କରୋନା ର ତୃତୀୟ ରୂପ ‘ଓମିକ୍ରିନ, ପାଇଁ ଜାରି ହେଲା ନୂଆ ଗାଇଡ଼ଲାଇନ…

 

କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ବିଶ୍ଵ ର ଚିନ୍ତା ବଢ଼ାଉଛି । ତେବେ ବର୍ତ୍ତମାନ ବିଭିନ୍ନ ଦେଶ ଦକ୍ଷିଣ ଆଫ୍ରିକା କୁ ବିମାନ ସେବା କୁ ବନ୍ଦ କରୁଛନ୍ତି । ତେବେ ବର୍ତ୍ତମାନ କଟକଣା କଡାକଡି ହେଉଛି କିନ୍ତୁ ଏବେ ନୂଆ ଭାରିଆଣ୍ଟ କୁ ନେଇ ଆଗୁଆ ସତର୍କ ହେଉଛି ଇଶ୍ରାଏଲ। ତେବେ ବିଦେଶୀ ଙ୍କ ପାଇଁ ସୀମା ସିଲ କରିବାକୁ ଇସ୍ରାଏଲ ନିଷ୍ପତି ନେଇଛି । ତେବେ ଦକ୍ଷିଣ ଆଫ୍ରିକା ପରେ ୟୁରୋପୀୟ ଦେଶ ବ୍ରିଟେନ ,ଜର୍ମାନୀ ଏବଂ ଇଟାଲୀ ରେ ନୂଆ ଭାରିଆଣ୍ଟ B.1.1.529 ଚିହ୍ନଟ ହେଉଛନ୍ତି ।

 

ତେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଏହି ପରିସ୍ଥିତି ଉପରେ ନଜର ରଖିବା ସହିତ କଡ଼ା ପ୍ରଦଖେପ ଗ୍ରହଣ କରିଛନ୍ତି । ନୂଆ ଭାରିଆଣ୍ଟ ପ୍ରଭାବ ର ଖବର ବିଶ୍ଵ ବଜାର ଏବଂ କ୍ରୀଡା ଉପରେ ପଡ଼ିଛି । ତେବେ ବିଶ୍ଵ ର ପ୍ରମୁଖ ସେୟାର ବଜାର ରେ କ୍ଷତି ସହିଛନ୍ତି ନିବେଶକ । ତେବେ ନୂଆ ଭାରିଆଣ୍ଟ ଓମିକ୍ରନ କୁ ନେଇ ଭାରତ ରେ ଆ-ତ-ଙ୍କ ବଢୁଛି । ତେବେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ରୁ ଆସିଥିବା ଦୁଇଟି ଯାତ୍ରୀ କରୋନା ପଯିଟିଭ ଚିହ୍ନଟ ହୋଇଛନ୍ତି ।

 

ତେବେ ସେମାନଙ୍କ ଶରୀରରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ଓମିକ୍ରନ କି ନୁହେଁ ତାହା ରିପୋର୍ଟ ଆସିବା ପରେ ଜଣା ପଡ଼ିବ । ତେବେ ପ୍ରାଥମିକ ପରୀକ୍ଷଣ ରେ ଏହା ଡେଲଟା ଭାରିଆଣ୍ଟ ବୋଲି ସ୍ପଷ୍ଟ ହୋଇ ସାରିଛି । ତେବେ ବର୍ତ୍ତମାନ ମୁମ୍ବାଇ ଏୟାର ପୋର୍ଟ ରେ ମଧ୍ୟ ବିଦେଶୀ ଯାତ୍ରୀ ଙ୍କ ଯାଞ୍ଚ ପ୍ରକ୍ରିୟା କୁ କଡାକଡି କରାଯାଇଛି । ତେବେ ବର୍ତ୍ତମାନ ଏହି ଓମିକ୍ରନ୍ ଭାରିଆଣ୍ଟ ପାଇଁ ନୂଆ ଗାଇଡ ଲାଇନ ଜାରି କରାଯାଇଛି ।

 

ତେବେ ଏଥିପାଇଁ ବର୍ତ୍ତମାନ ଏୟାର ପୋର୍ଟ ରେ ସ୍ଵତନ୍ତ୍ର ନଜର ରଖା ଯାଇଛି ।ତେବେ ବିଦେଶୀ ଯାତ୍ରୀ ଙ୍କ ପାଇଁ ଇଣ୍ଟରନ୍ୟାସନାଲ ଏୟାର ପୋର୍ଟ କ୍ବାରେଣ୍ଟାଇନ୍ କଣ୍ଟ୍ରୋଲ ବ୍ୟବସ୍ଥା କରାଯାଉଛି । ବିଦେଶ ରୁ ଆସୁଥିବା ସମସ୍ତ ଯାତ୍ରୀ କ୍ବାରେଣ୍ଟାଇନ୍ ରେ ରହିବା ବାଧ୍ୟତାମୂଳକ । ଏହି ସହିତ ମଧ୍ୟ ରାଜ୍ୟ ର ଅନେକ ସ୍ଥାନରେ ଟୀକାକରଣ ହୋଇ ନାହିଁ ଏବଂ ଏହାକୁ ତ୍ୱରାନ୍ୱିତ କରାଯିବ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *