ନଭେମ୍ବର 29 ରେ ହେବ ବାତ୍ୟା । ଆସନ୍ତୁ ଜାଣିବା କଣ ରହିଛି ପାଣି ପାଗ ବିଭାଗ ର Update…

 

ଦର୍ଶକ ବନ୍ଧୁ ପାଣିପାଗ କୁ ନେଇ ଏବେ ଏବେ ସାମ୍ନା କୁ ଆସୁଛି ଏକ ବଡ ଖବର । ତେବେ ଖବର ଯାହା ଜଣ ପଡ଼ିଛି ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗ ଏହା ପୂର୍ବାନୁମାନ କରିଛି ଯେ , ଆସନ୍ତା ନଭେମ୍ବର ୨୯ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ହେବାର ଅଛି । ତେବେ ସେହି ଲଘୁଚାପ ବଳୟ ଟି କ୍ରମଶଃ ଅଧିକ ରୁ ଅଧିକ ଘନୀଭୂତ ହେବାର ଆକଳନ ମଧ୍ୟ କରାଯାଉଛି। 

 

ସୂଚନା ମୁତାବକ , ଭାରତୀୟ ପାଣିପାଗ ବିଭାଗ ଏହା ପୂର୍ବାନୁମାନ କରିଛି ଯେ , ଏହି ଲଘୁଚାପ ଟି କ୍ରମଶଃ ଅଧିକ ରୁ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଆଡ଼କୁ ଗତି କରି ଉତ୍ତର ଓଡ଼ିଶା ସଲଗ୍ନ ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇ ପାରେ । ତେବେ ବର୍ତ୍ତମାନ ଅନେକ ପାଣିପାଗ ବିଶେଷଜ୍ଞ ମାନେ ଏବଂ ଅନେକ ମଡେଲ ର ଆକଳନ ରୁ ଏହା ସ୍ପଷ୍ଟ କରାଯାଉଛି ଯେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଶକ୍ତିଶାଳୀ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। 

 

 

ତେବେ ଏହି ନଭେମ୍ବର ମାସ ର ଶେଷ ଆଡ଼କୁ ଅର୍ଥାତ ନଭେମ୍ବର ୨୬ରୁ ଡିସେମ୍ବର ୨ ତାରିଖ ମଧ୍ୟରେ ଏହି ପ୍ରାଣାଳୀ ଟି ଭୂମଧ୍ୟରେଖା ହୀନ୍ଦ ମହାସାଗର ଓ ସଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରି କହିଛନ୍ତି ଅନେକ ମଡେଲ । ତେବେ ଏହା ମଧ୍ୟ କହିଛନ୍ତି ଯେ ଏହା କ୍ରମଶଃ ଘନୀଭୂତ ହୋଇ  ଉତ୍ତର-ପଶ୍ଚିମ ଦିଗକୁ ଗତିକରିପାରେ ।

 

 

ତେବେ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ଗତ 25 ନଭେମ୍ବର ଗୁରୁବାର ଦିନ ରେ ଦକ୍ଷିଣ ତାମିଲନାଡୁ, ପୁଡୁଚେରୀ ଓ କରାଇକାଲର କିଛି ସ୍ଥାନ ମାନଙ୍କ ରେ ଭୀଷଣ ବର୍ଷା ର ପୂର୍ବାନୁମାନ କରିଥିଲା । ତେବେ ବର୍ତ୍ତମାନ ଏହି ସମୟ ରେ ଆସାମ, ମେଘାଲୟ ଓ ତ୍ରିପୁରାରେ ଘନ କୁହୁଡ଼ି ର ଆଶଙ୍କା କରାଯାଇଛି । ତେବେ ଏହା ପୂର୍ବାନୁମାନ କରାଯାଉଛି ଯେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ସମେତ କମୋରିନ ଓ ଦକ୍ଷିଣ ତାମିଲନାଡୁ ଉପକୂଳରେ ଓ ମନାର ଉପସାଗର ରେ ବର୍ଷା ସହିତ ପବନ ର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିବ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *