ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜିଓ ଗ୍ରାହକଙ୍କୁ ଝଟକା,ମହଙ୍ଗା ହେଲା ଜିଓ ରିଚାର୍ଜ । ଡିସେମ୍ବର ୧ ରୁ ଲାଗୁ ହେବ ଏହି ନିୟମ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଜିଓ ଗ୍ରାହକଙ୍କ ପାଇଁ ବଡ଼ ଖବର । ମହଙ୍ଗା ହେଲା ଜିଓ ରିଚାର୍ଜ । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପରେ ଏବେ କଥା ହେବା ପାଇଁ ବି ଦେବାକୁ ପଡ଼ିବ ଅଧିକ ଟଙ୍କା । କାରଣ ଏୟାରଟେଲ ପରେ ରିଲାଏନ୍ସ ଜିଓ ଏହାର ରିଚାର୍ଜ ମୂଲ୍ୟ ମଧ୍ୟ ବୃଦ୍ଧି କରିଛି। ଡିସେମ୍ବର ୧, ୨୦୨୧ରୁ ଜିଓର ନୂତନ ଟାରିଫ ପ୍ଲାନ ସମଗ୍ର ଦେଶରେ ଲାଗୁ ହେବ । ଏଥିରେ ଡାଟା ପ୍ଲାନ୍, ଅସୀମିତ ପ୍ଲାନ ସହ ଜିଓ ଫୋନର ରିଚାର୍ଜ ଯୋଜନା ଅନ୍ତର୍ଭୁକ୍ତ ରହିଛି।ପ୍ରିପେଡ୍ ଟାରିଫ୍ ଦର ବୃଦ୍ଧି ସହ ଜିଓ ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।ଏ ନେଇ କମ୍ପାନୀ ପକ୍ଷରୁ ଏକ ପ୍ରେସ ରିଲିଜ୍ ଜାରି କରାଯାଇଛି।
ଏଥିରେ ଉଲ୍ଲେଖ କରାଯାଇଛି ଯେ, ‘ଏକ ସ୍ଥାୟୀ ଟେଲିକମ୍ ଶିଳ୍ପକୁ ଆହୁରି ଦୃଢ଼ କରିବା ପାଇଁ ଏହି ଦର ବୃଦ୍ଧି କରାଯାଇଛି। ଏହି ଯୋଜନା ଶିଳ୍ପରେ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରିବ। ବିଶ୍ୱସ୍ତରରେ ସର୍ବନିମ୍ନ ମୂଲ୍ୟରେ ସର୍ବୋତ୍ତମ ଗୁଣବତ୍ତା ସେବା ପ୍ରଦାନ କରିବାର ଜିଓର ପ୍ରତିଶ୍ରୁତି ଅନୁଯାୟୀ, ଜିଓ ଗ୍ରାହକମାନେ ସର୍ବ ବୃହତ ହିତାଧିକାରୀ ହୋଇ ରହିବେ।’ଡିସେମ୍ବର ୧ ତାରିଖରୁ ସମସ୍ତ ବର୍ଦ୍ଧିତ ଦର ଲାଗୁ ହେବ। ଏ ପର୍ଯ୍ୟନ୍ତ ଯେଉଁ ରିଚାର୍ଜ ପାଇଁ ଆପଣ ୧୯୯ ଟଙ୍କା ଦେଉଥିଲେ, ବର୍ତ୍ତମାନ ଆପଣଙ୍କୁ ତା’ ପାଇଁ ୨୩୯ ଟଙ୍କା ଦେବାକୁ ପଡି଼ବ । ଏଥିରେ ପ୍ରତି ଦିନ ୧.୫ GB ଡାଟା, ଅସୀମିତ ଭଏସ୍ କଲ୍ ଓ ୧୦୦ଟି SMS ଉପଲବ୍ଧ ହେବ ।
୨୪୯ ଟଙ୍କାର ସୁବିଧା ବର୍ତ୍ତମାନ ୨୯୯ ଟଙ୍କାରେ ଉପଲବ୍ଧ ହେବ । ଏଥିରେ ପ୍ରତି ଦିନ ୨ GB ଡାଟା, ଅସୀମିତ ଭଏସ୍ କଲ୍ ଓ ୧୦୦ଟି SMS ଉପଲବ୍ଧ ହେବ । ୩୯୯ ଟଙ୍କାରେ ୫୬ ଦିନର ବୈଧତା ଥିବା ଯୋଜନା ଏଣିକି ୪୭୯ ଟଙ୍କାରେ ଉପଲବ୍ଧ ହେବ । ଏଥିରେ ପ୍ରତି ଦିନ ୧.୫ GB ଡାଟା, ଅସୀମିତ ଭଏସ୍ କଲ୍ ଓ ୧୦୦ଟି SMS ଉପଲବ୍ଧ ହେବ । ୫୬ ଦିନର ବୈଧତା ଥିବା ୪୪୪ ଟଙ୍କାର ଯୋଜନାକୁ ୫୩୩ ଟଙ୍କାକୁ ବଢ଼ାଯାଇଛି । ଏଥିରେ ପ୍ରତି ଦିନ ୨ GB ଡାଟା, ଅସୀମିତ ଭଏସ୍ କଲ୍ ଓ ୧୦୦ଟି SMS ଉପଲବ୍ଧ ହେବ ।୭୫ ଟଙ୍କା ବିଶିଷ୍ଟ ଜିଓଫୋନ୍ ପ୍ଲାନ୍ ଏବେ ୯୧ ଟଙ୍କା ହେବ। ଜିଓ ତା’ର ଟପ୍-ଅପ୍ ପ୍ଲାନ୍ ପାଇଁ ଟାରିଫ୍ ମଧ୍ୟ ବଢ଼ାଇଛି।
୫୧ ଟଙ୍କାରେ ୬ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ଏବେ ୬୧ ଟଙ୍କା ହେବ। ସେହିପରି ୧୦୧ ଟଙ୍କାରେ ୧୨ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ୧୨୧ ଟଙ୍କା ଏବଂ ୨୫୧ ଟଙ୍କାର ୫୦ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ୩୦୧ ଟଙ୍କା ହେବ। ଗ୍ରାହକମାନେ ସମସ୍ତ ମହଜୁଦ୍ ଚ୍ୟାନେଲଗୁଡିକରୁ ଏହି ସଂଶୋଧିତ ଯୋଜନାଗୁଡିକ ଚୟନ କରିପାରିବେ।ଜିଓ କେବଳ ତା’ର ବର୍ତ୍ତମାନ ପ୍ଲାନ ପାଇଁ ଦର ବୃଦ୍ଧିର ଆରମ୍ଭ କରିଛି ଏବଂ ତେବେ ଏଥିରେ ଲାଭ ସମାନ ରହିବ। ଏ ସମସ୍ତ ନୂଆ ପ୍ରିପେଡ୍ ପ୍ଲାନ୍ ଡିସେମ୍ବର ୧, ୨୦୨୧ରୁ ଲାଗୁ ହେବ। ଏହାର ଅର୍ଥ ଗ୍ରାହକ ନିଜର ଜିଓ କନେକ୍ସନକୁ ପୁରୁଣା ଦରରେ ରିଚାର୍ଜ କରିବା ଜାରି ରଖିପାରିବେ। ଯେପର୍ଯ୍ୟନ୍ତ ସେହି ପ୍ଲାନର ଅବଧି ଶେଷ ହୋଇନଥିବ ସେଯାଏ ଗ୍ରାହକଙ୍କୁ କୌଣସି ପ୍ରକାରର ଅତିରିକ୍ତ ଶୁକ୍ଳ ଦେବାକୁ ପଡ଼ିବ ନାହିଁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।