡ୍ର ଜରିଆରେ ରାସନ କିଟ, ଟ୍ରାଭଲ ପାସ, ନଗଦ ଟଙ୍କା ପୁରସ୍କାର ଆଦି ପୁରସ୍କାର ଭାବରେ ଦେବା କଥା ବିଚାର କରୁଛନ୍ତି ।
ତେବେ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ କଥା ସାମ୍ନା କୁ ଆସି ନାହିଁ । ତେବେରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ତୁରନ୍ତ ଏ ସମ୍ପର୍କରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି । ତେବେ ସୂଚନା ରୁ ଏହା ଜଣା ପଡ଼ିଛି ଯେ , ଆମ ଦେଶ ର ପ୍ରାୟ 43 ପ୍ରତିଶତ ଲୋକ ମାନେ ଦୁଇଟି ଡୋଜ ନେଇ ସାରିଲେଣି କିନ୍ତୁ 12 କୋଟି ରୁ ପ୍ରାୟ ଅଧିକ ଲୋକ ମାନଙ୍କର ଟୀକା ର ଦ୍ଵିତୀୟ ଡୋଜ ନେବାରେ ବିଳମ୍ୱ ହୋଇଛି।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।