Cyclone Update : ଏବେ ଆସିଲା ବାତ୍ୟା ର ବଡ଼ ଅପଡେଟ । ଏହି ସବୁ ଜିଲ୍ଲାକୁ ଭୟଙ୍କର ବିପଦ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବାତ୍ୟା ଟି ଆସିବା ପାଇଁ କାହିଁକି ହେଉଛି ଏତେ ବିଳମ୍ୱ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କାହିଁକି ଘନୀଭୂତ ହେବାରେ ବିଳମ୍ୱ କରୁଛି ଆଣ୍ଡାମାନ ସାଗର ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ପାଣିପାଗ ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ଲଘୁଚାପ କ୍ଷେତ୍ର ରେ ପରିଣତ ହେବାକୁ ଲାଗିପାରେ ଆଉ ୩୬ ଘଣ୍ଟା । ପୂର୍ବରୁ ଏହା ଆକଳନ କରାଯାଇଥିଲା କି ୧୦ ତାରିଖ ଅର୍ଥାତ୍ ଆଜି ଲଘୁଚାପ କ୍ଷେତ୍ର ରେ ପରିଣତ ହେବ ବୋଲି। ତେବେ ଏଥିରେ କାହିଁକି ହେଉଛି ବିଳମ୍ବ ,ତାର ସମ୍ଭାବ୍ୟ ଉତ୍ତର ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।

 

ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ ଏହା କହିଛନ୍ତି କି ଦକ୍ଷିଣ ଚିନ ସାଗର ରେ ଯେଉଁ ଲାୟନ୍ ରକ୍ ଘୂର୍ଣ୍ଣିବଳୟ ଟି ସୃଷ୍ଟି ହୋଇଛି ତାହା ଆଣ୍ଡାମାନ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ସହ ମିଶି ଯିବାର ସମ୍ଭାବନା ଦେଖା ଯାଉଛି । ବାୟୁ ର ଚାପ  କେଉଁ ସ୍ଥାନ ରେ କମ୍ ରହିବ ତାହା ହିଁ ମୁଖ୍ୟ ଜିନିଷ । ଏହି ବାୟୁ ର ଚାପ କମ ରହିବ ଯେତେ ଦୁରରେ  ଘୂର୍ଣ୍ଣିବଳୟ ଟି ସେତେ ଅଧିକ ଘନୀଭୂତ ହେବ ଏବଂ ଯେତେ ପାଖରେ ହେବ ତାହା କମ୍ ଘନୀଭୂତ ହେବାର ସମ୍ଭାବନା ରହିଛି । ତେବେ ସବୁଠୁ ମୁଖ୍ୟ କଥା ଟି ହେଉଛି ବାୟୁ ର ଚାପ କେଉଁ ସ୍ଥାନ ରେ କମ ରହୁଛି ।

 

ସେ ଏହା କହିଲେ କି ଓଡ଼ିଶା ରେ ୧୬ ରୁ ୨୦ ମଧ୍ୟରେ ପ୍ରବଳ ମାତ୍ରା ରେ ବର୍ଷା ନିଶ୍ଚିନ୍ତ ଭାବରେ ହେବ କିନ୍ତୁ ପବନ ର କଥା କହି ହେଉନି କାହିଁକି ନା ତାହା ସେତେବେଳେ ଜଣା ପଡ଼ିବ  ଯେତେବେଳେ ଏହା ଜଣା ପଡ଼ିଯିବ ଯେ ବାତ୍ୟା ଟି କେଉଁଠି ଲ୍ୟାଣ୍ଡ ଫଲ କରିବ । କାଲି ଲାୟନ୍ ରକ୍ ର ଘୂର୍ଣ୍ଣିବଳୟ ଆସିବ ତାହା ଘନୀଭୂତ ହେଉ ହେଉ ଆଉ ଗୋଟେ ପୁଣି ଆଣ୍ଡାମାନ ସାଗର ରୁ ଘନୀଭୂତ ହୋଇ ଆସିବ ।ତେଣୁ ଯେ ପର୍ଯ୍ୟନ୍ତ ବାୟୁ ଚାପ କମ ନ ହୋଇଛି ସେ ପର୍ଯ୍ୟନ୍ତ ବାତ୍ୟା କେଉଁ ଦିଗ ରେ ଗତି କରିବ ଆଉ କେବେ ଲ୍ୟାଣ୍ଡଫଲ କରିବ ତାହା କହି ହେବ ନାହିଁ ।

 

ଅନୁମାନ କରାଯାଉଛି ଉତ୍ତର ଆଣ୍ଡାମାନ ସାଗର ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉପରେ ସୃଷ୍ଟି ହେଉଛି ପିଯିୱାର ଇଫେକ୍ଟ । ପାଣିପାଗ ବିଜ୍ଞାନ ରେ ଏହା ଏକ ଜାପାନୀ ଶବ୍ଦ । ଦକ୍ଷିଣ ଚିନ ସାଗର ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ପ୍ରଭାବଶାଳୀ ହୋଇଥିବାରୁ ଏହାର ପ୍ରଭାବ ଆଣ୍ଡାମାନ ସାଗର ଉପରେ ପଡ଼ୁଛି । ସେଥିପାଇଁ ଏହା ସମୁଦ୍ର ପତ୍ତନ ଠାରୁ ୫.୮ କିମି ଉପରକୁ ରହି ଆଉ ଉପରକୁ ଉଠି ପାରୁ ନାହିଁ । ଏହାର ପ୍ରଭାବ କେନ୍ଦ୍ରାପଡା, ଜଗସିଂପୁର, ପୁରୀ, ଗଞ୍ଜାମ ବାଲେଶ୍ୱର, ଭଦ୍ରକ ଦେଖିବାକୁ ମିଳିପାରେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *