ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଡିମ୍ପଲ୍ ଙ୍କ ବୁରୁବାର ଓଷାରେ ତାତିଲେ ମହିଳା।ଡିମ୍ପଲ୍ ଙ୍କୁ ଦରଦ ଦେଖାଇଲେ ସାହି ପଡିଶା । ଡିମ୍ପଲଙ୍କ ସପକ୍ଷରେ ବାହାରି ତାଙ୍କୁ ଘରକୁ ନେବା ପାଇଁ ସୁମିତ୍ ଙ୍କ ପରିବାରଙ୍କୁ ଅନୁରୋଧ କଲେ ମହିଳା ମାନେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜିକୁ ୪ ଦିନ ହୋଇଗଲା । ଶୀତ କାକରରେ ସେମିତି ବସିଛି ନବବଧୂ । ବୋହୂର ନାର୍ଯ୍ୟ ଅଧିକାର ଦାବି କରି ବସିରହିଛି ବୋହୂ । ହେଲେ ଶାଶୁଘର ଲୋକଙ୍କ ଦେଖାନାହିଁ । ଓଲଟା ସ୍ୱାମୀ ଦେଖାଉଛନ୍ତି କୋର୍ଟ କଚ୍ଚେରୀ । ବ୍ରହ୍ମପୁରର ଏଖବର ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବାରମ୍ୱାର ନବବଧୂ ଜଣକ କାକୁତି ମିନତି କରୁଛନ୍ତି ଘରକୁ ନେବା ପାଇଁ । ଏହାସହ ନିଜର ଦାବି ଏବଂ ନିଜର ହକ ଜାହିର କରିବା ପାଇଁ କିଭଳି ଭାବରେ ଧାରଣାରେ ବସିଛନ୍ତି । ଆଜି ମାଣବସା ଗୁରୁବାର । ଶ୍ୱଶୁର ଘର ଗେଟ୍ ବୋହୂ ପାଇଁ ଖୋଲୁ ନ ଥିବା ବେଳେ ଆଜି ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି ଡିମ୍ପଲ ।
ଅନ୍ୟପଟେ ତପସ୍ୱିନୀ ବା ଡିମ୍ପଲଙ୍କର ଆଉ ଏକ ଅ-ଭି-ଯୋ-ଗ ସାମ୍ନାକୁ ଆସିଛି । ମୋ ଛୁଆ କାଇଁ ବୋଲି ଡିମ୍ପଲ ତାଙ୍କ ସ୍ୱାମୀ ସୁମିତ ସାହୁଙ୍କୁ ପ୍ରଶ୍ନ କରିଛନ୍ତି । ଡିମ୍ପଲ କହିଛନ୍ତି, ଆମର କୋର୍ଟ ମ୍ୟାରେଜ ହୋଇଥିଲା । ଆମେ ସାଙ୍ଗ ହୋଇ ରହୁଥିଲୁ । ସେ ମୋତେ ବହୁତ ଭଲ ପାଆନ୍ତି । କେବେ ବି ମୋ ଉପରକୁ ହାତ ଉଠାଇ ନାହାନ୍ତି । କେବଳ ସେତିକି ନୁହେଁ, ମୁଁ ପ୍ରେଗନେଣ୍ଟ ଥିଲି । ମୋର ଗ-ର୍ଭ-ପା-ତ କରାଇଦେଇଛନ୍ତି । କିନ୍ତୁ ଏବେ ଘରକୁ ନେବାକୁ ମନା କରୁଛନ୍ତି। ଯେତେବେଳେ ଗଣମାଧ୍ୟମ ଆଗରେ ଏକଥା ଡିମ୍ପଲ ତାଙ୍କ ସ୍ୱାମୀଙ୍କୁ ପଚାରିଲେ ଯେ ମୋଛୁଆ କାଇଁ ବୋଲି, ସୁମିତ ହଠାତ ରାଗିଗଲେ । କହିଲେ ମୁଁ କିଛି ଜାଣିନି । କୋର୍ଟକୁ ଆସ ସବୁକଥା କୋର୍ଟରେ ହେବ।
ଡିମ୍ପଲ ମଧ୍ୟ କୋର୍ଟକୁ ଯିବାକୁ ରାଜି ଥିବାବେଳେ ତାଙ୍କ ପାଖରେ ସମସ୍ତ ପ୍ରମାଣ ରହିଛି ବୋଲି ଡିମ୍ପଲ ନିଜେ କହିଛନ୍ତି । ତେବେ ଏଘଟଣାର ସମାଧାନ କେବେ ହେବ, ଆଉ ଡିମ୍ପଲଙ୍କୁ କେବେ ନ୍ୟାୟ ମିଳିବ ତାହା ଅପେକ୍ଷାରତ । ଏସବୁ ଭିତରେ ଆରକ୍ଷୀ ଅଧିକାରୀ ର ଭୂମିକା ଉପରେ ବି ପ୍ରଶ୍ନ ଉଠୁଛି । ବାରମ୍ୱାର ଆରକ୍ଷୀ ଅଧିକାରୀ ଡିମ୍ପଲଙ୍କ ବାପା ଏବଂ ଭାଇଙ୍କୁ ଥାନାକୁ ଉଠାଇ ନେଉଛି । ଡିମ୍ପଲଙ୍କୁ ସେମାନେ ସାହାର୍ଯ୍ୟ କରୁଥିବାରୁ ଆରକ୍ଷୀ ଅଧିକାରୀ ତାଙ୍କୁ ନେଇଯାଉଥିବା ଡିମ୍ପଲ ଅ-ଭି-ଯୋ-ଗ କରିଛନ୍ତି । ତେବେ ଏସବୁ ଭିତରେ ଡିମ୍ପଲଙ୍କ ସପକ୍ଷରେ ବାହାରିଲେ ସାହିପଡିଶା । କହିଲେ ଝିଅ ଚାରି ଦିନ ହେବ ବାହାରେ ବସିଛି । ତାକୁ ଘରକୁ ନିଆଯାଉ । ତାର କୌଣସି ପ୍ରକାରର ସୁବିଧା ହେଉନି । ସେ ଘରେ ରହି ଅନ୍ତତହ ସେ ତାର ଦାବି ଜଣାଉ । ଏଭଳି ଦାବି ଜଣାଇଛନ୍ତି ବ୍ରହ୍ମପୁର ବାସିନ୍ଦା ।
କେବଳ ସେତିକି ନୁହେଁ, ସେ ଯେହେତୁ ରେଜେଷ୍ଟ୍ରି ମ୍ୟାରେଜ ହୋଇଛି । ତାର ଡିଭୋର୍ସ ହୋଇନାହିଁ, ତାର ନିୟମ ହେଉଛି ଯେ, ସେ ଶାଶୁ ଘରେ ରହିବ । ଚାରି ଦିନ ହେବ ସେ ବାହାରେ ରହିଛି । ଏହା ଦେଖିକି ଆମକୁ ଖରାପ ଲାଗୁଛି । ଏହାସହ ସେମାନେ କହିଛନ୍ତି ଯେ, ତା ସ୍ୱାମୀକୁ ପାଖକୁ ଆଣିକି ସମାଧାନ କରାଯାଉ ଏବଂ ତାକୁ ଘର ଭିତରକୁ ନିଆଯାଉ। ଡିମ୍ପଲଙ୍କ ଦୁଃଖ ସହିନପାରି ଆଗକୁ ଆସିଛନ୍ତି ବ୍ରହ୍ମପୁରର କିଛି ମହିଳାମାନେ। ଚାରି ଦିନ ହେବ ସେ ଯେଉଁ କଷ୍ଟରେ ସେଠି ବସିଛନ୍ତି। ତାହା ଦେଖି ସହିହେଉନି। ଉଭୟ ପକ୍ଷ ବସନ୍ତୁ, ସ୍ୱାମୀ ସ୍ତ୍ରୀ କଥା ହେଲେ ହିଁ ସମାଧାନ ହେବ । ତେବେ ସାଧାରଣ ଲୋକମାନେ ଡିମ୍ପଲ ଙ୍କର କଷ୍ଟ ସହିନପାରି ଆଗକୁ ଆସୁଥିବାବେଳେ ସୁମିତଙ୍କ ପରିବାର ଲୋକ ଏବେବି ଡିମ୍ପଙ୍କୁ ଘରକୁ ନେବାକୁ ଅରାଜି ଅଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।