ଫୁଣି ଭାସିବ ଓଡିଶା । ଜାଣନ୍ତୁ କଣ ରହିଛି ସମ୍ପୁର୍ଣ୍ଣ ଖବର…

 IMD ଏହା ସୂଚନା ଦେଇଛି ଯେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ ଏବଂ ଏହା ବର୍ତ୍ତମାନ ସମୁଦ୍ର ପତ୍ତନ ଠାରୁ 5.8 କିମି ଉଚ୍ଚତା ରେ ରହିଛି । ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ର ରେ ପରିଣତ ହେବ ବୋଲି ସୂଚନା ରୁ ଜଣା ପଡ଼ିଛି ।

ତେବେ ଏହା ଶ୍ରୀଲଙ୍କା ଏବଂ ଦକ୍ଷିଣ ତାମିଲନାଡୁ ଆଡ଼କୁ ମୁଂହାଇବ ଏବଂ ଏହାର ପ୍ରଭାବ ରୁ ତାମିଲନାଡୁ ରେ ଅଧିକ ମାତ୍ରା ରେ ବର୍ଷା ହେବାର ଅନୁମାନ କରାଯାଉଛି । ତେବେ ଏହି ଲଘୁଚାପ ଦ୍ଵାରା ତାମିଲନାଡୁ ର ଅନେକାଂଶ ଅଞ୍ଚଳ ରେ ପ୍ରଭାବିତ ହେବ ଜନ ଜୀବନ । ତେବେ ସୂଚନା ରୁ ଜଣା ପଡ଼ୁଛି ଯେ ଆସନ୍ତା 26 ଏବଂ 27 ତାରିଖ ବେଳକୁ ଚେନ୍ନାଇ ,କାଞ୍ଚିପୁରମ୍ ,ଭେଲୁରୁ, ଥିରୁ ଆନାମଲାଇ ଆଦି ରେ ଅଧିକ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ବର୍ତ୍ତମାନ ର ଆକଳନ ଅନୁସାରେ ଅକ୍ଟୋବର 1 ରୁ ନଭେମ୍ବର 20 ପର୍ଯ୍ୟନ୍ତ ତାମିଲନାଡୁ ରେ 61 ଭାଗ ଅଧିକ ବର୍ଷା ହୋଇ ସାରିଲାଣି ଏବଂ ଆଗକୁ ମଧ୍ୟ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି । ଯଦି କମ୍ ସମୟ ମଧ୍ୟରେ ଅଧିକ ବର୍ଷା ହୁଏ ତାହେଲେ ଯଦି ଏହା ଠିକ୍ ଭାବରେ ନିଷ୍କାସିତ ନ ହୋଇ ପାରେ ତାହେଲେ ଏହା ସେଠାରେ ବନ୍ୟା ସୃଷ୍ଟି କରିବ ଏବଂ ତଳିଆ ଅଞ୍ଚଳ ରେ ପାଣି ଜମି ରହିବ ।

ଭୁ ବିଜ୍ଞାନୀ ଡକ୍ଟର ଜେନାମଣି ସଞ୍ଜୀବ କୁମାର ଏହା କହିଛନ୍ତି ଯେ ପ୍ରତ୍ୟେକ ବର୍ଷ ର ଏହି ସମୟ ରେ ତାମିଲନାଡୁ ରେ ବର୍ଷା ହୁଏ କିନ୍ତୁ ଏହି ବର୍ଷ ଅଧିକ ଲଘୁଚାପ ଦେଖିବାକୁ ମିଳିଛି ଯାହା ଫଳରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯେମିତିକି ବନ୍ୟା ର ହେବାର ଆ-ଶ-ଙ୍କା ମଧ୍ୟ ଦେଖା ଦେଇଛି । ତେବେ ଯଦି ସେଠାରେ ଡ୍ରେନ ଦ୍ଵାରା ନିଷ୍କାସିତ ବ୍ୟବସ୍ଥା ଠିକ୍ ଭାବରେ କରାଯାଇ ପାରିବ ତାହେଲେ ବନ୍ୟା ଭଳି ସମସ୍ୟା କୁ ମଧ୍ୟ ଏଡାଇ ହେବ ।

ତେବେ ଡକ୍ଟର ଜେନାମଣି ସଞ୍ଜୀବ କୁମାର ଶେଷ ରେ ଏହା କହିଛନ୍ତି ଯେ ଏହି ଲଘୁଚାପ ଦ୍ଵାରା ଚେନ୍ନାଇ ସହ କାଞ୍ଚିପୁରମ , ତିରୁଭଲୁର , ମଦୁରାଇ ଆଦି ଜିଲ୍ଲା ଗୁଡ଼ିକ ବେଶ୍ ପ୍ରଭାବିତ ହେବ । ତେବେ ବିଶେଷ କରି ତାମିଲନାଡୁ ର ତ୍ରିକୋଣ ଭୂମି ର ସଂଲଗ୍ନ ସମସ୍ତ ଜିଲ୍ଲା ଗୁଡ଼ିକ ଏହା ଦ୍ଵାରା ପ୍ରଭାବିତ ହେବ । ତେବେ ଆସନ୍ତା 26 ତାରିଖ ଆଡ଼କୁ ଏହି ସବୁ ଜିଲ୍ଲା ଗୁଡ଼ିକ ରେ ଅଧିକ ରୁ ଅଧିକ ବୃଷ୍ଟିପାତ ହେବା ସହିତ ପବନ ର ବେଗ ମଧ୍ୟ ଘଣ୍ଟା ପ୍ରତି ପ୍ରାୟ 60 କିମି ବେଗ କୁ ବୃଦ୍ଧି ପାଇବ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *