ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗ୍ରାହକ ମାନଙ୍କ ପାଇଁ ଜରୁରୀ ସୂଚନା ଜାରି କରିଲା ଏସବିଆଇ, ୩୧ ସୁଦ୍ଧା ଏହାସବୁ କାମ ନକରିଲେ ହୋଇପାରେ ଏହି ସବୁ ଅସୁବିଧା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ଆଜିକାଲି ତ ଏବେ ସରକାର ମଧ୍ୟ ଏପରି କରି ଦେଲେଣି କି, ସବୁକିଛି ଜିନିଷ ଏବେ ଅନ୍ଲାଇନ୍ ମାଧ୍ୟମରେ କରିବା ପାଇଁ। ଆଜିକାଲି ଲୋକଙ୍କର ସମସ୍ତ ଜରୁରୀ ଜିନିଷ ଅନ୍ଲାଇନ୍ ସହ ଲିଙ୍କ୍ କରିବା ପାଇଁ ବି ସରକାର ବାଧ୍ୟ କରି ଦେଲେଣି।
ଦେଶ ରେ ସବୁଠୁ ଅଧିକ ଟ୍ରାନଯାକ୍ସନ କରୁ ଥିବା ବ୍ୟାଙ୍କ ଏସବିଆଇ ନିଜର ଗ୍ରାହକ ଙ୍କୁ ଆଲର୍ଟ କରିଛି । 2022 ମାର୍ଚ୍ଚ 31 ତାରିଖ ପୂର୍ବରୁ ଏସବୁ କାମ କରିବାକୁ ନୋଟିସ ଜାରି କରିଛି । ତେବେ ଆସନ୍ତୁ ଜାଣିବା କଣ ପାଇଁ ଏହି ନୋଟିସ ଜାରି ହୋଇଛି।ଦେଶରେ ବର୍ତ୍ତମାନ ଆଧାର କାର୍ଡ ସହିତ ପାନ କାର୍ଡ ର ଲିଙ୍କ କଡାକଡି ହୋଇଛି। ଏହାକୁ ତୁରନ୍ତ କାର୍ଯକାରୀ କରିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଗକୁ ଆଗେଇ ଆସିଛି।2022 ମାର୍ଚ୍ଚ 31 ତାରିଖ ପୂର୍ବରୁ ଆଧାର କାର୍ଡ ସହିତ ପାନ କାର୍ଡ ଲିଙ୍କ କାମ ସାରିବାକୁ ଗ୍ରାହକ ଙ୍କୁ ଏସବିଆଇ ନୋଟିସ ଜାରି କରିଛି ।ଏହା ସହିତ ତୁରନ୍ତ ବ୍ୟାଙ୍କ ଆକାଉଣ୍ଟ ସହ ଏହାକୁ ଲିଙ୍କ କରିବାକୁ ଏସବିଆଇ ଟୁଇଟ କରି ଜଣାଇଛି । ସମୟ ସୀମା ପୂର୍ବରୁ ଏଭଳି ନ କରି ଥିଲେ ଗ୍ରାହକ ଙ୍କର ବ୍ୟାଙ୍କ ସେବା ବନ୍ଦ ହୋଇ ଯିବ ବୋଲି ଏସବିଆଇ କହିଛି।
ପ୍ରଥମେ ଇନକମ ଟ୍ୟାକ୍ସ ର ୱେବସାଇଟ www.incometaxindiaefiling. gov. in/home ରେ କ୍ଲିକ କରନ୍ତୁ ।ଏହାପରେ ସାଇଟ ର ବାମ ପଟେ ଆପଣ ଙ୍କୁ ଲିଙ୍କ ଆଧାର ର ବିକଳ୍ପ ଦେଖା ଯିବ ।ଏହା ଉପରେ କ୍ଲିକ କରିବା ପରେ ଏକ ନୂଆ ପେଜ ଖୋଲି ଯିବ ଯେଉଁଠାରେ ଆପଣ ଙ୍କୁ ପାନ ଆଧାର ଅନୁସାରେ ଆପଣଙ୍କ ନାଁ ଏବଂ ସମସ୍ତ ତଥ୍ୟ ଭରିବାକୁ ପଡ଼ିବ ।ଯଦି ଆପଣଙ୍କ ଆଧାର କାର୍ଡ ରେ ଜନ୍ମ ତାରିଖ ରହିଛି ତେବେ i have only year of birth in adhar card ବକ୍ସ ଉପରେ କ୍ଲିକ କରନ୍ତୁ |ସର୍ବମିଟ କରି ଦେବା ପରେ ଆପଣଙ୍କ ମୋବାଇଲ କୁ ଏକ ଓଟିପି ଆସିବ, ଆଉ ସେହି ଓଟିପି ନମ୍ବର କୁ ଭରି ଲିଙ୍କ ଆଧାର ଅପସନ କୁ କ୍ଲିକ କଲେ ଆପେ ଆପେ ଆପଣଙ୍କର ଆଧାର କାର୍ଡ ଓ ପାନ କାର୍ଡ ଲିଙ୍କ ହୋଇ ଯିବ ।
ୱେବସାଇଟ ବ୍ୟତୀତ ପାନ ଆଧାର ଲିଙ୍କ ଏସମେସ ମାଧ୍ୟମ ରେ ବି ଆପଣ ଲିଙ୍କ କରି ପାରିବେ ।ପ୍ରଥମେ ମୋବାଇଲ ର ମେସେଜ କୁ ଯାଇ ଟାଇପ କରନ୍ତୁ UIDPAN<12-digit adhar>< 10digit PAN> ନମ୍ବର ଏଠାରେ ଲେଖନ୍ତୁ । ଏହାପରେ ଏହି ମେସେଜ କୁ 567678 କିମ୍ବା 56161 କୁ ପଠାଇ ଦିଅନ୍ତୁ । କେବଳ ଏତିକି କରିବା ଦ୍ୱାରା ପାନ ସହିତ ଆଧାର ଲିଙ୍କ ହୋଇ ଯାଇ ଥାଏ ଯାହାକୁ ଆପଣ ବ୍ୟାଙ୍କ ଆକାଉଣ୍ଟ ରେ ଉପଡେଟ କରି ପାରିବେ।ପୂର୍ବରୁ ଆଧାର ସହିତ ପାନ କାର୍ଡ ଲିଙ୍କ ସମୟ ସୀମା 2021 ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ କରାଯାଇ ଥିଲା, ଏବେ ଏହି ନିୟମ କୁ 2022ମାର୍ଚ୍ଚ 31 ତାରିଖ ଯାଏଁ ବୃଦ୍ଧି କରା ଯାଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।