ପାଣିପାଗ କୁ ନେଇ ବର୍ତ୍ତମାନ ଆସିଛି ଏକ ବଡ ଖବର ।ସୂଚନା ମୁତାବକ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାକି ଆସନ୍ତା 30 ତାରିଖ ରେ ଲଘୁଚାପ କ୍ଷେତ୍ର ରେ ପରିଣତ ହୋଇପାରେ । ତେବେ ଏହା ଧୀରେ ଧୀରେ ପଶ୍ଚିମ ତଥା ଦକ୍ଷିଣ ପଶ୍ଚିମ ଦିଗ ରେ ଗତି କରିବା ପରେ ଏହାର ମୋଡ କୁ ବଦଳାଇ ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗ ରେ ଗତି କରି ଉପକୂଳ ମୁହାଁ ହୋଇପାରେ ।
ତେବେ ଏହି ଲଘୁଚାପ ଟି ସୃଷ୍ଟି ହେବା ପରେ ନିଷ୍ପଷ୍ଟ ଭାବରେ ଆକଳନ କରିହେବ ବୋଲି IMD ତରଫ ରୁ ସୂଚନା ମିଳିଛି । ତେବେ ଏହାର ପ୍ରଭାବ ରେ ଡିସେମ୍ବର 3 ତାରିଖ ରୁ ଓଡ଼ିଶା ରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ସେହି ସମୟ ରେ ମଧ୍ୟ ସମୁଦ୍ର ଅଶାନ୍ତ ରହିବ । ତେବେ ମତ୍ସ୍ୟ ଯିବି ମାନଙ୍କୁ ସମୁଦ୍ର କୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।
ତେବେ ଏହି ଲଘୁଚାପ ଟି ଡିସେମ୍ବର ପ୍ରଥମ ସପ୍ତାହ ରେ ଅଧିକ ଘନୀଭୂତ ହୋଇ ବାତ୍ୟା ର ରୂପ ନେଇପାରେ । ତେବେ ଏହି ଲଘୁଚାପ ଟି ସୃଷ୍ଟି ହୋଇ ନଥିବାରୁ ଏହାର ତୀବ୍ରତା ଏବଂ ଗତିପଥ ଉପର କୌଣସି ସ୍ପଷ୍ଟ ସୂଚନା ଦିଆ ଯାଇ ପାରିବ ନାହିଁ ।ତେବେ ଏହି ଲଘୁଚାପ ଟି ସୃଷ୍ଟି ହେଲେ ତାହେଲେ କେଉଁ ଉପକୂଳ ଦେଇ ଗତି କରିବ ତାହା ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଏହା କହିଛି ।
ତେବେ ବର୍ତ୍ତମାନ IMD ର ଡିଜି ମୁର୍ତୁଞ୍ଜୟ ମହାପାତ୍ର ଏହା କହିଛନ୍ତି ଯେ , ଆସନ୍ତା 30 ତାରିଖ ରେ ଦକ୍ଷିଣ ଆଣ୍ଡାମାନ ସାଗର ରେ ଗୋଟେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହାକି ପରବର୍ତ୍ତୀ ସମୟରେ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗ ରେ ଗତି କରି କ୍ରମଶଃ ଘନୀଭୂତ ହୋଇପାରେ । ତେବେ ଏହାର ପ୍ରଭାବ ରେ ଆସନ୍ତା ଡ଼ିସେମ୍ବର ମାସ 3 ତାରିଖ ରୁ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ସେହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେବେ ଏହାର ପ୍ରଭାବରେ ଓଡ଼ିଶା ରେ ଡିସେମ୍ବର 2 ରୁ 4 ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।