ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆସନ୍ତା ଅକ୍ଟୋବର ୧୩ ରେ ମାଡ଼ି ଆସୁଛି ବାତ୍ୟା ଜୱାଦ । ଏହି ଜିଲ୍ଲାରେ କରିପାରେ ଲ୍ୟାଣ୍ଡଫଲ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦେଶ ରାଜ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ବନ୍ୟା , ବାତ୍ୟା , ଝଡ଼ ଭଳି ପ୍ରାକୃତିକ ବି-ପ-ର୍ଯ୍ୟ-ୟ ମାନ ଦେଖିବାକୁ ମିଳିଥାଏ । ତେବେ ବାତ୍ୟା ନାମ ଶୁଣିଲେ ଉପକୂଳବର୍ତ୍ତୀ ଅଞ୍ଚଳଅନ୍ତର୍ଭୁକ୍ତ ଲୋକମାନେ ବହୁ ଭ-ୟ-ଭୀ-ତ ହୋଇଯାଆନ୍ତି । ପ୍ରତିବର୍ଷ ଓଡ଼ିଶା ଏହି ବି-ପ-ଦ-ର ସମ୍ମୁଖୀନ ହୋଇଥାଏ । ବର୍ଷକୁ ପ୍ରାୟତଃ ଦୁଇ ରୁ ଅଧିକ ବାତ୍ୟା ଦେଖିବାକୁ ମିଳିଥାଏ । ବର୍ଷ ଆରମ୍ଭରୁ ୟାଶ ତଥା ଗୁଲାବ ନାମକ ବାତ୍ୟା କୁ ସାମ୍ନା କରିସାରିବା ପରେ ପୁଣି ମାଡ଼ି ଆସୁଛି ଓଡ଼ିଶା ଆଡ଼କୁ ଆଉ ଏକ ବାତ୍ୟା । ଆସନ୍ତା ଅକ୍ଟୋବର ୧୩ ତାରିଖରେ ବଙ୍ଗପୋସାଗରରେ ଏହି ବାତ୍ୟା ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସୂଚିତ କରିଛି ।
ତେବେ ଚଳିତବର୍ଷ ଲଗାତାର ଲଘୁଚାପ ବର୍ଷା ପ୍ରଭାବରେ ଘନୀଭୂତ ହୋଇ ଏହା ବାତ୍ୟା ରୂପ ଧାରଣ କରୁଛି । ତେବେ ପାଣିପାଗ ବିଭାଗ ସୂଚନା ମୁତାବକ ଆସନ୍ତା ୧୦ ତାରିଖରେ ଏହା ଲଘୁଚାପ ରୂପ ଧାରଣ କରି ୧୩ ତାରିଖରେ ବାତ୍ୟାର ରୂପ ଧାରଣ କରିବ । ତେବେ ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂବର୍ତ୍ତୀ ଆଡ଼କୁ ଗତି କରିବ ବୋଲି ସ୍କାଏମେଟ ସୂଚିତ କରିଛି । ଅନ୍ୟପଟେ ଦକ୍ଷିଣ ଚୀନ୍ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ଲାୟନରକ୍ । ତେବେ ଏହି ଲାୟନରକ୍ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ପ୍ରବେଶ କରିବ । ଯାହା ଫଳରେ ଆସନ୍ତା ୧୩ ରେ ବଙ୍ଗୋପସାଗରରେ ବାତ୍ୟା ରୂପ ଧାରଣ କରିବ । ତେବେ ଆଗକୁ କୌଣସି ବାତ୍ୟା ନାହିଁ ବୋଲି IMD ପକ୍ଷରୁ ସୂଚିତ କରାଯାଇଛି । ଯଦି ଏହା ଘନୀଭୂତ ହୋଇ ବାତ୍ୟାର ରୂପ ଧାରଣ କରେ ତେବେ ସେହି ବାତ୍ୟାର ନାମ ଜୱାଦ ରହିବ ।
ଭୂବିଜ୍ଞାନୀ ଜେନାମଣି ସଞ୍ଜୀବ କୁମାର ଙ୍କ ମତରେ ସାଉଦ ଆରବୀ ଏହାର ନାମ କରଣ କରିଛି । ତେବେ ଆସନ୍ତା ୧୩ ରେ ଏହା ବାତ୍ୟା ରୂପ ଧାରଣ କରି ଦକ୍ଷିଣ ଓଡ଼ିଶା ଦେଇ ଗଞ୍ଜାମ ରାୟଗଡ଼ା ଜିଲ୍ଲା କୁ ଗତି କରି ଆନ୍ଧ୍ରପ୍ରଦେଶ ର ଶ୍ରୀକାକୁଲମ ଠାରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚିତ କରାଯାଇଛି । ଏହା ଫଳରେ ଓଡ଼ିଶାର ଗଞ୍ଜାମ , ରାୟଗଡ଼ା ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ପ୍ରତିବର୍ଷ ସେପ୍ଟେମ୍ୱର ଅକ୍ଟୋବର ମାସକୁ ବାତ୍ୟା ର ପା-ଦୂ-ର୍ଭା-ବ ଦେଖିବାକୁ ମିଳିଥାଏ ।
ତେବେ IMD ମୁତାବକ ଉତ୍ତର ଆଣ୍ଡମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡିକ ଠାରୁ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ର ରୂପ ଧାରଣ କରି ଆସନ୍ତା ୧୩ କୁ ବାତ୍ୟା କୁ ସମ୍ଭାବନା କରାଯାଇଛି । ଏହି ବାତ୍ୟା ଉତ୍ତର ଆନ୍ଧ୍ର ଆଡ଼କୁ ମୁହାଁଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମ୍ଭାବ୍ୟ ଲଘୁଚାପ ପରବର୍ତ୍ତୀ ସମୟରେ ୪ ରୁ ୫ ଦିନ ଲଗାଣ ବର୍ଷା ର ମଧ୍ୟ ସମ୍ଭାବନା କରାଯାଇଛି । ତେବେ ଗଜପତି , ରାୟଗଡ଼ା ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚିତ କରିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।