ବଙ୍ଗୋପସାଗର ରେ ବଡ଼ ଲଘୁଚାପ । ଓଡିଶା ର ୮ ଜିଲ୍ଲାର ଲୋକ ଘରୁ ବାହାରି ପାରିବେନି । ଭୟଙ୍କର ବର୍ଷା ପବନ…

 

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ପାଣିପାଗ କୁ ନେଇ  ସାମ୍ନା କୁ ଆସିଛି ଏକ ବଡ ଖବର । ବର୍ତ୍ତମାନ ସମୟ ରେ ପାଣିପାଗ ବିଭାଗ ରୁ ଏହା ସୂଚନା ରହିଛି ଯେ, ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି ବଙ୍ଗୋପସାଗର ରେ ଯାହାକି ଓଡ଼ିଶା ରେ ପ୍ରଭାବ  ପକାଇବ । ବନ୍ଧୁଗଣ ନଭେମ୍ବର 22 ରେ ପୁଣି ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏବଂ ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପ ର ରୂପ ନେବ ।

 

ଦର୍ଶକ ବନ୍ଧୁ ଏହା ହେଉଛି ଏ ଗୋଟେ ମାସ ଭିତରେ ସୃଷ୍ଟି ହୋଇଥିବା ଚତୁର୍ଥ ତମ ଲଘୁଚାପ । ତେବେ ପାଣିପାଗ ବିଭାଗ ଏହା ସୂଚନା ଦେଇଛି ଯେ ଏହି ଲଘୁଚାପ ଟି ଆସନ୍ତା ୨୯ ଓ ୩୦ ତାରିଖ ବେଳକୁ ତାମିଲନାଡୁ ଉପକୂଳ ଛୁଇଁବ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ଯେ ଏହି ଲଘୁଚାପ ଟି ର ପ୍ରଭାବ ରେ ଆସନ୍ତା 29 ତାରିଖ ରୁଓଡିଶା ର 8 ଜିଲ୍ଲାକୁ ଭୟଙ୍କର ବର୍ଷା ପବନ ।

ସୂଚନା ଯୋଗ୍ୟ କଥା ଏହା ଯେ , ଆସନ୍ତା ନଭେମ୍ବର 23 ତାରିଖ ରୁ ଆଭ୍ୟନ୍ତରୀଣ ଓଡ଼ିଶା ରେ ସାଇଟ୍ ର ପ୍ରକୋପ ବୃଦ୍ଧି ପାଇବ ।ପ୍ରଫେସର ପଶୁପାଳକ ଆକଳନ କରି କହିଛନ୍ତି ଯେ , ଆଭ୍ୟନ୍ତରୀଣ ପଶ୍ଚିମ, ଉତ୍ତର,ଦକ୍ଷିଣ-ପଶ୍ଚିମ ଓଡିଶାରେ ୨୩ ରୁ ୨୬ ତାରିଖ ରାତି ଯାଏ ସର୍ବନିମ୍ନ ତାପମାତ୍ରା ୫ରୁ ୬ଡିଗ୍ରୀ ସେଲସିୟସ୍‌ କମିପାରେ । ଏହା ମଧ୍ୟ କହିଛନ୍ତି ଯେ ଆସନ୍ତା ନଭେମ୍ବର 28 ତାରିଖ ବେଳକୁ ଓଡ଼ିଶା ରେ ଶୀତ ର ପ୍ରକୋପ ବୃଦ୍ଧି ହୋଇଯାଇଥିବ ।

 

ପ୍ରଫେସର ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି ଯେ ,ନଭେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଚାଷୀ ମାନେ ଧାନ ଅମଳ କରି ନିଅନ୍ତୁ କାହିଁକି ନା ଡିସେମ୍ବର ମାସ ର ପ୍ରଥମ ସପ୍ତାହରେ ଥାଇଲାଣ୍ଡ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ଏହା ମଧ୍ୟ ବଙ୍ଗୋପସାଗର ଆଡ଼କୁ ଗତି କରିବାର ଅଧିକ ସମ୍ଭାବନା ରହିଛି ।

ଯଦି ଏହା ଓଡିଶା ଉପକୂଳ କୁ ଆସିବ ଏହାର ପ୍ରଭାବ – ଗଞ୍ଜାମ, ଗଜପତି,ପୁରୀ,ଖୋର୍ଦ୍ଧା, ଜଗତସିଂହପୁର,କେନ୍ଦ୍ରାପଡା, ବାଲେଶ୍ୱର,ଭଦ୍ରକ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ର ପୂର୍ବାନୁମାନ କରାଯାଉଛି ।

ବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *