ଆସିଲା ଖୁସି ଖବର ଭୟଙ୍କର ଶସ୍ତା ହେଲା ରଡ଼ ସିମେଣ୍ଟି । ନୂଆ ରେଟ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ ଆସିଲା ଏକ ଖୁସିର ଖବର । ଏବେ ଠାରୁ ଶସ୍ତା ସିମେଣ୍ଟ ଏବଂ ରଡ଼ । ଆଗକୁ ଏହାର ମୂଲ୍ୟ ଆହୁରି ମଧ୍ୟ କମିପାରେ । ତେବେ ଚାଲନ୍ତୁ ଜାଣିବା ଏବେ ସମ୍ପୂର୍ଣ ଖବର ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କରୋନା ଯୋଗୁଁ ସମସ୍ତ ଲୋକ ବହୁତ କ୍ଷ-ୟ-କ୍ଷ-ତିର ସାମ୍ନା କରୁଛନ୍ତି । କରୋନା ମ-ହା-ମା-ରୀ ସମୟରେ ଦରଦାମ ବୃଦ୍ଧିକୁ ନେଇ ଖାଉଟି ମାନେ ବହୁତ ହନ୍ତସନ୍ତ ହେଉଥିଲେ । କିନ୍ତୁ ଏବେ ଖାଉଟି ମାନେ ସାମାନ୍ୟ ଆଶ୍ବସ୍ତୀ ଲାଭ କରିଛନ୍ତି । ତୈଳ ଦର( ପେଟ୍ରୋଲ, ଡିଜେଲ, ଏବଂ ଖାଇବା ତେଲ) ଦର ନିକଟରେ କମିଥିଲା । ଆଉ ଏବେ ଆଉ ଏକ ନୂଆ ଘୋଷଣା ଆସିଛି, ଗୃହ ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀର ଦାମ ଶସ୍ତା ହୋଇଛି । ଲୁହା ଛଡ (ରଡ୍‌) କ୍ବିଣ୍ଟାଲ ପିଛା ୮୦୦-୯୦୦ ଟଙ୍କା ଶସ୍ତା ହୋଇଥିବା ବେଳେ ସିମେଣ୍ଟ ବସ୍ତା ପିଛା ୫୦ ରୁ ୬୦ ଟଙ୍କା ଲେଖାଏଁ ଶସ୍ତା ହୋଇଛି । 

 

ଗୃହ ନିର୍ମାଣ ସାମଗ୍ରୀ ଦାମ ବୃଦ୍ଧି ପାଇଥିବାରୁ ଲୋକମାନେ କାମ ବନ୍ଦ କରିଦେଇଥିଲେ । ଲୋକମାନେ ରଡ୍‌, ସିମେଣ୍ଟ ଦରକୁ ଦେଖି କିଣିବାକୁ ସାହାସ କରି ପାରୁ ନଥିଲେ । କେବଳ ରଡ୍‌ ଏବଂ ସିମେଣ୍ଟ ନୁହେଁ କିଛି ଦିନ ହେଲା ଅନ୍ୟାନ୍ୟ ସାମଗ୍ରୀ ସବୁର ଦାମ ମଧ୍ୟ ଧୀରେ ଧୀରେ ପୂର୍ବାପେକ୍ଷା ଶସ୍ତା ହେବାରେ ଲାଗିଛି । ଯାହା ଫଳରେ ଗ୍ରାହକଙ୍କୁ ଟିକେ ଆଶ୍ବସ୍ତୀ ମିଳି ପାରିଛି । ଦୀପାବଳି ପୂର୍ବରୁ ଲୁହା ଛଡ ଏବଂ ସିମେଣ୍ଟ ଦାମ ଆକାଶ ଛୁଆଁ ଥିଲା । ସିମେଣ୍ଟ ଦାମ ୩୫୦ରୁ ଅଧିକ ଥିଲା । 

 

ସେପଟେ ରଡ୍‌ ଦାମ ମଧ୍ୟ କ୍ବିଣ୍ଟାଲ ପିଛା ୬୫୦୦ ଟଙ୍କା ପର୍ଯ୍ୟନ୍ତ ଚାଲିଯାଇଥିଲା । ଯାହାକୁ ଦେଖି ଗୃହ ନିର୍ମାଣକାରୀ ମାନେ ଚିନ୍ତାରେ ପଡ଼ି ଯାଇଥିଲେ । ଏପରି ପରିସ୍ଥିତିରେ ଘର ନିର୍ମାଣ କରିଥିବା ଅଧିକାଂଶ ଲୋକଙ୍କ ବଜେଟ୍ ପକେଟ୍‌କୁ ବାଧୁଥିଲା । ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଅନେକ ଲୋକ କାମ ମଧ୍ୟ ବନ୍ଦ କରିଦେଇଥିଲେ। ଲୋକମାନେ ନିର୍ମାଣ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବାକୁ ଅପେକ୍ଷା କରିଥିଲେ । ପ୍ରାୟ ୨୦ ରୁ ୨୫ ଦିନ ପରେ, ରଡ ଏବଂ ସିମେଣ୍ଟର ମୂଲ୍ୟ ହ୍ରାସ ପାଇଛି । 

 

ବଜାରରେ ଏବେ ରଡ୍ କ୍ୱିଣ୍ଟାଲ ପିଛା ୫୭୦୦ ରୁ ୫୮୦୦ ଟଙ୍କାରେ ବିକ୍ରି ହେଉଛି । ଏଥିସହିତ, ସିମେଣ୍ଟ ବସ୍ତା ପିଛା ୨୯୦ ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ବାଲିର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଗୋଟିଏ ହାଇଓ୍ବା ଟ୍ରିପ୍‌ ବାଲି ୪୫୦୦ ଟଙ୍କାରେ ମିଳୁଛି । ସାମଗ୍ରୀର ମୂଲ୍ୟ କମ୍ ହୋଇଯିବା ଯୋଗୁଁ ବର୍ତ୍ତମାନ ଗୃହ ନିର୍ମାଣକାରୀ ମାନେ ସାଧାରଣ ମୂଲ୍ୟରେ ସାମଗ୍ରୀ କିଣି ପୁଣି ଆଉଥରେ କାର୍ଯ୍ୟ ସବୁ ଆରମ୍ଭ କରିଛନ୍ତି । ଆଗକୁ ରଡ୍‌ ସିମେଣ୍ଟ ଦାମ ଆହୁରି ମଧ୍ୟ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *