କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ବିଶ୍ଵ ର ଚିନ୍ତା ବଢ଼ାଉଛି । ବର୍ତ୍ତମାନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଉଚ୍ଚ ସ୍ତରୀୟ ବୈଠକ ରେ ସମୀକ୍ଷା କରିଛନ୍ତି ଏବଂ ଅନ୍ୟ ପଟେ ସତର୍କ ହୋଇଛନ୍ତି ରାଜ୍ୟ ସରକାର ମଧ୍ୟ ବର୍ତ୍ତମାନ ସମୟ ରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ବିଦେଶ ଫେରନ୍ତା ଙ୍କ ଉପରେ ନଜର ରଖାଯିବ ।
ତେବେ କହିଛନ୍ତି ଯେ ଯେଉଁ ମାନେ ବିଦେଶ ରୁ ଫେରିବେ ସେମାନେ 10 ଦିନ ସଙ୍ଗରୁଦ୍ଧ ରେ ରହିବେ । ତେବେ ଖୁବ୍ ଶୀଘ୍ର ସରକାର ମଧ୍ୟ ଏଥି ପାଇଁ ନୂଆ ନିୟମ ଜାରି କରିବେ ।ଦକ୍ଷିଣ ଆଫ୍ରିକା ରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ କୁ ନେଇ ସତର୍କ କରାଇଛି ବିଶ୍ଵ ସ୍ଵାସ୍ଥ୍ୟ ସଂଘଠନ। ତେବେ ଏହି ଭାରିଆଣ୍ଟ ର ନାମ କୁ ଓମିକ୍ରନ୍ ନାମ ରେ ନାମିତ କରାଯାଇଛି । ଅନ୍ୟ ପଟେ କରୋନା ର ଏହି ନୂଆ ପ୍ରଜାତି ୟୁରୋପ କୁ ବ୍ୟାପିଛି ।
ତେବେ ପ୍ରଥମ ମାମଲା ବେଲଜିୟମ ରେ ଚିହ୍ନଟ ହୋଇଥିବା ବେଳେ ଏହା ପରବର୍ତୀ ସମୟରେ ଅନ୍ୟ ୟୁରୋପୀୟ ରାଷ୍ଟ୍ର କୁ ବ୍ୟାପିବାରେ ଲାଗିଛି । ତେବେ ଏହି ନୂଆ ଭୁତାଣୁ କୁ ନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।ତେବେ ବର୍ତମାନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହା କହିଛନ୍ତି ଯେ ବିଦେଶ ଫେରନ୍ତା ଙ୍କ ଉପରେ ନଜର ରହିବ । ତେବେ ଏହି ନୂଆ ଭାରିଆଣ୍ଟ ସୃଷ୍ଟି କରିଥିବା ଦେଶ ରୁ ଯାତ୍ରୀ ଆସିଲେ ତାଙ୍କର କୋଭିଡ ଟେଷ୍ଟ କରାଯିବ । ତେବେ ସେହି ରିପୋର୍ଟ ପଜିଟିଭ୍ ଆସିଲେ ନମୁନା ଜେମନ ସିକ୍ୟୁଏନ୍ସ ପାଇଁ ଆଇଏଲଏସକୁ ପଠାଯିବ ।
ତେବେ ଯେଉଁ ଛାତ୍ରଛାତ୍ରୀ ଙ୍କ ଲକ୍ଷଣ ରହିଛି ସେମାନଙ୍କୁ ସ୍କୁଲ ନ ଆସିବା କୁ ପରାମର୍ଶ ଦିଆ ଯାଉଛି । ତେବେ ବର୍ତ୍ତମାନ ସତର୍କ ରହିବା ସହିତ ଜିଲ୍ଲା ସ୍ତର ରେ ସୁନିଶ୍ଚିତ ରହିବାକୁ ସମସ୍ତ ରାଜ୍ୟ ମାନଙ୍କୁ କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ବର୍ତ୍ତମାନ ନିଜ ବିଦେଶ ଫେରନ୍ତା ଙ୍କ ଉପରେ ଅଧିକ ରୁ ଅଧିକ ପରୀକ୍ଷଣ ବଢ଼ାଇବା ଏବଂ ସନ୍ଦିଗ୍ଧ ରୋଗୀ ଙ୍କୁ ଠାବ କରିବା ଉପରେ ଅଧିକ ରୁ ଅଧିକ ଗୁରୁତ୍ବ ଦେବାକୁ କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।