ଧୋନି ଙ୍କ ଚିନ୍ତା ବଢ଼େଇଲେ ରାଇନା । CSK ମ୍ୟାନେଜମେଣ୍ଟ ଚିନ୍ତାରେ…

ରାଇନା ବଢ଼େଇଲେ ଧୋନି ଙ୍କ ଚିନ୍ତା । ତେବେ କେଉଁ ଦଳ ରେ ସାମିଲ ହେବେ ମିଷ୍ଟର ଆଇପିଏଲ ଏ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦର୍ଶକ ବନ୍ଧୁ ଆଉ କିଛି ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ବିଶ୍ଵର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ । ଏହା ପୂର୍ବରୁ ବର୍ତ୍ତମାନ ସବୁ ଦଳ ମାନଙ୍କର ଚାଲିଛି ରିଟେନ୍ । ଏହା ଭିତରେ ଆଇପିଏଲ କୁ ନେଇ ଆସିଛି ଏକ ବଡ଼ ଖବର। 

ସୂଚନା ରୁ ଜଣା ପଡ଼ୁଛି ଯେ ଆଇପିଏଲ ର ଜଣେ ଦକ୍ଷ ଖେଳାଳି ସୁରେଶ ରାଇନା ଙ୍କୁ CSK କହିପାରେ ବାଏ ବାଏ । ଆଇପିଏଲ ର ଆଗାମୀ ସିଯିନ୍ ରେ CSK ସହ ନଜର ନ ଆସି ପାରନ୍ତି ସୁରେଶ ରାଇନା । ତେବେ ଦଳ ତାଙ୍କୁ ଆସନ୍ତା ସିଯିନ୍ ପାଇଁ ରିଟେନ ନ ରଖିଥିବା ଖବର ମିଳିଛି । ଖାଲି ସେତିକି ନୁହେଁ CSK କେଉଁ କେଉଁ ଖେଳାଳି ଙ୍କୁ ରିଟେନ ରଖିବ ତାର ଏକ ରିପୋର୍ଟ ମଧ୍ୟ ଜାତୀୟ ଗଣ ମାଧ୍ୟମ ରେ ପ୍ରକାଶ ପାଇଛି ।

 ତେବେ ଏହା ଜଣା ପଡ଼ିଛି ଯେ CSK ଆସନ୍ତା 3 ବର୍ଷ ପାଇଁ  ନିଜ ଟିମ୍ ର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଙ୍କୁ ରିଟେନ ରଖିବାକୁ ଯାଉଛି । ସେହିପରି ଷ୍ଟାର୍ ଆଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ରୁତୁରାଜ୍ ଗାୟକୱାଡ଼ ଙ୍କୁ ମଧ୍ୟ ରିଟେନ ରଖିବ ।ତେବେ ଚତୁର୍ଥ ସ୍ଥାନ ରେ ଦଳ କାହାକୁ ରିଟେନ୍ ରଖିବ ତାହାକୁ ନେଇ କୌଣସି ସ୍ପଷ୍ଟ ହୋଇ ନାହିଁ । ରାଇନା ଦଳ ଅକ୍ସନ କୁ ଛାଡିବା ନେଇ ସ୍ପଷ୍ଟ ହୋଇଛି । ଯାହା ଧୋନି ଙ୍କ ପାଇଁ ଚିନ୍ତା ର ବିଷୟ ପାଲଟିଛି ।

 

 ତେବେ ସେହି ସ୍ଥାନ ରେ ମୋଇନ ଅଲ୍ଲୀ କିମ୍ବା ସାମ କୁରାନ୍ ଙ୍କ ଭିତରୁ ଜଣଙ୍କୁ ଚୟନ କରିପାରେ ବୋଲି ଖବର ମିଳିଛି । ତେବେ ଏପରି ହେଲେ ଏଥର ଆଇପିଏଲ ନୀଲାମି ରେ ଦେଖିବାକୁ ମିଳି ପାରନ୍ତି ମିଷ୍ଟର୍ ଆଇପିଏଲ ଯେ କି ସୁରେଶ ରାଇନା ।ତେବେ CSK କୁ ଛାଡ଼ି ସେ ନିଜର ନୂଆ ଦଳ ବି ବାଛି ପାରନ୍ତି । ତେବେ ଆଗାମୀ ଆଇପିଏଲ ରେ ଦେଖିବାକୁ ମିଳିବେ 10 ଟି ଟିମ୍ ।

 

 ତେବେ ଲକ୍ଷ୍ନୋ ଏବଂ ଅହମଦାବାଦ ନିଜର ଆଇପିଏଲ ଅଭିଯାନ ଏଥର ଆଇପିଏଲ ରୁ ଆରମ୍ଭ କରିବେ । ତେବେ କୁହାଯାଉଛି ଏହି ଦୁଇଟି ନୂଆ ଟିମ୍ ଭିତରୁ ଲକ୍ଷ୍ନୋ ଟିମ୍ ରେ ସାମିଲ୍ ହୋଇ ପାରନ୍ତି ସୁରେଶ ରାଇନା ,କେବଳ ଏତିକି ନୁହେଁ ସେ ଲକ୍ଷ୍ନୋ ଟିମ୍ ର ଅଧିନାୟକ ହୋଇ ପାରନ୍ତି ବୋଲି ସୂଚନା ମିଳୁଛି ।ତେବେ ଗତ କିଛି ସିଯିନ୍ ହେଲା ରାଇନା ଙ୍କ ବ୍ୟାଟ ଶାନ୍ତ ରହିଛି । ତେବେ 2021 ଆଇପିଏଲ ରେ ମଧ୍ୟ ରାଇନା ଙ୍କ ବ୍ୟାଟ ରୁ ସେଭଳି କୌଣସି ବଡ ରନ ଦେଖିବାକୁ ମିଳି ନଥିଲା । ତେବେ ଆଇପିଏଲ ର ଫାଇନାଲ ମ୍ୟାଚ୍ ରେ ମଧ୍ୟ ତାଙ୍କୁ ଡ୍ରପ କରି ଅନ୍ୟ ଖେଳାଳି ଙ୍କୁ ସୁଯୋଗ ଦେଇଥିଲେ ମାହୀ ।

 

 ତେବେ ଆଗାମୀ ସିଯିନ୍ ରେ ରାଇନା ନୂଆ ଦଳ ରେ ସାମିଲ ହେବା କଥା ଏବେ ଚର୍ଚ୍ଚା ହେଉଛି । ଆଇପିଏଲ ଇତିହାସ ଉପରେ ନଜର ପକାଇଲେ ଜଣା ପଡେ ଯେ 34 ବର୍ଷୀୟ ଏହି ଖେଳାଳି ବିରାଟ କହୋଲି ଙ୍କ ପରେ ଆଇପିଏଲ ରେ ସବୁଠୁ ଅଧିକ ରନ କରିଛନ୍ତି । ତେବେ 2021 ମସିହା ସୁଦ୍ଧା ସେ ଆଇପିଏଲ ରେ 205 ଟି ମ୍ୟାଚ୍ ଖେଳି ଥିବା ବେଳେ ସେଥିରେ 5528 ରନ ସଂଗ୍ରହ କରିଛନ୍ତି ।

Leave a Reply

Your email address will not be published. Required fields are marked *