ଏବେ ଆସିଲା ବଡ଼ ଖବର ”ମିଳିବ ମାଗଣା ବୁଦ୍ୟୁତ”। ଜାଣନ୍ତୁ କଣ କରିବାକୁ ଆପଣ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପଞ୍ଜାବରେ କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି । “ମାଗଣା ବିଦ୍ୟୁତ୍” ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇ ଉଠିଛି ପଞ୍ଜାବ ରାଜନୀତି  । ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଲୋକଙ୍କ ନିକଟତର ହୋଇ କିଭଳି ଭୋଟବ୍ୟାଙ୍କ ହାତେଇବେ ସେନେଇ ପ୍ରୟାସ ଜୋରଦାର ହୋଇଛି । ଆଉ ଏଥିରୁ ବାଦ୍ ପଡିନି ଆମ ଆଦମୀ ପାର୍ଟି । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଜାବ ମୋଗାରେ ମେଗା ସୋ’ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପଞ୍ଜାବରେ ରାଲି କରିବା ସହ କେଜ୍ରିୱାଲ ବିଦ୍ୟୁତ୍ ବ୍ୟବସ୍ଥାକୁ ନେଇ କରିଛନ୍ତି ଏକ ବଡ ଘୋଷଣା । ଯଦି ପଞ୍ଜାବରେ ଆମ ଆଦମି ପର୍ଟି ସରକାର ଗଢେ ତେବେ ବିଜୁଳି ସ୍ୱଳ୍ପ ଶୁଳ୍କ ରେ ଉପଲବ୍ଧ ହେବାର ଜନତାଙ୍କୁ ପ୍ରତିଶ୍ରୁତି  ଦେଇଛନ୍ତି ଅରବିନ୍ଦ କେଜ୍ରାୱାଲ । କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି । ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ରାଜନୀତି ଆରମ୍ଭ । 

 

ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଆମ ଆଦମି ପାର୍ଟି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହ କ୍ରମରେ ମଙ୍ଗଳବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚଣ୍ଡୀଗଡ଼ ଗସ୍ତରେ ଅଛନ୍ତି । ନିର୍ବାଚନର ବର୍ଷକ ପୂର୍ବରୁ ଲୋକଙ୍କ ନିକଟରତର ହେବାକୁ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀ ପରେ ପଞ୍ଜାବରେ ମଧ୍ୟ ମାଗଣା ବିଜୁଳି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ । ନିର୍ବାଚନକୁ ଆଖି ଆଗରେ ରଖି କେଜ୍ରିୱାଲ କହିଛନ୍ତି, ପଞ୍ଜାବରେ ସମଗ୍ର ଦେଶ ତୁଳନାରେ ସବୁଠାରୁ ମହଙ୍ଗା ବିଦ୍ୟୁତ୍ ମିଳିଥାଏ । ଆଉ ଏଥିପାଇଁ ପଞ୍ଜାବ ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ କରେ । କେବଳ ଏତିକି ନୁହେଁ  ପଞ୍ଜାବର ଆବଶ୍ୟକତାଠାରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କରେ । ଏହା ସତ୍ତ୍ୱେ ପ୍ରତି ପରିବାରକୁ ୩୦୦ ୟୁନିଟ୍ ବିଜୁଳି ମାଗଣା ପଞ୍ଜାବରେ ସବୁଠାରୁ ମହଙ୍ଗା ବିଦ୍ୟୁତ କାହିଁକି ମିଳେ ବୋଲି ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ? 

 

ଦିଲ୍ଲୀରେ  ବିଦ୍ୟୁତ୍ ଉତ୍ପାଦନ କରାଯାଏ ନାହିଁ । ସମସ୍ତ ବିଦ୍ୟୁତ୍ କିଣିବାକୁ ପଡ଼େ । ଏହା ସତ୍ତ୍ୱେ ସମଗ୍ର ଦେଶରେ ଦିଲ୍ଲୀ ଜନତାଙ୍କୁ ଶସ୍ତା ବିଦ୍ୟୁତ୍ ପ୍ରଦାନ କରାଯାଇଥାଲ । ପଞ୍ଜାବରେ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ଗୁଡିକ ସହ ସରକାରଙ୍କ ମଧୁଚନ୍ଦ୍ରିକା ଚାଲିଛି , ତେଣୁ ପଞ୍ଜାବରେ ବିଦ୍ୟୁତ୍ ମହଙ୍ଗା । ସେହିପରି ପଞ୍ଜାବରେ ଆମ ଆଦମି ପାର୍ଟି ସରକାର ଗଢ଼ିଲେ ପ୍ରତି ପରିବାରକୁ ୩୦୦ ୟୁନିଟ୍ ମାଗଣା ପ୍ରଦାନ କରାଯିବ ବୋଲି କହିଛନନ୍ତି କେଜ୍ରିୱାଲ । ୩୦୦ ୟୁନିଟ୍ ମାଗଣା ଦିଆଗଲେ ପାଖାପାଖି ୮୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଶୂନ୍ୟ ହୋଇଯିବ । 

 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପ୍ ସରକାର କ୍ଷମତାକୁ ଆସିଲେ ୨୪ ଘଣ୍ଟା ବିଜୁଳି ଯୋଗାଣ କରାଯିବ, କିନ୍ତୁ ବିଲ୍ ଆସିବ ନାହିଁ । ଏହାସହ ପୁରୁଣା ସମସ୍ତ ବିଜୁଳି ବିଲ୍ ମଧ୍ୟ ଛାଡ଼୍ କରିଦିଆଯିବ । ଦିଲ୍ଲୀ ପରି ପଞ୍ଜାବରେ ମଧ୍ୟ ୨୪ ଘଣ୍ଟା ବିଜୁଳି ଯୋଗାଣ କରାଯିବ । ପଞ୍ଜାବରେ ଆପ୍ ସରକାର ଗଠନ ପରେ ପ୍ରଥମ ନିଷ୍ପତ୍ତି ବିଦ୍ୟୁତ ଯୋଗାଣ ସମ୍ମନ୍ଧିତ କରାଯିବ । ୩୦୦ ୟୁନିଟ୍ ମାଗଣା ବିଜୁଳି, ପୁରୁଣା ବିଲ୍ ଛାଡ଼୍ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ । ଅନ୍ୟପଟେ ୨୪ ଘଣ୍ଟା ବିଜୁଳି ଯୋଗାଣ ପାଇଁ କିଛି ସମୟ ଲାଗିବ, ଏଥିପାଇଁ ନୂଆ ଭିତ୍ତିଭୂମି ପ୍ରସ୍ତୁତି କରିବାକୁ ପଡ଼ିବ । ତେବେ ଅରବିନ୍ଦ କେଜ୍ରିୱାଲଙ୍କ ତିନୋଟି ବଡ ଘୋଷଣା ହେଲା

୧. ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣା

୨. ପୁରୁଣା ବିଦ୍ୟୁତ୍ ବିଲ୍ ଛାଡ (ଘରୋଇ)

୩. ୨୪ ଘଣ୍ଟାର ବିଦ୍ୟୁତ୍ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *