IMD ର ସୂଚନା ବାତ୍ୟା ହୋଇନାହିଁ ସ୍ପଷ୍ଟ କାଲି ଆସିବ ବାତ୍ୟା କୁ ନେଇ ସ୍ପଷ୍ଟ ସୂଚନା। SRC କହିଲେ ଧାନ ଅମଳ କରି ରଖିଦିଅନ୍ତୁ…

 

ଦର୍ଶକ ବନ୍ଧୁ ଏବେ ଏବେ ପାଣିପାଗ କୁ ନେଇ ଆସିଛି ବଡ ଖବର । ପାଣିପାଗ ବିଭାଗ ରୁ ଏହା ସୂଚନା ମିଳିଛି ଯେ, ଆସନ୍ତା ନଭେମ୍ବର 30 ତାରିଖ ରେ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ  କ୍ଷେତ୍ର ସୃଷ୍ଟି ର ସମ୍ଭାବନା ରହିଛି। ତେବେ ସେହି ଲଘୁଚାପ କ୍ଷେତ୍ର ରେ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ର ରୂପ ନେଇପାରେ । ତେବେ ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

 

ପାଣିପାଗ ବିଭାଗ ଏହା ପୂର୍ବାନୁମାନ କରିଛି ଯେ ଏହି ଲଘୁଚାପ କ୍ଷେତ୍ର ଟି କ୍ରମେ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗ ରେ ଗତି କରି ପାରେ । ତେବେ ନଭେମ୍ବର 30 ରୁ ଡିସେମ୍ବର 2 ଯାଏ ପୂର୍ବ ବଙ୍ଗୋପସାଗର ଅଶାନ୍ତ ରହିବ ଏବଂ ପବନ ମଧ୍ୟ ବହିବ । ତେବେ ଏହା 2 ତାରିଖରେ ଅବପାତ ର ରୂପ ନେବା ପରେ ଏହାର ଗତିପଥ ସ୍ପଷ୍ଟ ହେବ । ତେବେ ସୂଚନା ମୁତାବକ ଆସନ୍ତା ଡ଼ିସେମ୍ବର 2 ରୁ ତାରିଖ ମଧ୍ୟରେ ଭୀ-ଷ-ଣ ମାତ୍ରା ରେ ବର୍ଷା ହୋଇପାରେ ।

 

ତେବେ ଏହି ଲଘୁଚାପ ପ୍ରଭାବ ରେ ଓଡ଼ିଶା ରେ ଡିସେମ୍ବର 3 ରୁ ବର୍ଷା ଏବଂ ପବନ ହେବାର ଆଶଙ୍କା ରହିଛି । ତେବେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ତରଫ ରୁ ସୂଚନା ରହିଛି ଏବଂ ସମୁଦ୍ର କୁ ନ ଯିବା ପାଇଁ ମତ୍ସ୍ୟଯିବି ମାନଙ୍କୁ ସୂଚନା ଦିଆ ଯାଇଛି । ତେବେ ଅମଳ କ୍ଷମ ଫସଲ କୁ ତୁରନ୍ତ ଫସଲ କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। 

 

ଅନ୍ୟ ପଟରେ ରାଜ୍ୟ ବାସୀ ଙ୍କୁ ମଧ୍ୟ ସତର୍କ ସୂଚନା ଜାରି କରା ଯାଇଛି । ଦକ୍ଷିଣ ଓଡ଼ିଶା ତଥା ଜଗତସିଂହପୁର ,କେନ୍ଦ୍ରାପଡ଼ା ,କନ୍ଧମାଳ ,ମାଲକାନଗିରି ,କୋରାପୁଟ ଏବଂ ରାୟଗଡା ଆଦି ଜିଲ୍ଲା କୁ ସତର୍କ ସୂଚନା ଜାରି କରା ଯାଇଛି । ତେବେ ଏହି ସବୁ ଜିଲ୍ଲା ଗୁଡ଼ିକ ରେ ଅଧିକ ମାତ୍ରା ରେ ବର୍ଷା ହେବା ସହିତ ପବନ ମଧ୍ୟ ବହିବ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *