ଆସିଲା ବଡ ଖବର ଓଡ଼ିଶା ର କେଉଁ ସ୍ଥାନ ରେ ଲ୍ୟାଣ୍ଡ ଫଲ୍ କରିବ ଏହି ବାତ୍ୟା ଜଣାଇଲା ଆଇଏମ୍‌ଡି !

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଓଡ଼ିଶା ର କେଉଁ ସ୍ଥାନ ରେ ଏହି ବାତ୍ୟା ଟି ଲ୍ୟାଣ୍ଡ ଫଲ୍ କରିବ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତମାନ ର ସବୁଠୁ ବଡ଼ ଖବର ଏହା ରହିଛି ଯେ ଆଣ୍ଡାମାନ ସାଗର ରେ ସୃଷ୍ଟି ହେଉଛି  ବାତ୍ୟା ।  ପାଣିପାଗ ବିଶେଷଜ୍ଞ ମାନେ ଆଗରୁ ସତର୍କ ସୂଚନା ଦେଇଥିଲେ ବାତ୍ୟା ଟି ବିଷୟରେ। ବର୍ତ୍ତମାନ ସମୟ ରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହୋଇଛି ଏବଂ ଯାହାର ପ୍ରଭାବ ରେ  ଏବେ ଆଣ୍ଡାମାନ ସାଗର ରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେଉଛି।  ଆସନ୍ତା ୪୮ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ମାନେ।

 

ଏହା ସହିତ କହିଛନ୍ତି ଯେ ୪ରୁ ୫ ଦିନ ପର୍ଯ୍ୟନ୍ତ  ସମୁଦ୍ର ଭିତରେ ବଳ ଗୋଟାଇବ ଏବଂ ତାହା  ପରେ ଛୁଇଁବ ସ୍ଥଳଭାଗକୁ । ଏହି ୫ ଦିନରେ ଏହି ଘୂର୍ଣ୍ଣିବଳୟ ଟି ସମୁଦ୍ର ମଧ୍ୟରେ ବଳଶାଳୀ ହୋଇ ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।ସମୁଦ୍ର ମଧ୍ୟରେ ପବନର ଦିଗ , ଜଳବାୟୁର ସ୍ଥିତି,  ଏବଂ ଓଡ଼ିଶା ରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବାରୁ ସମ୍ଭାବ୍ୟ ବାତ୍ୟା ଟି ଓଡ଼ିଶ‌ାରେ ମାଡ଼ ହେବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ଏହା  ପୂର୍ବାନୁମାନ କରିଛନ୍ତି। ଏହା ସହିତ ଏହା ମଧ୍ୟ କହିଛନ୍ତି ଯେ ଏହି ବାତ୍ୟା ଟି ଦଶହରା ପରେ ଓଡ଼ିଶାରେ ମାଡ଼ ହେବ ।

 

ପାଣିପାଗ ର ମଡେଲ୍‌ ଏବେ ପବନ ର ବେଗ ଏବଂ ଜଳବାୟୁ ର ଆକଳନ କରି କହିଛନ୍ତି କି , ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଏହି  ଲଘୁଚାପ ବଳୟ ଅଧିକରୁ ଅଧିକ ମାତ୍ରା ରେ  ଘନୀଭୂତ ହେବ ଏବଂ ବାତ୍ୟା ରୂପ ନେଇ ପାରେ ବୋଲି ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ, ଆଇଏମ୍‌ ଡି ଏବଂ  ବିଭିନ୍ନ ବେସରକାରୀ ପାଣିପାଗ ମ‌େଡଲ୍‌ ମାନେ ଏହି  ବାତ୍ୟାର ପୂର୍ବାନୁମାନ କରିଥିବାରୁ ଓଡ଼ିଶା ପ୍ରତି ଏହି ବାତ୍ୟାର ଭୟ ଆହୁରି ଅଧିକ ବଢ଼ି ଯାଇଛି ।ଆଇଏମ୍‌ଡି ଏହା ଆକଳନ କରି କହିଛି ଯେ,  ଲଘୁଚାପ ହେଉ କି ବାତ୍ୟା, ଯାହା ବି ହେବ ତାହା  ଓଡ଼ିଶାରେ ହିଁ ସ୍ଥଳଭାଗ ଛୁଇଁବ।

 

ପବନ ର ବେଗ ରୁ ଏହା ଆକଳନ କରି କହିଛନ୍ତି ଯେ ଅକ୍ଟୋବର ୧୬ ତାରିଖ ବିଳମ୍ବିତ ରାତିରେ କିମ୍ବା ୧୭ତାରିଖ ସକାଳେ ଏହି ବାତ୍ୟା ଟି  ପୁରୀରୁ ପାରାଦୀପ ମଝିରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବ ଓଡ଼ିଶା ର  ଉପକୂଳ ଅଞ୍ଚଳ , ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ରହିବ ଯାହା ଫଳରେ ପ୍ରବଳ ମାତ୍ରା ରେ ବର୍ଷା ହେବ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *