ଦର୍ଶକ ବନ୍ଧୁ କେନ୍ଦ୍ର ସରକାର ଙ୍କ ତରଫ ରୁ ବେକାର ଯୁବକ ମାନଙ୍କୁ ଏବେ ମିଳିବ 3800 ଟଙ୍କା , ତେବେ ଏହା କେବେ କେଉଁ ମାସ ରେ ମିଳିବ ଏବଂ ଏହି ଖବର ଟି ସତ୍ୟ କି ମିଥ୍ୟା । ତେବେ କଣ ସତରେ ବେରୋଜଗାରିୟ ଯୁବକ ଓ ଯୁବତୀ ଙ୍କୁ ମାସ କୁ 3800 ଟଙ୍କା ଦେବ କେନ୍ଦ୍ର , କଣ ବର୍ତ୍ତମାନ ଦେଶ ରେ ବେକାରୀ ଙ୍କ ସଂଖ୍ୟା ଅଧିକ ବଢିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ବର୍ତ୍ତମାନ ସମୟ ରେ ଏହି ଖବର ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ , ଏ ଖବର ଟି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ । କହିଛନ୍ତି ଯେ ସେମିତି କିଛି ବି ଯୋଜନା ଆସି ନାହିଁ ଯାହା ଦ୍ଵାରା ବେକାରୀ ମାନଙ୍କୁ ପଇସା ଦିଆ ଯାଉଛି । ତେବେ ବଡ କଥା ଏହା ଯେ ଏହି ଯୋଜନା ସଂପର୍କୀତ ଲିଙ୍କ ମଧ୍ୟ ଲୋକ ମାନଙ୍କୁ ଛାଡ଼ି ଦିଆ ଯାଉଛି ।
ତେବେ ଜାଣି ରଖନ୍ତୁ ଯେ ସେହି ଲିଙ୍କ୍ ଉପରେ ଟଚ୍ କରି ତାହାକୁ ଓପନ କଲେ ସେଥିରେ ଏକ ଫର୍ମ ମିଳିବ ଏବଂ ଏହା ପରେ ସେଥିରେ ଦିଆ ଯାଉଥିବା ବିବରଣୀ କୁ ପୂରଣ କରି ସାମିଲ ହୋଇ ପାରିବେ ସେହି ଯୋଜନା ରେ ।ତେବେ ଏହି ଫର୍ମ ରେ ପଞ୍ଜୀକରଣ କରୁଥିବା ବ୍ୟକ୍ତି 15 ରୁ 50 ବୟସ ମଧ୍ୟ ହୋଇଥିବା ଦରକାର । ଏହା ସହିତ ମଧ୍ୟ ଏହି ଲିଙ୍କ ରେ ଥିବା ପୋଷ୍ଟ ରେ ପ୍ରଧାନ ମନ୍ତ୍ରୀ ଙ୍କ ଫଟୋ ରହିଛି । ତେବେ ଜାଣି ରଖନ୍ତୁ ଯେ ଏହା ଫେକ ଅଟେ।
ତେବେ ଏପରି କାର୍ଯ୍ୟ କରୁଥିବା ଖରାପ ପ୍ରଭୃତି ବ୍ୟକ୍ତି ଙ୍କୁ ସାଇବର ଅ-ପ-ରା- ଧୀ ବୋଲି ବିବେଚନା କରାଯିବ । ତେବେ ଯଦି ଆପଣଙ୍କୁ କୌଣସି ଲିଙ୍କ ଆସୁଛି ତାହେଲେ ଆପଣ ତାହାକୁ ଖୋଲନ୍ତୁ ନହିଁ , ବରଂ ସେହି ଅନୁଷ୍ଠାନ ର ୱେବ ସାଇଟ କୁ ଯାଅନ୍ତୁ ସମ୍ପୃକ୍ତ ଟ୍ୟାବ କୁ କ୍ଲିକ କରି ସୂଚନା ପାନ୍ତୁ । ଯଦି ଆପଣଙ୍କୁ ମଧ୍ୟ ଏହିଭଳି କିଛି ସୂଚନା ମିଳୁଛି ତାହେଲେ ଆପଣ ଆରକ୍ଷୀ ଅଧିକାରୀ ଙ୍କ ସାହାଯ୍ୟ ନେଇ ପାରିବେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।