ଏବେ ଏବେ IMD ଦେଲା ବଡ ଖବର । ଓଡିଶା ମୁଁହା ବାତ୍ୟା । କେଉଁ ଜିଲ୍ଲାରେ ଲ୍ୟାଣ୍ଡଫଲ ଜାଣନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଡିଶାକୁ ପୁଣି ବାତ୍ୟାର ଭୟ, ଆସନ୍ତା ୩ରୁ ୬ ଯାଏଁ ପ୍ରବଳ ବର୍ଷିବ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଓଡ଼ିଶାକୁ ପୁଣି ମାଡି ଆସୁଛି ବାତ୍ୟା । ଛାନିଆ ହେଲେଣି ଉପକୂଳବର୍ତ୍ତୀ ଲୋକେ । ଆ-ତ-ଙ୍କି-ତ ଅବସ୍ଥାରେ କଟୁଛି ଦିନ । ଡିସେମ୍ବର ମାସ ଯେତିକି ପାଖେଇ ଆସୁଛି ଉପକୂଳ ଲୋକଙ୍କ ଚିନ୍ତା ସେତିକି ବଢୁଛି । କାରଣ ପ୍ରତିବର୍ଷ ଏହି ବାତ୍ୟା ମାଡରେ ଅଣ୍ଟା ଭା-ଙ୍ଗି ଯାଉଛି ଉପକୂଳ ଲୋକଙ୍କର । ତେବେ ଆସନ୍ତୁ ଜାଣିବା କାହିଁକି ବାରମ୍ବାର ଓଡିଶା ମୁହାଁ ହେଉଛି ବାତ୍ୟା । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଧୀରେ ଧୀରେ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି ।

 

ଏହା ବାତ୍ୟାରେ ପରିଣତ ହେବା ପରେ ସ୍ଥଳଭାଗ ଛୁଇଁ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ୨୦୧୯ ରେ ଫନି, ୨୦୨୦ ରେ ଅମ୍ଫନ ଆଉ ଚଳିତ ବର୍ଷ ଓଡିଶା ମୁହାଁ ହୋଇଥିଲା ସାମୁଦ୍ରିକ ଝଡ ୟାଶ । ଲଗାତର ତିନି ବର୍ଷ ଧରି ଓଡିଶା ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ ପ୍ରକୋପକୁ ସାମନା କରୁଛି । ତେବେ କେବଳ ଏହି ତିନି ବର୍ଷ ନୁହେଁ, ବରଂ ଯଦି ଭାରତ ପୂର୍ବ ଓ ପଶ୍ଚିମ ତଟକୁ ଦେଖିବା ତେବେ ପ୍ରତିବର୍ଷ ଏକାଧିକ ବାତ୍ୟା ଆସୁଛି । କେଉଁଠି ଭୀଷଣ ତ କେଉଁଠି ଅତି ଭୀଷଣର ରୂପ ନେଉଛି ।

 

ଡିସେମ୍ବର ପ୍ରଥମ ସପ୍ତାହରେ ଆସୁପାରେ ବାତ୍ୟା । ୩ତାରିଖରୁ ୫ ତାରିଖ ଭିତରେ ଉପକୂଳରେ ମାଡ ହୋଇପାରେ । ଏହା ଓଡିଶା କିମ୍ବା ଆନ୍ଧ୍ରରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇବ । ଏହାସହିତ ୪୮ ଘଣ୍ଟା ଭିତରେ ଅଧିକ ଘନୀଭୂତ ହୋଇପାରେ । ୪ରୁ ୫ ତାରିଖ ଭିତରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଯଦି  ବାତ୍ୟା ନହୁଏ ତଥାପି ୩ରୁ ୬ ତାରିଖ ଯାଏଁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

 

ଏହା ଆନ୍ଧ୍ର କିମ୍ବା ଓଡିଶା ଉପକୂଳ ଛୁଇଁବ । ୩ ତାରିଖ ରାତିରେ ୪ ତାରିଖ ସକାଳ ଭିତରେ ଏହା ଅବପାତ ଅବସ୍ଥାରେ ଦକ୍ଷିଣ ଓଡିଶା ଉପକୂଳରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହା ଓଡିଶା ଦେଇ ପଶ୍ଚିମବଙ୍ଗକୁ ଗତି କରିବ । ପ୍ରଭାବରେ ଗଞ୍ଜାମ ରୁ ବାଲେଶ୍ୱର ପର୍ଯ୍ୟନ୍ତ ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ । ୩ରୁ ୬ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *